ନୂଆଦିଲ୍ଲୀ: ସୋସିଆଲ ମିଡିଆରରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ପୋଷ୍ଟ ହୋଇଥାଏ। ଏହି କ୍ରମରେ ମା’ ଓ ଶିଶୁକୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓଟି ସେୟାର ହେଉ ହେଉ ବିଜୁଳି ବେଗରେ ଭାଇରାଲ ହୋଇଯାଇଥିଲା।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ମା’ ଶିଶୁକୁ ଜନ୍ମ ଦେବା ପରେ ତାର ଗୋଟିଏ ଝଲକ ପାଇବା ପାଇଁ ଅପେକ୍ଷା କରି ରହିଥିଲା। ଏହି ସମୟରେ ନବଜାତ ଶିଶୁକୁ ତା’ ମା’ ସହିତ ଭେଟ କରିବାକୁ ନର୍ସମାନେ ହସ୍ପିଟାଲ ବେଡରେ ପଡ଼ିଥିବା ମା’ ପାଖକୁ ଆଣିଥିଲେ। ଏତିକି ବେଳେ ନବଜାତଶିଶୁଟି ତାର ମା’ର ଗାଲକୁ ଧରି ଆଲିଙ୍ଗନ କରି ଗେଲ କରି ପକାଉଛି । ଯେମିତି କି ସେ ତାର ମା’ର କଷ୍ଟକୁ ଦେଖି ନପାରି ଆଲିଙ୍ଗନ କରି କିଛି କହୁଥିବା ଅନୁଭବ ହେଉଛି।
The newborn baby who doesn’t want to leave his mother…
Aweeeeeeeee ❤️pic.twitter.com/U39puexcQJ— The Figen (@TheFigen_) March 24, 2023
ତେବେ ଏହି ଦୃଶ୍ୟକୁ ଅପରେସନ୍ ଥିଏଟର ଭିତରୁ କେହି ଜଣେ କ୍ୟାମେରାରେ କୈଦକରି ନେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଟୁଇଟ୍ କରିଥବା ବ୍ୟକ୍ତି ଜଣକ ଲେଖିଛନ୍ତି- ମା’ ପାଖ ଛାଡ଼ିବାକୁ ଚାହୁଁ ନଥିବା ନବଜାତ ଶିଶୁ। ଦେଖୁଦେଖୁ ଏହି ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକେ ବି ଏହାକୁ ବହୁମାତ୍ରାରେ ସେୟାର କରୁଛନ୍ତି।