ବିଶ୍ବରେ ଏମିତି ଅନେକ ହ୍ରଦ ରହିଛି, ଯାହାକି ଆଜି ବି ରହସ୍ୟ ଘେରରେ ରହିଛି। ସେମିତି ଏକ ହ୍ରଦ ହେଉଛି ଆଫ୍ରିକାର ନେଟ୍ରୋନ୍‌ ହ୍ରଦ। ଏହି ହ୍ରଦର ପାଣିକୁ ଛୁଇଁବାମାତ୍ରେ ଜୀବଜନ୍ତୁ ପଥର ‌ହୋଇଯାଆନ୍ତି। ଏହାର ଆଖପାଖରେ ଅନେକଗୁଡ଼ିଏ ପଶୁପକ୍ଷୀଙ୍କର ପଥର ମୂର୍ତ୍ତି ରହିଛି। ହ୍ରଦର ନିକଟରେ ମଧ୍ୟ ମଣିଷ ରୁହନ୍ତି ନାହିଁ। ନେଟ୍ରୋନ୍‌ ହେଉଛି ଏକ କ୍ଷାରଜଳର ହ୍ରଦ। ଏହାର ପାଣିରେ ସୋଡିୟମ୍‌ କାର୍ବୋନେଟ୍‌ର ମାତ୍ରା ଅଧିକ ଥାଏ। ଏଥିରେ ଆମୋନିଆର ମାତ୍ରା ମଧ୍ୟ ଅଧିକ ଥାଏ। ଏହି ଦୁଇଟି ରାସାୟନିକର ମିଶ୍ରଣ ମିଶରର ଲୋକମାନେ ‘ମମି’କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରୁଥି‌େଲ। ତେଣୁ ଏହି ହ୍ରଦର ପାଣି ପିଇଥିବା ଅନେକ ଜୀବ ପଥର ହୋଇଯାଇଛନ୍ତି ଓ ସେଗୁଡ଼ିକ ହଜାର ହଜାର ବର୍ଷ ହେବ ସୁରକ୍ଷିତ ହୋଇ ରହିଛନ୍ତି ବୋଲି ବୈଜ୍ଞାନିକମାନେ କୁହନ୍ତି। ଏହି ହ୍ରଦକୁ ନେଇ ପରିବେଶବିତ୍‌ ଓ ୱାଇଲ୍‌ଡ ଲାଇଫ୍‌ ଫଟୋଗ୍ରାଫର୍‌ ନିକ୍‌ ବ୍ରାଣ୍ଡଟ୍‌ ଏକ ପୁସ୍ତକ ରଚନା କରିଛନ୍ତି। ପୁସ୍ତକର ନାଁ ହେଉଛି ‘ଏକ୍ରସ୍‌ ଦି ରୢାଭେଜ୍‌ଡ୍‌ ଲ୍ୟାଣ୍ଡ୍‌’। ହ୍ରଦ ପାଖରେ ପଥର ପାଲଟି ଯାଇଥିବା ଅନେକ ପଶୁ ଓ ପକ୍ଷୀଙ୍କର ଫଟୋ ମଧ୍ୟ ସେ ଉଠେଇଛନ୍ତି।

ପାସେଞ୍ଜର୍‌ ପୁଶର୍‌

Advertisment

publive-image Amusing Planet

ରୋଜଗାର କରିବାର ଅନେକ ରାସ୍ତା ରହିଛି। ସେମିତି ଏକ ଚାକିରି ଜାପାନ୍‌ରେ ଅଛି ଯାହା ବେଶ୍‌ ଅଜବ। ଚାକିରି ହେଉଛି ‘ଟ୍ରେନ୍‌ ପୁଶର୍‌’ ବା ‘ପାସେଞ୍ଜର୍‌ ପୁଶର୍‌’। ମନକୁ ଆସିବ ଏଥିରେ ଟ୍ରେନ୍‌କୁ ଠେଲିବାକୁ ପଡ଼ୁଥିବ। ତେବେ ଏଥିରେ ଟ୍ରେନ୍‌କୁ ଠେଲିବାକୁ ପଡ଼େନି ବରଂ ଠେଲାଯାଏ ଯାତ୍ରୀଙ୍କୁ। ଟୋକିଓରେ ଟ୍ରେନ୍‌ଗୁଡ଼ିକରେ ପ୍ରବଳ ଭିଡ଼ ହୁଏ। ବେଳେବେଳେ ଏତେ ଭିଡ଼ ହୁଏ ଯେ ଟ୍ରେନ୍‌ କବାଟ ବନ୍ଦ କରି ହୁଏନା। ଟ୍ରେନ୍‌ ପୁଶର୍‌ ବା ପାସେଞ୍ଜର୍‌ ପୁଶର୍‌ମାନେ ଲୋକଙ୍କୁ ବଗି ଭିତରକୁ ଜୋର୍‌ ଜବରଦସ୍ତ ଠେଲି ବଗିର କବାଟ ବନ୍ଦ କରନ୍ତି। ହେଲେ ସେମାନଙ୍କୁ ଦେଖିବାକୁ ହୁଏ ଯେମିତି କି କୌଣସି ଯାତ୍ରୀ ଦୁଆରରେ ଚାପି ନ ହୁଅନ୍ତି। ପ୍ରଥମେ ସେମାନଙ୍କୁ ପାସେଞ୍ଜର୍ ଆରେଞ୍ଜମେଣ୍ଟ୍‌ ଷ୍ଟାଫ୍‌ କୁହାଯାଉଥିଲା। ଏବେ ଏମାନେ ପାସେଞ୍ଜର୍‌ ବା ଟ୍ରେନ୍‌ ପୁଶର୍‌ ଭାବେ ପରିଚିତ।