ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ସକାଶେ ଏକ ନୂଆ ଫିଚର୍ ବାହାର କରିଛି। ଏଣିକି ଆପଣ ନ ଚାହିଁଲେ ଆପଣଙ୍କୁ ଯେକେହି ବି କୌଣସି ଗ୍ରୁପ୍ରେ ଆଡ୍ କରିପାରିବେ ନାହିଁ। ପୂର୍ବରୁ ଗ୍ରୁପ୍ରେ ଆଡ୍ କରିବାକୁ ଆଡମିନ୍କୁ କାହାର ଅନୁମତି ନେବାକୁ ପଡୁନଥିଲା। ଫଳରେ ଯିଏ ଯାହାକୁ ଚାହିଁଲେ ସହଜରେ ଗ୍ରୁପ୍ରେ ଆଡ କରି ପକାଉଥିଲେ। ମାତ୍ର ଏବେ ଆଉ ସେ ଅସୁବିଧା ନାହିଁ। ଏଣିକି କେଉଁ ଗ୍ରୁପ୍ରେ ରହିବେ କି ନାହିଁ ସେ ନିଷ୍ପତ୍ତି ସଂପୂର୍ଣ୍ଣ ବ୍ୟବହାରକାରୀଙ୍କର। ପ୍ରଥମେ ଗ୍ରୁପ୍ ଆଡମିନ୍ଙ୍କ ପକ୍ଷରୁ ବ୍ୟବହାରକାରୀଙ୍କୁ ଏକ ମେସେଜ୍ ଯିବ। ବ୍ୟବହାରକାରୀ ଅନୁମତି ଦେଲେ ଯାଇ ଆଡମିିନ୍ ତାଙ୍କୁ ଗ୍ରୁପ୍ରେ ଆଡ କରିପାରିବେ। ଅନୁମତି ଦେବାର ଅବଧି ମାତ୍ର ୩ ଦିନ। ସମୟ ସୀମା ଭିତରେ ବ୍ୟବହାରକାରୀ ଯଦି ଅନୁମତି ନ ଦିଅନ୍ତି ତେବେ ସେ ଗ୍ରୁପ୍ରେ ଆଡ ହେବେ ନାହିଁ।
ବ୍ୟବହାରକାରୀଙ୍କ ହାତରେ ୩ଟି ବିକଳ୍ପ ରହିଛି। ସେ ଚାହିଁଲେ ପୂର୍ବ ପରି ନିଜ ଆକାଉଣ୍ଟ୍କୁ ପବ୍ଲିକ୍ କରି ରଖିପାରିବେ। ଫଳରେ ଯିଏ ଚାହିଁଲେ ବି ଆଡ୍ କରିପାରିବେ। ଏହାଛଡ଼ା ସେ ଚାହିଁଲେ ନିଜ କଣ୍ଟାକ୍ଟସଙ୍କୁ ସେହି ଅନୁମତି ଦେଇପାରନ୍ତି। ଅଥବା ସଂପୂର୍ଣ୍ଣ ବ୍ୟକ୍ତିଗତ ବି କରିପାରନ୍ତି।
Deccan Chronicleଏଥିପାଇଁ ବ୍ୟବହାରକାରୀଙ୍କୁ କିଛି ପ୍ରକ୍ରିୟା ଅନୁକରଣ କରିବାକୁ ପଡ଼ିବ:
ପ୍ରଥମେ ହ୍ଵାଟ୍ସଆପ୍ ଖୋଲନ୍ତୁ।
ସେଥିରେ ସେଟିଂକୁ ଯାଆନ୍ତୁ।
ପରେ ଆକାଉଣ୍ଟ୍ରେ କ୍ଲିକ୍ କରନ୍ତୁ।
ଆକାଉଣ୍ଟ୍କୁ ଯିବା ପରେ ପ୍ରାଇଭେସିରେ କ୍ଲିକ୍ କରନ୍ତୁ।
ତା’ପରେ ‘ନୋବଡି’, ‘ମାଇଁ କଣ୍ଟାକ୍ଟସ’ ଓ ‘ଏଭ୍ରି ଓ୍ଵାନ୍’ ଭିତରୁ ଗୋଟାଏ ଚୟନ କରି ନିଜ ମୁତାବକ ସେଟିଂ କରନ୍ତୁ।
ଆପଣ ‘ନୋବଡି’ ଅପ୍ସନ୍ ଚୟନ କରିଥିଲେ ଗ୍ରୁପ୍ରେ ଆଡ୍ କରିବା ପାଇଁ ଆଡମିନ୍ଙ୍କୁ ଅନୁମତି ଦରକାର ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Untitled-34.jpg)