ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମଏସଆଇଏଲ) ଚଳିତ ବର୍ଷ ଶେଷ ସୁଦ୍ଧା ନିିଜର ନୂଆ ଅଲଟୋ ଲଞ୍ଚ କରିପାରେ। ନୂଆ ଅଲଟୋ ଲାପିନ ଏଲସିିର ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି। ଫଟୋଟି ସାମ୍ନାକୁ ଆସିବା ପରେ ଏହାର ଡିଜାଇନକୁ ଲୋକେ ଖୁବ ପସନ୍ଦ କରୁଥିବା ଦେଖାଯାଇଛି। ଏମିତିକି ଲୋକେ ଏହାର ଲଞ୍ଚ ହେବାର ତାରିଖ ମଧ୍ୟ ଜାଣିବାକୁ ସୋସିଆଲ ମିଡିଆରେ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେବେ ସୁଜୁକି ପ୍ରଥମେ ଭାରତ ବାହାରେ ଅଲଟୋର ଏହି ନୂତନ ମଡେଲ୍ ଲଞ୍ଚ କରିଛି। ଏହାର ନାମ ନ୍ୟୁ ଅଲଟୋ ଲାପିନ ଏଲସି ରଖାଯାଇଛି। ଲାପିନର ଅର୍ଥ ହେଉଛି ଠେକୁଆ। କାରଟି ଦେଖିବାକୁ ମଧ୍ୟ ସେହିଭଳି। ଏହି କାରର ବାହାର ଏବଂ ଭିତରର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେଗୁଡିକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁୁଛି ଯେ ନୂତନ ଅଲଟୋ କାର ଲୋକଙ୍କୁ ଏକ ମିନି ଏସୟୁଭି ପରି ଅନୁଭବ ହେବ। ବର୍ତ୍ତମାନ ବଜାରରେ ଥିବା ଏହାର ମଡେଲ୍ ଅପେକ୍ଷା ଏହି ମଡେଲଟି ଅଧିକ ଭାରୀ ଏବଂ ପ୍ରଶସ୍ତ ହେବ।
/sambad/media/post_attachments/6e94a2411d6515195965c481634af49909fca9bb252ef72add5d351dec8540ce.jpg)
ଏହି କାର ଆଗରେ ବଡ ଏଲଇଡି ଲାଇଟ୍ ରହିବ, ଯାହା ଅଧିକ ଆଲୋକିତ କରିବ। ଗାଡ଼ି ପଛରେ ଏଲଇଡି ଲାଇଟ୍ ପରି ଡିଜାଇନ୍ ସହିତ ଏକ ଲାଇଟ୍ ଲଗାଯାଇଛି। ଏହାର ଉଚ୍ଚତା ଅଧିକ ହେବ ନାହିଁ। ଫଟୋକୁ ଦେଖିଲେ ଏହା ଲାଗୁଛି ଯେ ଏହା ଏସ- କ୍ରସ୍ ଠାରୁ କମ୍ ଲମ୍ବା ହେବ। ବର୍ତ୍ତମାନର ମଡେଲଠାରୁ ଏହା ଉନ୍ନତମାନର ହେବ ବୋଲି ଚର୍ଚ୍ଚା ହେଉଛି।
/sambad/media/post_attachments/56448db9bc8c623ca1562da2f52382437802d4bbd1e028c77535e13d80ecaba7.jpg)
ଦୁଇଟି ଭିନ୍ନ ଇଞ୍ଜିନ୍ ବିକଳ୍ପ ସହିତ ନୂଆ ଅଲଟୋ ଭାରତୀୟ ବଜାରରେ ଲଞ୍ଚ ହୋଇପାରେ। ଏଥିରେ ୮୦୦ସିସି ଏବଂ ୧୦୦୦ସିସି ଇଞ୍ଜିନ୍ ଅନ୍ତର୍ଭୂକ୍ତ। ତେବେ ଜାପାନରେ ଏହି କାରକୁ ୬୬୦ସିସି ୩ସିଲିଣ୍ଡର ପେଟ୍ରୋଲ ଇଞ୍ଜିନରେ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ୧୪ ଲକ୍ଷ ୟେନ୍ (ପ୍ରାୟ ୮ ଲକ୍ଷ ଟଙ୍କା)ରେ ସ୍ଥିର କରାଯାଇଛି। ତେବେ ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଆରମ୍ଭ ହେବ। ବର୍ତ୍ତମାନ ଭାରତରେ ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୪.୦୮ ଲକ୍ଷରୁ ୫.୦୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-159.jpg)