ଜେଜେଙ୍କୁ ମଡେଲ କରି ନୂଆ ପରିଚୟ ଦେଲେ ନାତି

ଟୋକିଓ: ସୋସିଆଲ ମିଡିଆରେ ପ୍ରସିଦ୍ଧି ପାଇବା ଏବେ ବହୁତ ସହଜ ହୋଇପଡିଛି | ତେବେ କେବଳ ପ୍ରସିଦ୍ଧି ପାଇବା ପାଇଁ ନୁହେଁ ବରଂ ନିଜ ଜେଜେଙ୍କ ଓଠରେ ଟିକେ ହସ ଦେବା ପାଇଁ ଜଣେ ନାତି ଚେଷ୍ଟା କରିଛନ୍ତି | ମାର୍କେଟରେ ମିଳିବାକୁ ଥିବା କିଛି ନୂଆ ଡିଜାଇନର ପୋଷାକକୁ ଜେଜେଙ୍କୁ ପିନ୍ଧାଇ ତାଙ୍କୁ ମଡେଲ ବନାଇଦେଇଛନ୍ତି | ଜାପାନରେ ରହୁଥିବା ୮୪ ବର୍ଷର ଅବସରପ୍ରାପ୍ତ ଶିକ୍ଷକ ଟେସୁଆ ଏବେ ସୋସିଆଲ ମିଡିଆରେ ଜଣେ ମଡେଲ ପାଲଟିଯାଇଛନ୍ତି |

ବହୁ ସଂଖ୍ୟାରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କର ଫଟୋକୁ ସେୟାର କରିବା ସହ ଜାପାନରେ ଏବେ ଜଣେ ଚର୍ଚିତ ଚେହେରା ପାଲଟିଯାଇଛନ୍ତି ଏହି ଶିକ୍ଷକ | ମିଳିଥିବା ସୂଚନା ମୁତାବକ ଟେସୁଆଙ୍କୁ ଏଭଳି ସ୍ତରରେ ପହଁଞ୍ଚାଇଛନ୍ତି ତାଙ୍କ ନାତି ନୟାୟୋ | ନାତି ଯେତେବେଳେ ନିଜ ଗାଁକୁ ଆସୁଥିଲେ ନିଜ ଜେଜେଙ୍କୁ କିଛି ଆଧୁନିକ ପୋଷାକ ପିନ୍ଧାଇ ଫଟୋ ଉଠାଇଥିଲେ |

ନିଜ ଜେଜେଙ୍କୁ ଏକାକୀ ଦେଖି ସେ ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ | ପରେ ଏହି ସବୁ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ଧୀରେ ଧୀରେ ଲୋକମାନେ ଏହି ସବୁ ଫଟୋକୁ ବହୁତ ପସନ୍ଦ କରିଥିଲେ | ନୟାୟୋ କୁହନ୍ତି ଯେ ଜେଜେଙ୍କ ଏହି ସବୁ ଫଟୋ ପୋଷ୍ଟ ପରେ ସେ ଏବେ ଇନ୍ସଟାଗ୍ରାମରେ ଷ୍ଟାର ପାଲଟିଯାଇଛନ୍ତି |

ସମ୍ବନ୍ଧିତ ଖବର