ଅବିକଳ ମଣିଷ ଆଖି ଓ ହସ, ମଣିଷ ପରି ଦିଶୁଥିବା ଅଦ୍ଭୂତ କୁକୁର ନୋରୀ!

ମଣିଷ ପରି ଦିଶୁଥିବା ନୋରୀ ନାମ୍ନୀ କୁକୁରଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ନୋରୀର ଆଖି ଓ ହସ ଅବିକଳ ମଣିଷଙ୍କ ଆଖି ଓ ହସ ପରି। ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେତେ ଲୋକ ଏହାକୁ ଫଟୋ ଏଡିଟିଂର କମାଲ ବୋଲି ଭାବୁଛନ୍ତି।

ନୋରୀର ମାଲିକ କେଭିନ୍‌ ହର୍‌ଲେସ୍‌ ଓ ଟିଫାନି ତା’ର ଫଟୋଟିକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିବା ପରେ ନୋରୀ ଭାଇରାଲ୍‌ ହେବାରେ ଲାଗିଛି। ଏହି ଦମ୍ପତି କୁହନ୍ତି ଯେ ସେ ନୋରୀକୁ ନେଇ ଯେବେ ବି ବାହାରକୁ ଯାଆନ୍ତି କେହି ନା କେହି ତାଙ୍କୁ ଏପରି କଥା ନିଶ୍ଚୟ କହିଥାନ୍ତି।

Metro

ଦମ୍ପତିଙ୍କ କହିବା ମୁତାବକ ସେ ଛୁଆ ଥିବା ବେଳେ ମଣିଷ ମୁହଁ ସହ ଆହୁରି ଭଲ କରି ମିଶି ଯାଉଥିଲା। ବଡ଼ ହେବା ପରେ ଧୀରେ ଧୀରେ ଆକୃତି ବଦଳିଛି। ମାତ୍ର ଏବେ ବି କିଛି ମାତ୍ରାରେ ନୋରୀ ମଣିଷ ପରି ଦିଶୁଛି।

ନୋରୀ ବନ୍ଧୁ ବନାଇବାକୁ ଖୁବ୍‌ ଭଲ ପାଏ। ପାଖରେ ଯେଉଁ କୁକୁରକୁ ଦେଖେ ସେ ଯାଇ ତାହା ସହ ମିଶିଯାଏ। ନୋରୀର ନିଜର ଏକ ବ୍ୟକ୍ତିଗତ ଇନ୍‌ଷ୍ଟା ଆକାଉଣ୍ଟ୍‌ ଅଛି। ଲୋକମାନେ ତାକୁ ଖୁବ୍‌ ପସନ୍ଦ କରୁଛନ୍ତି ବୋଲି ତା’ର ମାଲିକ କହିଛନ୍ତି।

ସମ୍ବନ୍ଧିତ ଖବର