ପ୍ରଥମ ଥର ଟ୍ରେନ ଦେଖି ଅବାକ ହୋଇଗଲେ ଲାଲ ଇଲାକାର ପିଲା

ବସ୍ତର: ଛତିଶଗଡ଼ ବସ୍ତରର କେଓଟି | ମାଓବାଦୀଙ୍କ ଗଡ ସାଜିଥିବା ଏହି ଅଞ୍ଚଳରେ ଏବେ ଗଡିଛି ରେଳ | ବଦଳିଛି ଜୀବନ, କମିଛି ଭୟ | ଯାତାୟାତର ସୁବିଧା କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ ଚଳାଚଳ କରାଯିବା ସହ ଷ୍ଟେସନକୁ ଆଧୁନିକତାର ରୂପ ଦିଆଯାଇଛି | କେବଳ ସୁନ୍ଦର ପ୍ଲାଟଫର୍ମ କରାଯାଇନାହିଁ ବରଂ ୱାଇଫାଇର ମଧ୍ୟ ବ୍ୟବସ୍ଥା କରାଯାଇଛି | ଟ୍ରେନ ଯାତ୍ରୀ ମାଗଣାରେ ୱାଇଫାଇ ବ୍ୟବହାର କରିବା ସହ ନୂଆ ଜ୍ଞାନକୌଶଳ ଓ ଅଜଣା ଦୁନିଆକୁ ଜାଣିପାରିବେ |

ବନ୍ଧୁକର ଗୁଳି ଫୁଟିବା ଶବ୍ଦ, ମାଓବାଦୀଙ୍କ ଧମକ ଦେଖିଥିବା ଏଠାକାର ଲୋକ ଏବେ ଛତିଶଗଡ଼ର ରାଜଧାନୀକୁ ସିଧାସଳଖ ଟ୍ରେନ ଯୋଗେ ଯାଇପାରିବେ | ବଡ଼କଥା ହେଉଛି ଯେ ସ୍ଥାନୀୟ ଅଞ୍ଚଳର ପିଲାମାନେ ଟ୍ରେନ କଣ କେବେ ବି ଦେଖିନଥିଲେ, ପ୍ରଥମ ଥର ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

ରାବଘାଟ ରେଳ ପରିଯୋଜନା ଆଧାରରେ ଏହି ନୂଆ ରେଳ ଷ୍ଟେସନର ସ୍ଥାପନ କରାଯାଇଥିବାବେଳେ ରାୟପୁର-ଦୁର୍ଗ ମଧ୍ୟରେ ଯାତାୟାତ କରୁଥିବା ଟ୍ରେନ କେଓଟି ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କୁ ସେବା ପ୍ରଦାନ କରୁଛି | ଆଶା ରହିଛି ନକ୍ସଲଙ୍କ ପ୍ରଭାବରେ ଅଟକିଥିବା ବିକାଶର ଗାଡିକୁ ଏହି ନୂଆ ରେଳ ଲାଇନ ଏବେ ସହଯୋଗ କରିବ |

ସମ୍ବନ୍ଧିତ ଖବର