ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ସୁଦୂର ୟୁରେନସ୍ ଗ୍ରହର ଏହି ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିଛି। ଏହି ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରଟିକୁ ସୌରମଣ୍ଡଳର ସପ୍ତମ ଗ୍ରହର ଫଟୋ ଉତ୍ତୋଳନ କରିବା ପାଇଁ ମାତ୍ର ୧୨ ମିନିଟ୍ ଲାଗିଥିଲା। ଏହି ଫଟୋରେ ହିମ ଗ୍ରହଟି ନୀଳ ମାର୍ବଲ୍ ପଥର ଭଳି ଦିଶୁଛି। ଏଥିରେ ୟୁରେନସ୍ର ୧୩ଟି ବଳୟ ମଧ୍ୟରୁ ୧୧ଟି ଦେଖାଯାଉଛି।
‘ନାସା’ ଦ୍ବାରା ପ୍ରକାଶିତ ଅନ୍ୟ ଏକ ଫଟୋରେ ୟୁରେନସ୍ର ୨୭ଟି ଉପଗ୍ରହ ମଧ୍ୟରୁ ଛଅଟିରୁ ଅଧିକ ଉପଗ୍ରହ ଦେଖାଯାଉଛନ୍ତି। ଜେମ୍ସ ୱେବ୍ର ଚିତ୍ର ଓ ତଥ୍ୟରୁ ଏହି ଗ୍ରହର ଅନେକ ଅଜଣା ଦିଗ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ୟୁରେନସ୍ର ଆବର୍ତ୍ତନ କୋଣ ଅନ୍ୟ ଗ୍ରହମାନଙ୍କରୁ ସଂପୂର୍ଣ୍ଣ ଭିନ୍ନ। ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବାର ଗତିପଥର ପାଖାପାଖି ୯୦ଂ କୋଣରେ ଏହା ନିଜ ଅକ୍ଷ ଚାରିପଡ଼େ ଘୂରିଥାଏ। ତେଣୁ ଏହାର ଦୁଇ ମେରୁରେ ଚରମ ତଥା ସଂପୂର୍ଣ୍ଣ ଓଲଟା ଋତୁ ଦେଖାଯାଇଥାଏ। ବର୍ଷ ବର୍ଷ ଧରି ଗୋଟିଏ ମେରୁ ସିଧାସଳଖ ସୂର୍ଯ୍ୟାଲୋକ ପାଉଥିବା ବେଳେ ଅନ୍ୟ ପାର୍ଶ୍ବଟି ଅନ୍ଧାର ରହିଥାଏ। ଶେଷ ଥର ୧୯୮୬ରେ ୟୁରେନସ୍ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା ଯେବେ ‘ଭୟେଜର୍ ୨’ ମହାକାଶଯାନଟି ଏହି ଗ୍ରହର ନିକଟତର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/65f4h654sfhfhwwwwwwwwwwwwwww.jpg)