ନୂଆଦିଲ୍ଲୀ: ସିଡ୍ନିର ଏକ ଦମ୍ପତି ବିବାହ ପରେ ହନିମୁନ୍ ମନାଇବାକୁ ଯାଇଥିବା ବେଳେ ଏକ ବିରାଟ ଅଘଟଣ ଘଟିଯାଇଛି। ଦୁହେଁ ପତି-ପତ୍ନୀ ଗଲ୍ଫ ବଗିରେ ବସି ଏକ ଆଇଲ୍ୟାଣ୍ଡ୍ରେ ବୁଲିବା ସମୟରେ ଦୁର୍ଘଟଣା ଘଟି ପତ୍ନୀଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗଲ୍ଫ ବଗିକୁ ପତି ଚଳାଉଥିବା ବେଳେ ଦୁହେଁ ସେଥିରେ ବସିଥିଲେ। ବ୍ୟକ୍ତି ଜଣକ ୟୁଟର୍ଣ୍ଣ ନେବା ବେଳେ ଗାଡ଼ିକୁ ଏପରି ମୋଡ଼ିଲେ ଯେ ଗାଡ଼ିଟି ଓଲଟି ଯାଇଥିଲା। ଫଳରେ ତାଙ୍କର ବିଶେଷ କିଛି ହୋଇନଥିଲେ ବି ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା।
ବ୍ୟକ୍ତି ଜଣକ ବିବାହର ମାତ୍ର ୧୦ ଦିନ ମଧ୍ୟରେ ନିଜ ପତ୍ନୀଙ୍କୁ ନେଇ ହନିମୁନ୍ରେ ଯାଇଥିଲେ। ବିବାହର ଏତେ କମ୍ ଦିନ ମଧ୍ୟରେ ଏପରି ଅଘଟଣ ଘଟିବା ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଛି ବୋଲି ପୁଲିସ୍ ଗଣମାଧ୍ୟମରେ ସୂଚନା ଦେଇ କହିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ ୨୯ ବର୍ଷୀୟା ମାରିନା ମୋର୍ଗନ ନିଜ ପତି ରାମ୍ବିଙ୍କ ସହ ଏକ ଡ୍ରିମ୍ ହଲିଡେରେ ଯାଇଥିଲେ। ସେଠାରେ ଏହି ଦୁର୍ଘଟଣା ଘଟିଥିଲା। ରାମ୍ବି ନିଜେ ଗାଡ଼ି ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଘଟଣାଟି ହେଉଛି ଅଷ୍ଟ୍ରେଲିଆର। ମାରିନା ପଡ଼ିଯିବା ପରେ ତାଙ୍କୁ ଜଣେ ଡାକ୍ତର, ଜଣେ ଅଫ୍ ଡ୍ୟୁଟି ଡେଣ୍ଟିଷ୍ଟ୍ ଓ ଜଣେ ଅଫ୍ ଡ୍ୟୁଟି ଅଗ୍ନିଶମ କର୍ମଚାରୀ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବଞ୍ଚାଇ ପାରିନଥିଲେ। ସେମାନେ ମାରିନାଙ୍କୁ ୩୫ ମିନିଟ୍ ପର୍ଯ୍ୟନ୍ତ ସିପିଆର୍ ଦେଇଥିଲେ। ତାପରେ ବି ତାଙ୍କୁ ବଞ୍ଚାଇ ହେଲା ନାହିଁ।