ବିଶ୍ବାସର କଥା! କନ୍ୟା ବିଦା ବେଳେ ଦିଆଯାଏନି ଏହି ସବୁ ଜିନିଷ, ଶଶୁରଘରକୁ ବୋହୂ ଏସବୁ ନେବା ମନା

ବିବାହ ଜୀବନର ସବୁଠାରୁ ବଡ଼ ଉତ୍ସବ ‌ହୋଇଥାଏ। ଆମର ପରମ୍ପରା ରହିଛି ଯେ ବିବାହ ସମୟରେ କନ୍ୟାର ପିତା ନିଜ ଝିଅକୁ ବିଭିନ୍ନ ପ୍ରକାରର ଉପହାର ଦେଇ ତାଙ୍କ ଶଶୁରଘରକୁ ପଠାଇ ଥାଆନ୍ତି। ଶଶୁରଘର ଲୋକଙ୍କ ଦାବି ଅନୁସାରେ ଯଦି କିଛି ଜିନିଷ ଯାଏ, ତାହା ଯୌତୁକ ହୋଇଯାଏ। ହେଲେ ଅନେକ ପିତା ଖୁସିରେ ବି ନିଜ ଝିଅକୁ ଛୋଟମୋଟ ଘରକରଣା ଜିନିଷ ଦେଇଥାନ୍ତି।

ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଜିନିଷ ଝିଅକୁ ବିଦା ବେଳେ ଦେବା ଉଚିତ ନୁହେଁ। ଏମିତିରେ ଦେଖିବାକୁ ଗଲେ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ବିବାହ ଏକ ବିଶ୍ବାସର ବନ୍ଧନ ହୋଇଥିବାରୁ, ଏହା ସହ ଯୋଡ଼ା ଅନେକ କଥାକୁ ଆମେ ବିଶ୍ବାସର ସହ ହିଁ ଗ୍ରହଣ କରିଥାନ୍ତି।

ତେବେ ପରମ୍ପରା ଅନୁସାରେ, କନ୍ୟାକୁ କନ୍ୟାପକ୍ଷ ଲୋକ ବିଦାୟୀ ବେଳେ ଆଚାର ଦେବା ଅନୁଚିତ। ବିଶ୍ବାସ ରହିଛି ଯେ ଶୁଭ ବିଦାୟୀରେ ଅଚାର ପରି ଏକ ଖଟା ଜିନିଷ ଧରି ଗଲେ ଶଶୁରଘର ଲୋକଙ୍କ ସହ ସଂପର୍କ ବି ଖଟା ହୋଇଥାଏ। ଏହାଛଡ଼ା ପିତା ଓ ରାଗ ଖାଦ୍ୟ ବି ଦେବାକୁ ବାରଣ ରହିଛି। ଅଧିକାଂଶ ଘରେ କନ୍ୟା ହାତରେ ଗୁଡ଼ ଦେଇ ବିଦା କରିଥାନ୍ତି।

ଝାଡୁ ଦେବାକୁ ବି ବାରଣ କରାଯାଇଛି। କୁହାଯାଏ ଯେ ଝାଡୁରେ ମାଆ ଲକ୍ଷ୍ମୀ ବସିଥାନ୍ତି। ମାତ୍ର ଝିଅକୁ ବିଦା ବେଳେ ଝାଡୁ ଦେଲେ ଝିଅର ବୈବାହିକ ଜୀବନ କେବେ ବି ସୁଖମୟ ହୁଏ ନାହିଁ ବୋଲି ବିଶ୍ବାସ ରହିଛି।

ଆହୁରି ବି ଛୁଞ୍ଚି ଦେବାକୁ ବି ମନା କରାଯାଏ। କୁହାଯାଏ ଝିଅ ବାପଘରୁ ଛୁଞ୍ଚି ଧରି ଗଲେ ଶଶୁରଘର ଲୋକଙ୍କ ସହ କେବେ ବି ମଧୁର ସଂପର୍କ ହୋଇପାରେ ନାହିଁ। ଛୁଞ୍ଚି ପରି ସବୁବ‌େଳେ ଅନ୍ୟମାନଙ୍କୁ ତା’ର କଥା ଆଘାତ ଦିଏ।

 

ସମ୍ବନ୍ଧିତ ଖବର