ଖ୍ରୀଷ୍ଟମାସରେ ୩୫୦ଟଙ୍କା ଦେଇ କୋଟିପତି ହେଲେ ଏହି ବୃଦ୍ଧ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ଜୁଆ ଖେଳିବା ଏକ ଖରାପ ଅଭ୍ୟାସ ବୋଲି କୁହାଯାଏ । କିନ୍ତୁ ଜଣେ ବୃଦ୍ଧ ନିଜର ଏହି ଅଭ୍ୟାସ ପାଇଁ କୋଟିପତି ବନିଥିବା ଜଣାପଡ଼ିଛି । ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ହେରାଲ୍‌ଡ଼ ଏମ୍‌ ଜୁଆ ଖେଳି କୋଟିପତି ହେବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଡ଼ିସେମ୍ବର ୨୫ ଖ୍ରୀଷ୍ଟମାସ ଅବସରରେ ହେରାଲ୍‌ଡ଼ ଜୁଆ ଖେଳିଥିଲେ । ୩୫୦ଟଙ୍କା ବାଜି ଲଗାଇ ସେ ଜିତି ନେଇଥିଲେ ୭୦କୋଟି ଟଙ୍କା ।

adweek.com

ସୂଚନା ମୁତାବକ, ଖ୍ରୀଷ୍ଟମାସରେ ହେରାଲ୍‌ଡ଼ ବାହାରକୁ ବୁଲି ଯାଇଥିବା ବେଳେ ଏକ ହୋଟେଲରେ ପହଞ୍ଚିଥିଲେ । ହୋଟେଲ ଭିତରକୁ ଯିବା ପରେ ତାଙ୍କ ନଜର ସେଠାରେ ଚାଲୁଥିବା ପୋକର ଗେମ୍‌ ଉପରେ ପଡ଼ିଥିଲା । ଜୀବନରେ କେବେ ହେଲେ ପୋକର ଗେମ୍‌ ଖେଳି ନଥିବା ହେରାଲ୍‌ଡ଼ ଏହି ଗେମ୍‌ ଖେଳିବା କଥା ଚିନ୍ତା କରିଥିଲେ । ପ୍ରଥମେ ସେ ଗେମ୍‌ ବିଷୟରେ ବୁଝିବା ପରେ ୩୫୦ଟଙ୍କାର ସର୍ତ ଲଗାଇଥିଲେ । ଦେଖୁ ଦେଖୁ ସେ ୭୦କୋଟି ଟଙ୍କା ଜିତିନେଲେ । ଟଙ୍କା ଜିତିବା ପରେ ହୋଟେଲ ତରଫରୁ ୧.୪କୋଟି ଟଙ୍କା କର ଆକାରରେ କାଟି ବାକି ଟଙ୍କା ହେରାଲ୍‌ଡ଼ଙ୍କୁ ଦେଇ ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର