୨୦୧୭ରେ କ’ଣ ସବୁ ନୂଆ ଟେକ୍‌ନୋଲୋଜି ଆସିଥିଲା ବଜାରକୁ? ୩ଟି ସ୍କ୍ରିନ୍‌ ଥିବା ମନିଟର୍‌ରୁ ଆରମ୍ଭ କରି ଥ୍ରିଡି କଂକ୍ରିଟ୍‌ ପ୍ରିଣ୍ଟର୍‌ ପର୍ଯ୍ୟନ୍ତ ଜାଣନ୍ତୁ….

ଲାପ୍‌ଟପ୍‌ ତିଆରି କରୁଥିବା କମ୍ପାନୀ ‘ରେଜର’ ଏ ବର୍ଷ ୩ଟି ସ୍କ୍ରିନ୍‌ ଥିବା ଲାପ୍‌ଟପ୍‌ ଲଞ୍ଚ୍‌ କରିଥିଲା। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌କୁ ବାମ ଓ ଡାହାଣ ପଟୁ ବଡ଼ କରିହୁଏ। ଏହାକୁ ବିଶେଷ କରି ଭିଡିଓ ଗେମ୍‌ ପାଇଁ ଡିଜାଇନ୍‌ କରାଯାଇଛି। ଏହା ପ୍ରଥମ ପର୍ଟେବଲ୍‌ ଲାପ୍‌ଟପ୍‌ ମଧ୍ୟ ଅଟେ। କିନ୍ତୁ କେବେଠୁ ଏହାକୁ ବିକ୍ରି କରାଯିବ ବା କେତେ ଟଙ୍କା ମୂଲ୍ୟ ରହିବ ତାହା ସ୍ପଷ୍ଟ ହୋଇନାହିଁ।

ଓ୍ଵିଲୋ ନାମକ କମ୍ପାନି ମହିଳାଙ୍କ ପାଇଁ ଏମିତି ଏକ ଅନ୍ତବସ୍ତ୍ର ଲଞ୍ଚ୍‌ କରିଛି ଯାହା ଦ୍ୱାରା ଶିଶୁକୁ ସ୍ତନ୍ୟପାନ କରାଯାଇପାରିବ। ଏହାକୁ ଓ୍ଵାର୍‌ଲେସ୍‌ ବ୍ରେଷ୍ଟ ପମ୍ପ୍‌ କୁହାଯାଉଛି। ଏଥିରେ କ୍ଷୀର ରଖିବା ପାଇଁ ସ୍ଥାନ ରହିଛି, ଯେଉଁଥିରେ କ୍ଷୀର ଭରିଲା ପରେ ଏକ ଆପ୍‌ ଦ୍ୱାରା କନେକ୍ଟ୍‌ କରି ଶିଶୁ କ୍ଷୀର ଖୁଆଇବା ସମୟରେ ଆକ୍‌ଟିଭ୍‌ କରିଦିଆଯାଏ।

ସୌନ୍ଦର୍ଯ୍ୟ ସାମଗ୍ରୀ ବନାଉଥିବା କମ୍ପାନୀ L’Oreal ଏ ବର୍ଷ ଏକ ଏମିତି ହେୟର୍‌ ବ୍ରସ୍‌ ଲଞ୍ଚ୍‌ କରିଛି, ଯାହା କେଶକୁ କୁଣ୍ଡାଇବା ସହ କେଶବୃଦ୍ଧି, କେଶର ମାନ ଓ କେଶ ଝଡ଼ୁଛି ନା ନାହିଁ ତାହା ଟ୍ରାକ୍‌ କରିବ। ଏହି ବ୍ରସ୍‌ ଏକ ସେନ୍‌ସର୍‌ ଜରିଆରେ ଆପଣଙ୍କ କେଶକୁ ପରଖି ଥାଏ। ଏକ ଆପ୍‌ ଜରିଆରେ ଆପଣଙ୍କ କେଶ ସମ୍ବନ୍ଧିତ ସମ୍ପୂର୍ଣ୍ଣ ବିବରଣୀ ଆସିଯାଇଥାଏ।

ଏ ବର୍ଷ ପ୍ରଥମ ଇଲେକ୍ଟ୍ରୋନିକ୍ସ୍‍ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ୍‌ (AI) ଟୁଥ୍‌ବ୍ରଶ୍‌ ମଧ୍ୟ ଲଞ୍ଚ୍‌ ହୋଇଛି। ଏକ ସ୍ୱତନ୍ତ୍ର ଆପ୍‌ ଜରିଆରେ ଏହି ବ୍ରସ୍‌କୁ କନେକ୍ଟ୍‌ କରାଯାଏ। ଏହି ଆପ୍‌ ଆପଣଙ୍କ ଦାନ୍ତର ପ୍ରତିଦିନ ରିପୋର୍ଟ୍‌ ତିଆରି କରିବା ସହ ଆପଣଙ୍କ ବ୍ରସ୍‌ କରିବାର କାର୍ଯ୍ୟକଳାପକୁ ନଜର ବି ରଖେ। ଯେପରିକି ଆପଣ ପ୍ରତିଦିନ କେଉଁ ସମୟରେ ବ୍ରସ୍‌ କରୁଛନ୍ତି ଓ କେତେ ସମୟ ଧରି କରୁଛନ୍ତି ତାହା ମଧ୍ୟ ଏହା ପରଖି ଥାଏ।

ଏ ବର୍ଷ ଏମିତ ିଥ୍ରିଡି ପ୍ରିଣ୍ଟର୍‌ ଲଞ୍ଚ ହୋଇଛି, ଯାହା ସାହାଯ୍ୟରେ ଥ୍ରି ଡାଇମେନସନାଲ୍‌ ଘରକୁ ମଧ୍ୟ ପ୍ରିଣ୍ଟ୍‌ କରାଯାଇ ପାରିବ। ସାନ୍‌ଫ୍ରାନ୍‌ସିସ୍କୋର ଆପିସ୍‌ କୋର୍‌ ନାମକ କମ୍ପାନି ଏହାକୁ ତିଆରି କରିଛି। ଏହି ପ୍ରିଣ୍ଟର୍‌ରେ ୭.୩୫ ଲକ୍ଷ ଟଙ୍କାରେ ଏକ ଘର ତିଆରି କରାଯାଇଛି, ଯାହା ଏତିକି ମଜବୁତ୍‌ ଯେ ୧୭୫ ବର୍ଷ ପର୍ଯ୍ୟନ୍ତ କିଛି ହେବ ନାହିଁ। ଏହି ଘରକୁ ତିଆରି କରିବା ପାଇଁ ରଙ୍ଗ ବଦଳରେ କଙ୍କ୍ରିଟ୍‌ ମିକ୍ସ୍‍ଚର୍‌କୁ ବ୍ୟବହାର କରାଯାଇଛି। ଏଥିପାଇଁ ମୋବାଇଲ୍‌ 3D ପ୍ରିଣ୍ଟର୍‌ର ବ୍ୟବହାର କରାଯାଇଛି।

ଲାଇଟ୍‌ ଡଟ୍‌ କମ୍ପାନି ୧୬ଟି କ୍ୟାମେରା ବିଶିଷ୍ଟ ଲାସ୍‌ ଡିଭାଇସ୍‌ ଲଞ୍ଚ୍‌ କରିଛି ଯାହା ଡିଏସ୍‌ଏଲ୍‌ଆର୍‌ ଭଳିଆ ଫଟୋ କ୍ୟାପ୍‌ଚର୍‌ କରିପାରେ। ଏବେ ଯାଏଁ କୌଣସି ଡିଭାଇସ୍‌ରେ ୧୬ଟି କ୍ୟାମେରାର ବ୍ୟବହାର କରାଯାଇ ନାହିଁ। କମ୍ପାନି ଅନେକ ଗବେଷଣା ଓ ୪ ବର୍ଷ ଡିଭାଇସ୍‌ ଉପରେ କାମ କରିଛି। ଏହାର ନାମ ହେଉଛି Light L16। ଏଥିରେ 5x ପର୍ଯ୍ୟନ୍ତ ଜୁମ୍‌ କରିବାର ସୁବିଧା ଥିବାବେଳେ ୫୨ ମେଗାପିକ୍ସେଲ୍‌ ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ କରାଯାଇ ପାରିବ।

ସମ୍ବନ୍ଧିତ ଖବର