ରାଜଧାନୀର ରାଜ ରାସ୍ତାରେ ଆଉ ନାଚି ପାରିବେନି ବରଯାତ୍ରୀ । ଭୁବନେଶ୍ୱର ଭଳି ଦିଲ୍ଲୀରେ ମଧ୍ୟ ସହରୀ ରାସ୍ତା ଉପରେ ବରଯାତ୍ରୀ ଉପରେ କଟକଣା ଲଗାଇଛି ପୁଲିସ୍ । ଏହାକୁ ଉଲ୍ଲଙ୍ଘନ କଲେ ଦେବାକୁ ପଡିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏଥିସହିତ ସର୍ବାଧିକ ତିନି ଥରରୁ ଅଧିକ ଉଲ୍ଲଂଘନ ହେଲେ ବିବାହ ମଣ୍ଡପ ସଂଚାଳକଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଇପାରେ । ତେବେ ବଢୁଥିବା ଜନସଂଖ୍ୟା ସହ ଶଦ୍ଦ ପ୍ରଦୂଷଣ ଓ ଟ୍ରାଫିକ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲାଗୁ ହୋଇଛି ଏଭଳି କଟକଣା । ରାସ୍ତା କଡରେ ଥିବା ବିବାହ ମଣ୍ଡପକୁ ବରଯାତ୍ରୀ ନେବାକୁ ହେଲେ ଏଣିକି ସହର ମଝିଦେଇ ଯିବାକୁ ହେବ ।
/sambad/media/post_attachments/wp-content/uploads/2018/10/12oriMarriage26C-300x151.jpg)
ସୂଚନା ମୁତାବକ, ଟ୍ରାଫିକ୍ ସମସ୍ୟା ଏବଂ ଶଦ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି।ଏହି ନୂଆ ନିୟମ ଅନୁସାରେ ରାସ୍ତା ଉପରେ ବରଯାତ୍ରୀ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କୌଣସି ବ୍ୟକ୍ତି ବା ବିବାହ ମଣ୍ଡପ ନିୟମ ଉଲ୍ଲଂଘନ କରେ ତେବେ ଫାର୍ମ ହାଉସ ତଥା ମଣ୍ଡପର ସଂଚାଳକଙ୍କ ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହୋଇପାରେ । ସେହିପରି ଏହି ନିୟମକୁ ସର୍ବାଧିକ ତିନି ଥରରୁ ଅଧିକ ଉଲ୍ଲଂଘନ ହେବା ଦ୍ୱାରା ଫାର୍ମ ତଥା ବିବାହ ମଣ୍ଡପ ସଂଚାଳକଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଇପାରେ । ବର୍ତ୍ତମାନ ଏହି ନିୟମ ହୋଟେଲ, ମଣ୍ଡପ ଏବଂ ଫାର୍ମ ହାଉସ ଗୁଡିକରେ ହେଉଥିବା ଆୟୋଜନ ଉପରେ ଲାଗୁ ହେବ । ହେଲେ ଆଗାମୀ ଦିନମାନଙ୍କରେ ଏହି ନିୟମ ସବୁ ସ୍ଥାନରେ ହେଉଥିବା ବିବାହ ସମାରୋହର ଆୟୟୋଜନ ଉପରେ ଲାଗୁ ହୋଇପାରେ ।
/sambad/media/post_attachments/wp-content/uploads/2018/10/26_04_2016-marriage20-300x200.jpg)
ନିୟମ ଅନୁସାରେ, ଫାର୍ମ ହାଉସ କିମ୍ବା ମଣ୍ଡପ ଭିତରେ ହିଁ ବିବାହର ପୂରା ସମାରୋହ କରୁବାକୁ ପଡିବ । ଏଥିସହିତ ହିଁ ରାତି ୧୦ଟା ପରେ ବ୍ୟାଣ୍ଡ-ବାଜା ଏବଂ ଆଉଡସ୍ପିକର ବ୍ୟବହାର କରିପାରିବେ ନାହିଁ । ସେହିପରି ଏହାକୁ ବି ଧ୍ୟାନରେ ରଖିବାକୁ ହେବ କି,ଏହାଦ୍ୱାରା ଯେପରି ଅଧିକ ଧ୍ୱନି ପ୍ରଦୂଷଣ ନହୁଏ ।ଖାଲି ଏତିକି ନୁହେଁ, ନୂଆ ନିୟମ ଅନୁସାରେ, ରାସ୍ତାରେ ଯେପରି କୌଣସି ପ୍ରକାରର ଟ୍ରାଫିକ୍ ସମସ୍ୟା ନଉପୁଜୁ, ଏଥିପାଇଁ ଫାର୍ମ ହାଉସ ତଥା ବିବାହ ମଣ୍ଡିମଗୁଡିକୁ ପାର୍କିଂର ବ୍ୟବସ୍ଥା ମଣ୍ଡପ ଭିତରେ ହିଁ କରିବାକୁ ହେବ । ଆଉ ବୋର୍ଡ ବି ଲଗାଇବାକୁ ହେବ କି କେତେ ଗାଡି ପାର୍କିଂର ବ୍ୟବସ୍ଥା ରହିଛି ।
ସର୍ତ୍ତ
• ପେଣ୍ଡାଲର ଉଭୟ ପ୍ରବେଶ ଏବଂ ପ୍ରସ୍ତାନ ଦ୍ୱାରର ରାସ୍ତାକୁ ଅଲଗା ଅଲଗା କରିବାକୁ ହେବ ।
• କୌଣସି ବି ଭିଆଇପି, ଭିଭିଆଇପି କିମ୍ବା କୌଣସି ସେଲିବ୍ରେଟିଙ୍କୁ ଡାକିବା ପୂର୍ବରୁ ପ୍ରଥମେ ପୁଲିସର ଅନୁମତି ନେବାକୁ ହେବ ।
• ବିବାହ ମଣ୍ଡପ କିମ୍ବା ଫାର୍ମା ହାଉସର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ସିସିଟିଭି କ୍ୟାମେରା ଲଗାଯିବା ବାଧ୍ୟତାମୂଳକ ହେବ । ଏବଂ କୌଣସି ବି ରେକଡିଂ ୩୦ ଦିନ କାଳ ସରକ୍ଷିତ ରଖାଯିବ ।
• ଏୟାର ଟ୍ରାଫିକ୍ ଯେପରି ବଦ୍ଧିତ ନହେଉ, ଏଥିପାଇଁ ଲେଜର ଲାଇଟ ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ।
• ମନୋରଂଜନ, ଲାଇଭ ପରଫାମାନ୍ସ ପାଇଁ ପ୍ରଥମେ ପୁଲିସର ଅନୁମତି ଆଣିବାକୁ ପଡିବ ।
ଏଠାରେ ଆମେ କହି ରଖୁଛୁ କି, ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ୫ଟି ରାସ୍ତାରେ ବର ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ବଢୁଥିବା ଜନସଂଖ୍ୟା ସହ ଟ୍ରାଫିକ ସମସ୍ୟା ପାଇଁ ଲାଗୁ ହୋଇଛି ଏହି କଟକଣା । ଏସବୁ ରାସ୍ତା କଡରେ ଥିବା ବିବାହ ମଣ୍ଡପକୁ ବରଯାତ୍ରୀ ନେବାକୁ ହେଲେ ଏଣିକି ସହର ମଝିଦେଇ ଯିବାକୁ ହେବ । ନ୍ୟୁ ଏୟାରପୋର୍ଟରୁ ଏଜି ଦେଇ ଆଚାର୍ଯ୍ୟ ବିହାର, ରାଜଭବନ ଛକରୁ କିଟ୍ ଛକ, କଳ୍ପନା ଛକରୁ ଏଜି ଦେଇ ରାଜଭବନ ଛକ, ବାଣୀବିହାରରୁ ଶିଶୁଭବନ ଛକ ଓ ରସୁଲଗଡରୁ ରବି ଟକିଜ୍ ଛକ ଆଦି ସ୍ଥାନରେ ନିଷେଧ ହୋଇଛି ବାହାଘର ଶୋଭାଯାତ୍ରା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/marriage-f-1.jpg)