ନୂଆଦିଲ୍ଲୀ: ନୂତନବର୍ଷ ଦିନ ଅର୍ଥାତ ୨୦୧୮ ଜାନୁଆରି ପହିଲା ଦିନ ଜନ୍ମ ନେଇଥିବା ୩୮୬ହଜାର ଶିଶୁଙ୍କ ମଧ୍ୟରୁ ଭାରତରେ ୬୯,୦୭୦ଟି ଶିଶୁ ଜନ୍ମ ନେଇଥିଲେ। ୯୦ ପ୍ରତିଶତ ଶିଶୁ ସ୍ୱଳ୍ପ ବିକଶିତ ଅଞ୍ଚଳରେ ଜନ୍ମ ନେଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/download-1.jpg)
ୟୁନିସେଫ ରିପୋର୍ଟ ମୁତାବକ, ବୈଷୟିକ ସ୍ତରରେ ଆଧାରୁ ଅଧିକ ଶିଶୁଙ୍କ ଜନ୍ମ ୯ଟି ଦେଶରେ ହୋଇଛି। ଭାରତରେ ୬୯,୦୭୦, ଚାଇନାରେ ୪୪,୭୬୦, ନାଇଜେରିଆରେ ୨୦,୨୧୦, ପାକିସ୍ତାନରେ ୧୪,୯୧୦, ଇଣ୍ଡୋନେସିଆରେ ୧୩,୩୭୦, ଆମେରିକାରେ ୧୧,୨୮୦, ଡେମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ୯,୪୦୦, ଇଥିୟୋପିୟାରେ ୯,୦୨୦ ଓ ବଙ୍ଗଳାଦେଶରେ ୮,୩୭୦ ଶିଶୁ ଜନ୍ମ ନେଇଥିଲେ। ପାଖାପାଖି ୨୦ଲକ୍ଷ ନବଜାତ ଶିଶୁଙ୍କର ଗୋଟିଏ ସପ୍ତାହ ମଧ୍ୟରେ ଓ ୨୬ଲକ୍ଷ ଶିଶୁଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ହୋଇଥାଏ। ୮୦ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ସମୟ ପୂର୍ବରୁ ଜନ୍ମ ନେବା, ପ୍ରସବ ସମୟରେ ସମସ୍ୟା ଓ ନିମୋନିଆ ହେତୁ ହୋଇଥାଏ। ୫ବର୍ଷରୁ କମ୍ ଆୟୁରେ ମୃତ୍ୟୁ ଘଟୁଥିବା ଶିଶୁଙ୍କ ସଂଖ୍ୟା ୫୬ଲକ୍ଷ ପାଖାପାଖି ରହିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/2018_1largeimg202_Jan_2018_150205107-300x200.jpg)
ୟୁନିସେଫ୍ ଆଗାମୀ ମାସରୁ ଏଭ୍ରି ଚାଇଲ୍ଡ ଏଲାଇଭ ନାମକ ଏକ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନର ଲକ୍ଷ୍ୟ ମା’ ଓ ନବଜାତ ଶିଶୁଙ୍କୁ ଶସ୍ତା ପ୍ରସବ ସୁବିଧା, ଗୁଣବତ୍ତା ସ୍ୱାସ୍ଥ୍ୟ ଚିକିତ୍ସା, ସ୍ୱଚ୍ଛ ଜଳ, ବିଜୁଳି, ମା’ ଶିଶୁକୁ ସ୍ୱଚ୍ଛ ଓ ନିର୍ମଳ ସ୍ଥାନରେ ରଖିବା, ଜନ୍ମ ଦେବାର ଘଣ୍ଟାକ ପରେ ଶିଶୁକୁ ସ୍ତନପାନ କରିବା, ମା’ ଓ ଶିଶୁ ମଧ୍ୟରେ ସ୍କିନ୍ ଟୁ ସ୍କିନ୍ ସଂଯୋଗ ଆଦି ସାମିଲ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/image.jpg)