ଟାଟା କମ୍ପାନି ପକ୍ଷରୁ ଏସ୍ୟୁଭି ସେଗ୍ମେଣ୍ଟରେ ନୂଆ ‘ସିଏରା’ ବଜାରରେ ପ୍ରବେଶ କରିବାକୁ ଯାଉଛି। ଏହା ପୂର୍ବରୁ କମ୍ପାନି ଅନେକ ଟିଜର୍ ଛାଡ଼ିବା ପରେ ଏବେ ଅଫିସିଆଲ୍ ୱେବ୍ସାଇଟ୍ରେ ଲଞ୍ଚ କରିଛି। ସିଏରା ନୂଆପିଢ଼ିଙ୍କ ପସନ୍ଦର ତଥା ଭରସାଯୋଗ୍ୟ ଏସ୍ୟୁଭି ହେବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହା ୧.୫ ଲିଟର୍ର ପେଟ୍ରୋଲ-ଡିଜେଲ୍ ସହିତ ଇଲେକ୍ଟ୍ରିକ୍ ଇଂଜିନ୍ ପରି ୩ଟି ଇଂଜିନ୍ରେ ଉପଲବ୍ଧ ହେବ।
ଏହାର ପ୍ରାରମ୍ଭିକ ମୂଲ୍ୟ ୧୨ରୁ ୨୨ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ହେବ ବୋଲି ଆକଳନ କରାଯାଉଛି। ଏଥିରେ ପାନୋରାମିକ୍ ରୁଫ, ଫ୍ଲସ୍ ଗ୍ଲେଜିଂ, ଓପନ୍ କ୍ୟାବିନ୍ ମଡେଲ୍, ସଂପୂର୍ଣ୍ଣ ଏଲ୍ଇଡି ଆଲୋକ, ୧୯ ଇଞ୍ଚ ଆଲଏ ହ୍ବିଲ୍, ସୋନିକ୍ ସାଫ୍ଟ ସାଉଣ୍ଡବାର୍, ଜେବିଏଲ୍ ୧୨ ସ୍ପିକର୍ ୱିଥ୍ ଡୋଲ୍ବି ଆଟମ୍ସ, ଇଲେେକ୍ଟ୍ରାନିକ୍ ପାର୍କିଂ ବ୍ରେକ୍ ୱିଥ୍ ଅଟୋ ହୋଲ୍ଡ ପରି ବୈଶିଷ୍ଟ୍ୟ ରହିବ ବୋଲି ଆକଳନ କରାଯାଉଛି। ଆସନ୍ତା ୨୫ ତାରିଖରେ ସିଏରା ବଜାରକୁ ଆସିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/20/fshfshfsxbvbv-2025-11-20-00-24-03.jpg)