କରୋନାରେ ସଂକ୍ରମିତ ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନୂଆ ନିୟମାବଳି ଜାରି କରାଯାଇଛି। ନିୟମାବଳିରେ ମୃଦ୍ୟୁରୁ ମଧ୍ୟମ ଧରଣର ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍, ଆଇଭରମେକ୍ଟିନ୍ ଏବଂ ଫାଭିପିରାଭିର୍ ଭଳି ଔଷଧକୁ ବାଦ୍ ଦିଆଯାଇଛି।
ଲକ୍ଷଣବିହୀନ ରୋଗୀ
ଯେଉଁମାନେ ସନ୍ଦିଗ୍ଧ ବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥାନ୍ତି, ସେମାନଙ୍କର ଆଣ୍ଟିଜେନ୍ କିମ୍ବା ଆର୍ଟିପିସିଆର୍ ରିପୋର୍ଟ ନେଗେଟିଭ୍ ଥାଏ
ହଠାତ୍ ଆଣ୍ଟିଜେନ୍ କିମ୍ବା ଆର୍ଟି ପିସିଆର୍ ପରୀକ୍ଷାରେ ପଜିଟିଭ୍ ଠାବ ହୁଅନ୍ତି
ସେମାନଙ୍କୁ ପ୍ରଥମେ ୬ ମିନିଟ୍ ଚାଲିବା ପରୀକ୍ଷା କରିବାକୁ ପଡ଼ିଥାଏ
ଗୃହ ଏକାନ୍ତବାସ ଓ ଟେଲିମେଡିସିନ୍ ବ୍ୟବସ୍ଥାରେ ଚିକିତ୍ସା
କୋଭିଡ୍-୧୯ ପାଇଁ କୌଣସି ଔଷଧର ଆବଶ୍ୟକତା ନାହିଁ
ଅନ୍ୟାନ୍ୟ ରୋଗ ପାଇଁ ଖାଉଥିବା ଔଷଧକୁ ଖାଇବା ଜାରି ରଖନ୍ତୁ
ଆବଶ୍ୟକ ସ୍ଥଳେ ଡାକ୍ତରୀ ପରାମର୍ଶ ପାଇଁ ଟେଲିମେଡିସିନ୍ ସୁବିଧାର ଲାଭ ଉଠାନ୍ତୁ
ସନ୍ତୁଳିତ, ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ
ସ୍ବାସ୍ଥ୍ୟ ପରୀକ୍ଷା
ଏହି ଧରଣର ସଂକ୍ରମିତଙ୍କ ପାଇଁ କୌଣସି ପରୀକ୍ଷାର ଆବଶ୍ୟକତା ପଡ଼େ ନାହିଁ
ସାମାନ୍ୟ ଲକ୍ଷଣଯୁକ୍ତ ସଂକ୍ରମିତ ରୋଗୀ
ଶ୍ବାସକ୍ରିୟା ହାର ମିନିଟ୍କୁ ୨୪ ଥରରୁ ହ୍ରାସ ପାଇବା
ଅକ୍ସିଜେନ୍ ସ୍ତର ଘରୋଇ ବାୟୁରେ ୯୪ ପ୍ରତିଶତ ରହିଲେ, ୬ମିନିଟ୍ ଚାଲିବା ପରୀକ୍ଷା କରିନେବା
ଗୃହ ଏକାନ୍ତବାସ (ଟେଲି ପରାମର୍ଶ) ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା
ନିୟମାବଳୀର ପାଳନ କରିବା, ସନ୍ତୁଳିତ ଖାଦ୍ୟ ଓ ପ୍ରଚୁର ପାଣି ପିଇବା
େରାଗୀ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରଖିବା, ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସକରାତ୍ମକ ବାର୍ତ୍ତାଳାପ କରିବା
ଜ୍ବର, ଶ୍ବାସକ୍ରିୟା ସ୍ଥିତି, ଅକ୍ସିଜେନ୍ ସ୍ତର କିମ୍ବା ଅନ୍ୟାନ୍ୟ ଗୁରୁତର ସମସ୍ୟାକୁ ନିଜେ ନିରୀକ୍ଷଣ କରିବା
ସାମାନ୍ୟ ଲକ୍ଷଣ ଦେବା ଆରମ୍ଭ କରୁଥିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇବା
କାଶ ହେଉଥିଲେ ବୁଡେସୋନାଇଡ୍ ୮୦୦ ଏମ୍ସିଜିକୁ ଦିନକୁ ଥରେ ୫ଦିନ ପାଇଁ ଇନ୍ହେଲର ମାଧ୍ୟମରେ ନେବା ଏବଂ ଅନ୍ୟ କୌଣସି କୋଭିଡ୍-୧୯ ଔଷଧର ଆବଶ୍ୟକତା ନାହିଁ
ସ୍ବାସ୍ଥ୍ୟ ପରୀକ୍ଷା
ଯଦି ରୋଗୀର ଲକ୍ଷଣ ଜାରି ରୁହେ କିମ୍ବା ଅଧିକ ଗୁରୁତର ହୁଏ, ତାହେଲେ ସାଧାରଣ ପରୀକ୍ଷା କରାଯାଇପାରିବ
ମଧ୍ୟମ ଲକ୍ଷଣଯୁକ୍ତ ସଂକ୍ରମିତ ରୋଗୀ
ଧଇଁସଇଁ ହେବା
ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେବା
ଶ୍ବାସକ୍ରିୟା ହାର ମିନିଟ୍କୁ ୨୪ ଥରରୁ ଅଧିକ ହେବା ଓ ୩୦ ଥରରୁ କମ୍ ହେବା
ଅକ୍ସିଜେନ୍ ସ୍ତର ଘରୋଇ ବାୟୁରେ ୯୦ରୁ ୯୩ ପ୍ରତିଶତ ରହିବା
କୋଭିଡ୍ କେୟାର ସେଣ୍ଟର କିମ୍ବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା
ଚିକିତ୍ସା
ମଧ୍ୟରେ ସ୍ଥିର ରଖିବା ପାଇଁ ଅକ୍ସିଜେନ୍ ଲଗାଇବା
ସ୍ବାସ୍ଥ୍ୟାବସ୍ଥାର ସ୍ଥିତିକୁ ନେଇ ଫେସ୍ ମାସ୍କ, ନାସାଲ ଟ୍ୟୁବ କିମ୍ବା ଏନ୍ଏସ୍ବି ମାସ୍କର ବ୍ୟବହାର କରିବା
ସିଓପିଡି କ୍ଷେତ୍ରରେ ଅକ୍ସିଜେନ୍ ଦେବାର ଆବଶ୍ୟକତା ପଡ଼ିନଥାଏ, କାରଣ ଏହି ସମୟରେ ଅକ୍ସିଜେନ୍ ସ୍ତର ସ୍ବାଭାବିକ ଭାବେ ୮୮ରୁ ୯୨ ପ୍ରତିଶତ ମଧ୍ୟରେ ରହିଥାଏ
ଅନ୍ୟାନ୍ୟ ରୋଗ ବିଶେଷ କରି ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖିବା
ଯଦି ଅକ୍ସିଜେନ୍ ସ୍ତର ୯୨ପ୍ରତିଶତରୁ ତଳକୁ ଖସେ ତାହେଲେ ଷ୍ଟିରଏଡ୍ ଦେବା
ପ୍ରାକୃତିକ ଭାବେ ଅଧିକ ଅକ୍ସିଜେନ୍ ନେବା ପାଇଁ ପ୍ରୋନିଂ କରିବା
ସାଧାରଣ ପରୀକ୍ଷାଗୁଡ଼ିକ କରିବା ଓ ଆବଶ୍ୟକ ହେଲେ ସେହି ପରୀକ୍ଷାଗୁଡ଼ିକୁ ନିୟମିତ ଭାବେ କରିବା
ପରୀକ୍ଷା ରିପୋର୍ଟ ଅନୁଯାୟୀ ଷ୍ଟିରଏଡ୍ରେ ପରିବର୍ତ୍ତନ କରିବା
ଗୁରୁତର ସଂକ୍ରମିତ ରୋଗୀ
ଅଧିକ ଧଇଁସଇଁ ହେବା
ନିଶ୍ବାସ ପ୍ରଶ୍ବାସରେ ଅଧିକ କଷ୍ଟ ହେବା
ଶ୍ବାସକ୍ରିୟା ହାର ମିନିଟ୍କୁ ୩୦ ଥରରୁ ଅଧିକ ହେବା
ଅକ୍ସିଜେନ ସ୍ତର ଘରୋଇ ପରିବେଶରେ ୯୦ ପ୍ରତିଶତରୁ କମ୍ ହେବା
କୋଭିଡ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହେବା
ଚିକିତ୍ସା
ମିନିଟ୍କୁ ୫ଲିଟର ହାରରେ ତୁରନ୍ତ ଅକ୍ସିଜେନ୍ ସହାୟତା ଯୋଗାଇଦେବା, ଅଣ ଗର୍ଭବତୀଙ୍କ କ୍ଷେତ୍ରରେ ଏହାକୁ ୯୦ ପ୍ରତିଶତରେ ପହଞ୍ଚାଇବା ଏବଂ ଗର୍ଭବତୀଙ୍କ କ୍ଷେତ୍ରରେ ୯୨ରୁ ୯୬ ପ୍ରତିଶତରେ ପହଞ୍ଚାଇବା
ଅକ୍ସିଜେନ୍ର ଯୋଗାଣ ବଢାଇବା ପାଇଁ ଏନ୍ଆଇଭିର ବ୍ୟବହାର କରିବା
ଯଦି ରୋଗୀର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସେ ଏଚ୍ଏଫ୍ଏନ୍ସି ବ୍ୟବହାର କରିବା
ଅଧିକ ଗୁରୁତର ହେଲେ ଭେଣ୍ଟିଲେଟର ସହାୟତା ଯୋଗାଇ ଦେବା
ଷ୍ଟିରଏଡ୍ ଥେରାପି ଆରମ୍ଭ କରିବା, ଆବଶ୍ୟକ ପରୀକ୍ଷାଗୁଡ଼ିକ କରାଇନେବା
ପରୀକ୍ଷା ରିପୋର୍ଟକୁ ଆଧାର କରି ଷ୍ଟିରଏଡ୍ରେ ପରିବର୍ତ୍ତନ କରିବା
ସଂକ୍ରମିତ ରୋଗୀଙ୍କ ପାଇଁ ପରୀକ୍ଷା
ସାଧାରଣ ପରୀକ୍ଷା: ସିବିସି, ରକ୍ତ ସର୍କରା, ୟୁରିନ୍ ରୁଟିନ୍, ଏଲ୍ଏଫ୍ଟି, କେଏଫ୍ଟି, ସିଆର୍ପି, ଏସ୍. ଫେରିଟିନ୍, ଡି-ଡାଇମର, ଏଲ୍ଡିଏଚ୍, ସିପିକେ
ବାରମ୍ବାର କରାଯାଉଥିବା ପରୀକ୍ଷା: ସିଆର୍ପି ଓ ଡି-ଡାଇମର (୪୮ରୁ ୭୨ ଘଣ୍ଟା ବ୍ୟବଧାନରେ), ସିବିସି, କେଏଫ୍ଟି, ଏଲ୍ଏଫ୍ଟି (୨୪ରୁ ୪୮ ଘଣ୍ଟା ବ୍ୟବଧାନରେ), ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେଲେ ଆଇଏଲ୍-୬
ଏକ୍ସ-ରେ କରିବା
ଅଧିକ ଲକ୍ଷଣ ସହ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିଲେ ଛାତିର ଏଚ୍ଆର୍ସିଟି କରାଯିବ