ଘରକୁ ଆଣନ୍ତୁ ଏହି ଯନ୍ତ୍ର, ୨୦ ବର୍ଷ ଯାଏଁ ମାଗଣାରେ ପାଇବେ ବିଦ୍ୟୁତ

କୋଚି: ଆମ ଦେଶର ଜନସଂଖ୍ୟା ୧୩୦ କୋଟିରୁ ଅଧିକ ହୋଇଥିବାବେଳେ ଏବେ ଦେଶର ପାଖାପାଖି ୩ କୋଟି ୧୦ ଲକ୍ଷ ଲୋକଙ୍କ ଘରେ ବିଜୁଳି ପହଂଚିପାରିନାହିଁ | ଏଥିପାଇଁ ସରକାର ପ୍ରୟାସ କରୁଥିବାବେଳେ ସୌର ଶକ୍ତି ମଧ୍ୟ ବିଦ୍ୟୁତ ଭରଣା ପାଇଁ କିଛିକାଂଶରେ ବ୍ୟବହାର କରାଯାଉଛି | କିନ୍ତୁ ଏବେ ବି ବି ପବନ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା କ୍ଷେତ୍ରରେ ଦେଶ ପଛରେ ପଡିଯାଇଛି | ଏଥିପାଇଁ ପବନ ଶକ୍ତିରୁ କିଭଳି ବିଦ୍ୟୁତ ଚାହିଦା ଭରଣା କରିହେବ ସେ ପ୍ରୟାସରେ ଲାଗିପଡିଛନ୍ତି କେରଳର ଦୁଇ ଭାଇ | ୨୦୧୫ ମସିହାରେ ଦୁଇ ଭାଇ ଅରୁଣ ଜର୍ଜ ଓ ଅନୁପ ଜର୍ଜ ନିଜର ଷ୍ଟାର୍ଟଅପ କମ୍ପାନୀ ଆରମ୍ଭ କରିଥିଲେ |

Photo-Better India

ନିଜ ଷ୍ଟାର୍ଟଅପ ପାଇଁ ଗୋଟିଏ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ | ପରିବେଶକୁ କ୍ଷତି ନ ପହଞ୍ଚାଇ କିଭଳି କିଛି ନୂଆ କରିହେବ ସେଥିପାଇଁ ଦୁଇ ଭାଇ ଯୋଜନା କରିଥିଲେ ଯେ ପବନ ଶକ୍ତି ପାଇଁ ଏମିତି ଏକ ଟରବାଇନ ପ୍ରସ୍ତୁତ କରିବେ ଯାହାର ଆକାର କମ ରହିବା ସହ ପବନର ବେଗ କମ ଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିବ | କାରଣ ଲୋକଙ୍କ ଘରେ ଓ ଛୋଟ ଉଦ୍ୟୋଗରେ ଏହାକୁ ଯେଭଳି ବ୍ୟବହାର କରାଯାଇପାରିବ ସେୟା ଲକ୍ଷ୍ୟ ରହିଥିଲା | କିନ୍ତୁ ପ୍ରଥମରେ ଏମାନଙ୍କ ପ୍ରୟାସକୁ ସେତିକି ପ୍ରୋତ୍ସାହନ ମିଳିପାରିନଥିଲା | କିନ୍ତୁ ସଂଯୁକ୍ତ ରାଷ୍ଟ୍ର ଯେତେବେଳେ ଏମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେଇ ବେଷ୍ଟ ୨୦ ଇନୋଭେସନ ଷ୍ଟାର୍ଟଅପରେ ସ୍ଥାନ ଦେଇଥିଲା, ସେତେବେଳେ ଏମାନଙ୍କ ଉତ୍ପାଦ ବାବଦରେ ଜଣାପଡିଥିଲା |

ପବନ ଶକ୍ତିରେ କାହିଁକି ପଛରେ ପଡିଛି ଭାରତ
ବିଶେଷ କରି ପବନ ଶକ୍ତି ପାଇଁ ବ୍ୟବହୃତ ଟରବାଇନର ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କା ପଡୁଥିବାବେଳେ ଟରବାଇନ କାମ କରିବା ପାଇଁ ପବନର ବେଗ ସେକେଣ୍ଡ ପ୍ରତି ୩ ମିଟର ହେବା ଆବଶ୍ୟକ | ଯେଉଁଥିପାଇଁ ଘରୋଇ ଭାବେ ଏହାକୁ ବ୍ୟବହାର କରାଯାଇପାରୁନାହିଁ |

ଏହାପରେ କିଛି ବିଦେଶୀ କମ୍ପାନୀ ଦୁଇ ଭାଇଙ୍କ ସ୍ୱପ୍ନର ପ୍ରକଳ୍ପରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ | ଏହାର ନାମ ଅବତାର ଦିଆଯାଇଥିବାବେଳେ ଏହାକୁ ଯେ କୌଣସି ସ୍ଥାନରେ ଲଗାଯାଇପାରିବ | ଗୋଟିଏ ଘରର ପ୍ରାଥମିକ ବ୍ୟବହାର ଅନୁଯାୟୀ ଏହି ଟରବାଇନ ୩ରୁ ୫ କିଲୋୱାଟ ଶକ୍ତି ଉତ୍ପାଦନ କରିପାରିବ |

photo-betterindia

ଏହାର ଅର୍ଥ ଆପଣ ପ୍ରଥମ ଥରର ଇନ୍ଷ୍ଟଲେସନରେ କେବଳ ଯାହା ଖର୍ଚ୍ଚ କରିପାବେ | ଥରେ ଏହି ଟରବାଇନକୁ ଲଗାଇବା ପରେ ପାଖାପାଖି ୨୦ ବର୍ଷ ଯାଏଁ ବିଜୁଳି ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ | ପ୍ରଥମଥର ଇନ୍ଷ୍ଟଲେସନ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ | ତେବେ ଯଦି ଏ କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ମିଳନ୍ତା ତେବେ ଦୁଇ ଭାଇଙ୍କର ଏହି ଯନ୍ତ୍ର ଶକ୍ତି ଯୋଗାଣରେ ଏକ ନୂଆ ବିପ୍ଳବ ଆଣିପାରନ୍ତା |

ସମ୍ବନ୍ଧିତ ଖବର