ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି। ଯାହାକି ଦେଖୁଦେଖୁ ନିଆଁ ଭଳି ବ୍ୟାପି ଯାଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭ‌ାଇରାଲ ଭିଡିଓରେ ଜଣେ ନବଜାତକୁ ଦେଖିବାକୁ ମିଳୁଛି।

Advertisment

ଏହି ନବଜାତ ଜନ୍ମହେବାପରେ ତାଙ୍କୁ ଜଣେ ନର୍ସ ଧରି ସଫା କରୁଛନ୍ତି। ନବଜାତର ‌ମୁଣ୍ଡତଳେ ଗୋଡ଼ ଉପରେ କରି ନର୍ସ ଡାକ୍ତରି ପଦ୍ଧତିରେ ପରିଷ୍କାର କରୁଛନ୍ତି, ଏହି ସମୟରେ ନବଜାତ ଯେଉଁ ଏକ ଲୁହାର ଟ୍ରେରେ ଶୋଇଥିଲା, ତାହାକୁ ଦୁଇହାତରେ ଉଠାଇ ଦେଉଛି। ଯାହାର ଦୃଶ୍ୟ ଆପଣ ଭିଡିଓ ଜରିଆରେ ଦେଖି ପାରିବେ।

ଏହି ଭିଡିଓକୁ @ଭାକତ୍ରିଲୋକିକା ନାମକ ଆକାଉଣ୍ଟରେ ଏକ୍ସରେ ସେୟାର କରାଯାଇଛି। ଏଥିସହିତ କ୍ୟାପସନରେ ଲେଖାହୋଇଛି, ‘ଚନ୍ଦ୍ରଯାନ-୩’ ଚନ୍ଦ୍ରରେ ପହଞ୍ଚିବା ପରେ ଭାରତରେ ବାସ୍ତବ ବାହୁବଳୀ।

ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ବାସ୍ତବରେ କ’ଣ ନବଜାତ ଜଣକ ଏହି ଟ୍ରେକୁ ଉଠାଇ ଦେଇଥିଲା ବୋଲି କିଛିଲୋକ ପ୍ରଶ୍ନ କରିଥିବା ବେଳେ ଅନ୍ୟମାନେ ନର୍ସ ନବଜାତକୁ ଧରିଥିବା ଶୈଳୀକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।