ସ˚ପର୍କ ବୃଦ୍ଧିର ନୂଆ ଦିଗନ୍ତ- ବାର୍ତ୍ତାଳାପ

ଆମେ ଯେତେ ବେଶି ଟେକ୍ନଲୋଜି ଓ ସାମାଜିକ ଗଣମାଧୢମ ସହ ଯୋଡ଼ିହେଉଛୁ, ନିଜ ପରିବାରବର୍ଗ ତଥା ଆତ୍ମୀୟସ୍ବଜନଙ୍କଠାରୁ ସେତିକି ଦୂରେଇଯାଉଛୁ। ଏ ଦୂରତାର ଫାଙ୍କ କ୍ରମେ ଓସାରିଆ ହେବାରେ ଲାଗିଛି। ସିଧାସଳଖ ସାକ୍ଷାତ୍‌ କି˚ବା କଥାବାର୍ତ୍ତା ଲାଗି ଏବେ ପ୍ରାୟ ସବୁ ବ୍ୟକ୍ତିଙ୍କ ପାଇଁ ସମୟର ଅଭାବ। ତେବେ, ଫିଲାଡେଲଫିଆ ବାସିନ୍ଦା ରବ୍‌ ଲୋଲେସ୍‌ ଜଣେ ବ୍ୟତିକ୍ରମ। ପ୍ରତି ଦିନ ଏକାଧିକ ଅଜଣା ଲୋକଙ୍କୁ ଭେଟିବା ଏବ˚ ସେମାନଙ୍କ ସହ ଦୀର୍ଘକାଳୀନ ସ˚ପର୍କ ବନାଇବା କାର୍ଯ୍ୟରେ ରବ୍‌ ସମର୍ପିତ। ଅଠେଇଶ ବର୍ଷ ବୟସ୍କ ରବ୍‌, ଗଲା ଚାରି ବର୍ଷ ମଧୢରେ ୨,୮୦୦ ଅଜଣା ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଜରିଆରେ ସ˚ପର୍କ ଯୋଡ଼ିଛନ୍ତି। ବାଣିଜ୍ୟରେ ସ୍ନାତକ ଉତ୍ତୀର୍ଣ୍ଣ ପରେ ସେ ୨୦୧୩ରେ ଏକ ଘରୋଇ ଉଦ୍ୟୋଗରେ ‘ବିଜ୍‌ନେସ୍‌ ଆନାଲିସ୍‌ଟ’ ଭାବେ ଯୋଗଦେଇଥିଲେ। କାର୍ଯ୍ୟାଳୟରେ କାମର ଚାପ ଓ ବ୍ୟସ୍ତତା ତାଙ୍କୁ ଧୀରେ ଧୀରେ ପରିଚିତ ବ୍ୟକ୍ତିମାନଙ୍କଠାରୁ ଦୂରେଇଦେଇଥିଲା। ୨୦୧୫ରେ ଚାକିରି ଛାଡ଼ି, ଲୋକଙ୍କ ସହିତ ସ˚ପର୍କ ଯୋଡ଼ିବା ଅଭିଯାନ ଆରମ୍ଭ କରିଥିଲେ। ପ୍ରତି ଦିନ ସେ ବିଭିନ୍ନ ସ୍ଥାନରେ ଚାରି ଜଣ ବ୍ୟକ୍ତିଙ୍କୁ ଭେଟୁଛନ୍ତି ଏବ˚ ସେମାନଙ୍କ ସହିତ ଘଣ୍ଟାଏ ଲେଖାଏଁ ବାର୍ତ୍ତାଳାପ କରୁଛନ୍ତି। ଏହା ଦ୍ବାରା ତାଙ୍କର ଲୋକଙ୍କ ସହିତ ସ˚ପର୍କ ବଢ଼ୁଛି। ରବ୍‌ କହନ୍ତି- ପାରସ୍ପରିକ ସାକ୍ଷାତ୍‌ ଓ ବାର୍ତ୍ତାଳାପ ଦ୍ବାରା ଲୋକସ˚ପର୍କ ଅଧିଜ ମଜଭୁତ ହୁଏ। ସ˚ପର୍କ ବୃଦ୍ଧି ଦ୍ବାରା ମନ ଖୁସି ରହେ। ଆଗକୁ ସେ ଅନ୍ୟ ଦେଶ ଭ୍ରମଣ କରି ନିଜର ଜନସ˚ପର୍କ ଅଭିଯାନ ବଢ଼ାଇବେ।

ସମ୍ବନ୍ଧିତ ଖବର