ନିଉ ୟର୍କ‌୍‌ର ଟଫର‌୍‌ ବ୍ରଫି ଜଣେ ପେସାଦାର ଶିଳ୍ପୀ। ତାଙ୍କର ପୋଷା କୁକୁରର ନାମ- ରୋଜେନ୍‌ବର୍ଗ‌୍‌। କୁକୁରଟିକୁ ସେ ବହୁତ ଆଦର କରନ୍ତି। ନିଜେ ଯାହା ପିନ୍ଧନ୍ତି, ରୋଜେନ୍‌ବର୍ଗ‌୍‌କୁ ଠିକ୍‌ ସେହି ଭଳି ପିନ୍ଧାନ୍ତି। ମାଲିକଙ୍କ ସହ କୁକୁରର ପୋଷାକର ସାଦୃଶ୍ୟ ଦେଖିଲେ ଯେ ‌କେହି ଚମତ୍କୃତ ହେବ। ଦୁହିଁଙ୍କର ମୋଟ ଏକଷଠିଟି ଫଟୋ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ।

Advertisment

publive-image www.littlethings.com

ସମାନ ବେଶ ଧାରଣ ସ˚ପର୍କରେ ଟଫର୍‌ କହନ୍ତି- ଏକାଠି ରହୁଛନ୍ତି, ଖାଉଛନ୍ତି; ଆଉ ସମାନ ପୋଷାକ ପିନ୍ଧିବାରେ ଅସ୍ବାଭାବିକତା କ’ଣ? ଦୁହିଁଙ୍କ ମୁହଁକୁ ନିରିଖେଇ ଦେଖିଲେ ବି ଏକା ଭଳି ଲାଗେ। ରୋଜେନ୍‌ବର୍ଗ‌୍‌, ତାଙ୍କ ପାଇଁ ପୁଅ ଭଳି। ସେଇଟି ସଙ୍କର ଜାତୀୟ; ଅଧା ଅଷ୍ଟ୍ରେଲିଆନ୍‌ ସେଫାର୍ଡ‌୍‌ ଓ ଅଧା ପୁଡଲ୍‌।