ରେନଲ୍ଟ କାଇଗର୍ର ନୂଆ ଏସ୍ୟୁଭି ସେଗ୍ମେଣ୍ଟ ବଜାରକୁ ଆସିଛି। ଯାହାର ମୂଲ୍ୟ ରହିଛି ୫.୭ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ପେଟ୍ରୋଲ୍ଚାଳିତ ଟର୍ବୋଚାର୍ଜଡ୍ ଇଂଜିନ୍ ଓ ୩ଟି ମଲ୍ଟି-ସେନ୍ସ ଡ୍ରାଇଭିଂ ମୋଡ୍ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ରହିଛି ୪୦ ଲିଟର୍।
ଏହାସହିତ ଏଥିରେ ମଲ୍ଟି-ଭିୟୁ କ୍ୟାମେରା, ଓୟାର୍ଲେସ୍ ସ୍ମାର୍ଟଫୋନ୍ ରେପ୍ଲିକେସନ୍, ଟ୍ରାଇ-ଅକ୍ଟା ଏଲ୍ଇଡି ହେଡ୍ଲ୍ୟାମ୍ପ୍ସ, ୬ଟି ଏୟାର୍ବ୍ୟାଗ୍, ୧୭.୭୪ ସେମି ଟିଏଫଟି କ୍ଲଷ୍ଟର୍, ୨୦୫ ଏମ୍ଏମ୍ ଗ୍ରାଉଣ୍ଡ କ୍ଲିୟରାନ୍ସ, ୪୦.୬୪ ସେମି ଆଲଏ ହ୍ବିଲ୍ସ, ୪୦୫ ଲିଟର୍ ଟ୍ରଙ୍କ୍, ସ୍ପିଡ୍ ଆଲର୍ଟ ୱାର୍ଣ୍ଣିଂ, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ପରି ବୈଶିଷ୍ଟ୍ୟ ରହିଛି। ନ୍ୟୁ ଓଏସିସ୍ ୟେଲୋ, ନ୍ୟୁ ସ୍ୟାଡୋ ଗ୍ରେ, କାସ୍ପିଆନ୍ ବ୍ଲୁ, ଆଇସ୍ କୁଲ୍ ହ୍ବାଇଟ୍, ମୁନ୍ଲାଇଟ୍ ସିଲ୍ଭର୍, ଷ୍ଟେଲ୍ଥ ବ୍ଲାକ୍ ପରି ୬ଟି ରଙ୍ଗରେ ଏବଂ ନ୍ୟୁ ଓଏସିସ୍ ୟେଲୋ ୱିଥ୍ ମିଷ୍ଟ୍ରି ବ୍ଲାକ୍ ରୁଫ୍, ନ୍ୟୁ ସ୍ୟାଡୋ ଗ୍ରେ ୱିଥ୍ ମିଷ୍ଟ୍ରି ବ୍ଲାକ୍ ରୁଫ୍, ଆଇସ୍ କୁଲ୍ ହ୍ବାଇଟ୍ ୱିଥ୍ ମିଷ୍ଟ୍ରି ବ୍ଲାକ୍ ରୁଫ୍ ଓ ରାଡିଆଣ୍ଟ ରେଡ୍ ୱିଥ୍ ମିଷ୍ଟ୍ରି ବ୍ଲାକ୍ ରୁଫ୍ ପରି ୪ଟି ଡୁଆଲ୍-ଟୋନ୍ ରଙ୍ଗରେ ଉପଲବ୍ଧ।