ଭାରତର ଭାଲପାରାଇ ମାଳଭୂମିର ଚିରହରିତ ଜଙ୍ଗଲରେ ଲମ୍ବା ଆଙ୍ଗୁଠି ଓ ନାଲି ଆଖି ଥିବା ଏକ ପତଳା ନୂଆ ପ୍ରଜାତିର ଝିଟିପିଟିକୁ ଜୀବବିଜ୍ଞାନୀମାନେ ଆବିଷ୍କାର କରିଛନ୍ତି। ଜୀବବିଜ୍ଞାନୀମାନେ ସମୁଦ୍ର ପତ୍ତନଠାରୁ ପ୍ରାୟ ୪,୬୦୦ ଫୁଟ୍ ଉଚ୍ଚରେ ବୁଲୁଥିବା ଏହି ଅସ୍ୱାଭାବିକ ଝିଟିପିଟି (ଗେକୋ) ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଏହାର ‘ଡିଏନ୍ଏ’ ବିଶ୍ଳେଷଣ କରିଥିଲେ। ସମାନ ଭାବରେ କ୍ଷୁଦ୍ର ବାସସ୍ଥଳୀରେ ଏକ ବହୁତ ଛୋଟ ସ୍ଥାନରେ ଖାପ ଖୁଆଇ ବିକଶିତ ହେଉଥିବା ଏହି ପ୍ରଜାତିର ପ୍ରଜନନ ପ୍ରକ୍ରିୟାକୁ ଅତ୍ୟଧିକ ‘ମାଇକ୍ରୋ-ଏଣ୍ଡେମିଜିମ୍’ କୁହାଯାଏ। ଏହି ପ୍ରକାରର ଝିଟିପିଟି (ଗେକୋ)ଙ୍କର ସମସ୍ତ ୨୩ଟି ପରିଚିତ ପ୍ରଜାତି କେବଳ ସେମାନଙ୍କର ଏକାନ୍ତ ନିଜସ୍ୱ କ୍ଷୁଦ୍ର ସ୍ଥାନୀୟ ପରିବେଶରେ ବଞ୍ଚି ରହିଥାନ୍ତି।
ଜୁଟାକ୍ସା ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁୟାୟୀ, ଭାଲପାରାଇ ଜଙ୍ଗଲରେ ଦେଖାଯାଉଥିବା ବାମନ ପ୍ରଜାତିର ଝିଟିପିଟିମାନଙ୍କ ମଧ୍ୟରେ ଏହି ନୂତନ ପ୍ରଜାତି ପରିବାରର ଝିଟିପିଟି ସବୁଠାରୁ ବଡ଼ ବୋଲି ଶ୍ରେଣୀଭୁକ୍ତ କରାଯାଇଛି। ଏହା ପ୍ରାୟ ୪.୫ ଇଞ୍ଚ ଲମ୍ବରେ ପହଞ୍ଚିଥାଏ। ବର୍ତ୍ତମାନ ସରକାରୀ ଭାବେ ଏହି ନୂଆ ପ୍ରଜାତି ଝିଟିପିଟିର ନାଁ ‘ଭାଲପାରାଇ ବାମନ ଗେକୋ’ ବୋଲି ଘୋଷଣା କରାଯାଇଛି। ଏହି ପ୍ରଜାତିର ଝିଟିପିଟି (ଗେକୋ) ପ୍ରାୟତଃ ସ୍ୱତନ୍ତ୍ର ଭାବରେ ‘ତେନକାସି’ ଚିରହରିତ ଜଙ୍ଗଲ ଶିଳାସ୍ତର ଆବାସସ୍ଥଳୀରେ ବାସ କରନ୍ତି। ଏହି ଅଞ୍ଚଳ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସ୍ଥଳୀ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରଜାତିର ପ୍ରତ୍ୟେକ ଝିଟିପିଟି ଭାରତର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ ଜଙ୍ଗଲ ମଧ୍ୟରେ ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ସେମାନଙ୍କର ନିଜସ୍ୱ କ୍ଷୁଦ୍ର ବାସସ୍ଥଳୀରେ ବାସ କରନ୍ତି ବୋଲି ଗବେଷକମାନେ ତାଙ୍କର ନିବନ୍ଧରେ ଦର୍ଶାଇଛନ୍ତି।
ଏହି ଜୀବବିଜ୍ଞାନୀ ଗବେଷକ ଦଳ ଆହୁରି ଚାରିଟି ନୂତନ ପ୍ରଜାତିର ଝିଟିପିଟିଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ। ସମସ୍ତେ ସମାନ ପୂର୍ବଜ ବଂଶରୁ ଆସିଥିବା ଜଣାପଡ଼ିଛି। ଏହି ପ୍ରଜାତିର ପ୍ରତ୍ୟେକ ଝିଟିପିଟି ଭାରତର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ ଜଙ୍ଗଲ ମଧ୍ୟରେ ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ସେମାନଙ୍କର ନିଜସ୍ୱ କ୍ଷୁଦ୍ର ବାସସ୍ଥଳୀରେ ବାସ କରନ୍ତି ବୋଲି ଗବେଷକମାନେ ତାଙ୍କର ନିବନ୍ଧରେ ଦର୍ଶାଇଛନ୍ତି।