ନୂଆଦିଲ୍ଲୀ: ବିବାହ ପରେ କନ୍ୟା ଶାଶୂଘରେ ପହଞ୍ଚିବା ପରେ କେତେ ଲାଜ କରନ୍ତି ତାହା ଆ‌ମେ ସମସ୍ତେ ଜାଣନ୍ତି। ନୂଆ ଜାଗା, ନୂଆ ଲୋକଙ୍କୁ ଦେଖି କିଛି କନ୍ୟା ଲାଜରେ ଓ କିଛି କନ୍ୟା ଭୟରେ ଚୁପ୍‌ ରହିଥାନ୍ତି। ମାତ୍ର ଏବେ ଯୁଗ ବଦଳୁଛି, ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ବି ବଦଳୁଛି। ଏବେ କନ୍ୟାଙ୍କ ମନରେ ଶାଶୂଘର ଯିବାର ଭୟ ଓ ଲାଜ କ୍ରମଶଃ ହ୍ରାସ ପାଉଛି।

Advertisment

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ କନ୍ୟାଙ୍କୁ ତ‌ାଙ୍କ ଶଶୁରଘର ଲୋକ ନାଚିବାକୁ କହୁଛନ୍ତି। କନ୍ୟା ଜଣକ ବି ନିଜ ଦକ୍ଷତା ଦେଖାଇବାକୁ ଆଦୌ ପଛଘୁଞ୍ଚା ଦେଇନାହାନ୍ତି। ନବବିବାହିତା କନ୍ୟାଙ୍କ ଠୁମ୍‌କା ଅନେକଙ୍କୁ ବେଶ୍‌ ପସନ୍ଦ ଆସିଛି।

ଭାଇରାଲ୍‌ ଭିଡିଓରେ ନବବିବାହିତା କନ୍ୟା ଜଣକ ଏକ ପଞ୍ଜାବୀ ଗୀତରେ ନାଚୁଥିବ‌ାର ଆପଣ ଦେଖି ପାରୁଥିବେ। ଭିଡିଓଟିକୁ ସୋସିଆଲ୍‌ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସେୟାର କରାଯାଇଛି। ହୋଇପାରେ ଆପଣ ବି ଏ ନୃତ୍ୟ ଭିଡିଓକୁ ଦେଖି ଖୁବ୍ ପସନ୍ଦ କରିପାରନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ଶିଖା ତ୍ୟାଗୀ ନାମ୍ନୀ ବ୍ୟବହାରକାରୀ ଫେବ୍ରୁଆରି ୪ ତାରିଖରେ ସେୟାର କରିଛନ୍ତି। ଭିଡିଓଟିକୁ ବ୍ୟବହାରକାରୀ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି। ଏହାର ଭିୟୁ ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏଥିରେ ବହୁ ମଜାଦାର କମେଣ୍ଟ ବି ସବୁ ଦେଖିବାକୁ ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆମର ଏଠି ନାଚିବା ବେଳେ ବି ଓଢ଼ଣା ଟାଣିବାକୁ କହିବେ’।