ନୂଆଦିଲ୍ଲୀ: ଆଜିର ଯୁଗ, ବିଜ୍ଞାନର ଯୁବ । ବିଜ୍ଞାନ ବିନା ମଣିଷ ଜୀବନ ମୂଲ୍ୟହୀନ । ପୂର୍ବରୁ ଲୋକଙ୍କ ଜୀବନଯାପନ, ଚାଲିଚଳଣି ଯାହା ଥିଲା ଏବେ ତାହା ବଦଳିଗଲାଣି । ମଣିଷ ପୂର୍ବ ଅପେକ୍ଷା ଟିକେ ଆଗୁଆ ହୋଇଛି, ନୂଆ ନୂଆ ଚିନ୍ତାଧାରାରେ ବଞ୍ଚୁଛି, ନୂଆ ଜ୍ଞାନ କୌଶଳକୁ ଆପଣାଉଛି... ଆଉ ତା ପଛରେ କେବଳ ବିଜ୍ଞାନ ହିଁ ରହିଛି ।
ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପ୍ରତିରକ୍ଷା ଆଦିରେ ବିଜ୍ଞାନର ବହୁଳ ବ୍ୟବହାର ଗୋଟେ ଗୋଟେ ଦେଶକୁ ଅଧିକ ଶକ୍ତିଶାଳୀ କରୁଥିବା ବେଳେ ମହାକାଶ କ୍ଷେତ୍ରରେ ବିଜ୍ଞାନର ଭୂମିକା ବେଶ ରହୁଛି । ଗୋଟେ ଦେଶ ମହାକାଶକୁ ହେଉ କି ଚନ୍ଦ୍ରକୁ ହେଉ, ନୂତନ ଜ୍ଞାନକୌଶଳ ଆପଣାଇ ଯେତେବେଳେ ନୂଆ ଯାତ୍ରା କରୁଛି ସେତେବେଳେ ସେ ଦେଶର ବିଜ୍ଞାନ କେତେ ସୁଦୃଢ ଗଣନା କରାଯାଉଛି । ଆଉ ଆଜି ଯେତେବେଳେ ମହାକାଶରୁ ୪ ମହାକାଶଚାରୀ ଦୀର୍ଘ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ଠିକ୍ ସେତେବେଳେ ସବୁଠି ବିଜ୍ଞାନକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି ଏବଂ ବିଜ୍ଞାନର ଜୟ ଜୟ କାର ହେଉଛି ।
ବିଜ୍ଞାନ ଥିଲା ବୋଲି ଆଜି ୪ ଜଣ ମହାକାଶଚାରୀ ନୂଆ ଜୀବନ ପାଇଲେ । ମହାଶୂନ୍ୟରେ ୯ ମାସ ଘୁରି ବୁଲିବା ପରେ ପୁନଶ୍ଚ ପୃଥିବୀକୁ ଫେରିବାକୁ ସକ୍ଷମ ହେଲେ ଆଉ ସେମାନେ ସେମାନଙ୍କ ପରିବାରକୁ ପୁଣି ଦେଖିବାର ସୁଯୋଗ ପାଇଲେ । ବିଜ୍ଞାନ ଯଦି ନଥାନ୍ତା କି ଅତ୍ୟାଧୁନିକ ହୋଇ ନଥାନ୍ତା ତାହାଲେ ମହାଶୂନ୍ୟରୁ ମାଟିକୁ ଏ ଯାତ୍ରା କଣ ସମ୍ଭବ ହୋଇଥାନ୍ତା । ତେଣୁ ସୁନୀତା ଏବଂ ତାଙ୍କ ସହଯୋଗୀଙ୍କ ପ୍ରତ୍ୟାବର୍ତ୍ତନ ପରେ ଏବେ ବିଜ୍ଞାନକୁ ନେଇ ଭୁରି ଭୁରି ପ୍ରଶଂସା କରାଯାଉଛି ।
ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ବଡ଼ ସଫଳତା
-୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର
-ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ ସଦସ୍ୟ ପୃଥିବୀକୁ ଫେରିଛନ୍ତି
-ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି
-ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେଷ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ
-ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ
-ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସଏକ୍ସ କ୍ରୁ ଡ୍ରାଗନର ବେଗ ଅଧିକ ଥିଲା
-ସ୍ପେସଏକ୍ସ କ୍ରୁ ଡ୍ରାଗନର ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା
-ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ ଯାନ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଥିଲା
-ବାହ୍ୟ ତାପମାତ୍ରା ୧୯୨୬ ଡିଗ୍ରୀ ସେଲସିୟସକୁ ବଢିଯାଇଥିଲା ଯାନର ତାପମାତ୍ର
-ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା
-ଯାନର ବେଗ କମାଇବାକୁ ପ୍ରଥମେ ଦୁଇଟି ଏବଂ ପରେ ପରେ ଅନ୍ୟ ଦୁଇଟି ପାରାସୁଟ ଖୋଲିଥିଲା
-ପାରାସୁଟ ଯୋଗୁଁ ଯାନ ବେଗ କମ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା
-ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା
-ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି...
ଉପରୋକ୍ତ ସମସ୍ତ ପ୍ରକ୍ରିୟା କେବଳ ବିଜ୍ଞାନ ପାଇଁ ହିଁ ସମ୍ଭବପର ହୋଇଛି । ତେଣୁ ସୋସିଆଲ ମିଡିଆରେ ଲୋକେ ଜୟ ବିଜ୍ଞାନ... ଜୟ ଜୀବନର ନାରା ଦେଉଛନ୍ତି