ଭାରତ ପ୍ରସ୍ତୁତ କଲା ଏକ ନୂତନ ଧରଣର ଡ୍ରୋନ୍‌, ଯାହା ଶତ୍ରୁ ପକ୍ଷର ଡ୍ରୋନକୁ ଠାବ କରିବା ସହ ଅବିଳମ୍ବେ ଧ୍ୱଂସ କରିପାରିବ!

ପାକିସ୍ଥାନ ଓ ଚୀନ୍‌କୁ କଡ଼ା ଜବାବ ଦେବାକୁ ଭାରତ ତିଆରି କଲା ଏକ ନୂତନ ଧରଣର ଡ୍ରୋନ୍‌। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଉପକରଣଟି ଶତ୍ରୁ ପକ୍ଷର ଡ୍ରୋନକୁ ଠାବ କରିବା ସହ ଅବିଳମ୍ବେ ଧ୍ୱଂସ କରିପାରିବ। ବେଙ୍ଗାଲୁରୁରେ ଏହା ପ୍ରଦର୍ଶିତ ହୋଇଥିବା ବେଳେ ଆଗକୁ ସୁରକ୍ଷା ବାହିନୀରେ ସାମିଲ୍‌ ହେବାନେଇ ରାସ୍ତା ଫିଟିଛି।

ଶତ୍ରୁ ଡ୍ରୋନକୁ ଟାର୍ଗେଟ୍‌ କରିବା ମିସନରେ ଭାରତକୁ ବଡ଼ ସଫଳତା। ପ୍ରତିରକ୍ଷା ସହଯୋଗୀ ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡ୍‌ ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ଉପକରଣ ଯାହା ଶତ୍ରୁ ପକ୍ଷର ଡ୍ରୋନକୁ ଠାବ କରିବ, ଗତିବିଧି ସ୍ଥିର କରିବ ଓ ଶେଷକୁ ଧ୍ୱଂସ କରିବାରେ ହେବ ସଫଳ। ୨୦୧୫, ୨୦୧୬ ଦିଲ୍ଲୀ ଡ୍ରୋନ୍‌ ଆକ୍ରମଣ ସମ୍ଭାବନା ଓ ବାୟୁସେନାର ଡ୍ରୋନ୍‌ ଆକ୍ରମଣର ସତର୍କସୂଚନା ଜାରି ପରେ ଏହି ଉପକରଣ ଯେ କୌଣସି ଆକ୍ରମଣକୁ ପ୍ରତିହତ କରିପାରିବ ବୋଲି କୁହାଯାଉଛି। ଏନେଇ ବିଭିନ୍ନ ସୁରକ୍ଷା ଏଜେନ୍‌ସି ଗୁଡ଼ିକୁ କମ୍ପାନୀ ପକ୍ଷରୁ ପରୀକ୍ଷଣ ପାଇଁ ଅନୁରୋଧ କରାଯାଇଛି। ଜନବହୁଳ ଇଲାକାରେ ଏହି ଉପକରଣର ଡ୍ରୋନ୍‌ ହମଲାକୁ ରୋକିପାରିବାର କ୍ଷମତା ଥିବା ବେଳେ ଏଥିରେ ଏକାଧିକ ସ୍ୱତନ୍ତ୍ରତା ରହିଛି।

ଭାରତ ନିର୍ମିତ ଏହି ଡ୍ରୋନ୍‌ଟିରେ ରହିଛି ଅନେକ ସ୍ୱତନ୍ତ୍ରତା। ଏହା ଶତ୍ରୁ ଡ୍ରୋନକୁ ଠାବ କରିବା ସହ ଗତିବିଧି ସ୍ଥିର କରିବ ଓ ଧ୍ୱଂସ ମଧ୍ୟ କରିପାରିବ। ଏବେ ଏହାର ରେଞ୍ଜ୍‌ ୩ରୁ ୫ କିଲୋମିଟର ପର୍ଯ୍ୟନ୍ତ ଥିବା ବେଳେ ଆଗକୁ ରେଞ୍ଜ୍‌ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ରାଡାର୍‌, ବିଦ୍ୟୁତ ଚୁମ୍ବକୀୟ ସେନସର୍‌ ଜରିଆରେ ଏହା ଆକ୍ରମଣକୁ ରୋକିପାରିବ। ଏହାକୁ ଜଳବହୁଳ ପୂର୍ଣ୍ଣ ସହରଗୁଡ଼ିକରେ ମଧ୍ୟ ଏହାକୁ ମୁତୟନ କରାଯାଇପାରିବ। ବାୟୁସେନା ଘାଟି, ବିମାନବନ୍ଦରର ସୁରକ୍ଷାରେ ଏହା ବିଶେଷ ଉପଯୋଗୀ ହେବ।

ଦେଶରେ ବଢ଼ିଚାଲିଛି ଆତଙ୍କବାଦୀ ଆକ୍ରମଣ। ସୀମା ବ୍ୟତୀତ ଜନବହୁଳପୂର୍ଣ୍ଣ ସହରଗୁଡ଼ିକୁ ମଧ୍ୟ କରାଯାଉଛି ଟାର୍ଗେଟ୍‌। ଡ୍ରୋନ୍‌ ଆକ୍ରମଣ ମଧ୍ୟ ସୁରକ୍ଷା ଏଜେନ୍‌ସିଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି। ଏଭଳି ସ୍ଥିତିର ମୁକାବିଲା କରିବ ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡ୍‌ ଏହି ସ୍ୱଦେଶୀ ଉପକରଣ। ଏହାର ସଫ୍‌ଟ କିଲ୍‌ ଅପ୍ସନରେ ଲଗାଯାଇଥିବା ଜାମର୍‌ ବ୍ୟବସ୍ଥା ପ୍ରତିପକ୍ଷ ଡ୍ରୋନ୍‌ର ରେଡ଼ିଓ ଫ୍ରିକ୍ୱେନସିର ଗତିରୋଧ କରିବ। ସେହିପରି ଏହାର ହାର୍ଡ କିଲ୍‌ ଅପ୍‌ସନ୍‌ରେ ଡ୍ରୋନ୍‌ ଧ୍ୱଂସ ପାଇଁ ଲେଜର୍‌ ବ୍ୟବସ୍ଥା ରଖାଯାଇଛି।

ସମ୍ବନ୍ଧିତ ଖବର