ଚେତନା ପଟ୍ଟନାୟକ
ମୁଖ୍ୟ ମାନବ ସମ୍ବଳ ଅଧିକାରୀ
ଏଲ୍ଟିଆଇମାଇଣ୍ଡ୍ଟ୍ରି
ବିଶ୍ବସ୍ତରୀୟ ପ୍ରଯୁକ୍ତି କନସଲଟିଂ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନି ଏଲ୍ଟିଆଇମାଇଣ୍ଡ୍ଟ୍ରିର ମୁଖ୍ୟ ମାନବସମ୍ବଳ ଅଧିକାରୀ ପଦରେ ଚେତନା ପଟ୍ଟନାୟକ ସଂପ୍ରତି କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଶିଳ୍ପରେ ମାନବ ସମ୍ବଳ ପରିଚାଳନାରେ ଦୀର୍ଘ ୩ ଦଶନ୍ଧିରୁ ଅଧିକ ଅଭିଜ୍ଞତା ତାଙ୍କର ରହିଛି। ପ୍ରତିଭାର ବିକାଶ ସହିତ ନେତୃତ୍ବ ବିକାଶ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି। ୪୦ରୁ ଅଧିକ ଦେଶରେ ଏଲ୍ଟିଆଇମାଇଣ୍ଡ୍ଟ୍ରିରେ କାର୍ଯ୍ୟରତ ୮୬ ହଜାରରୁ ଅଧିକ କର୍ମଚାରୀଙ୍କୁ ଚେତନା ପରିଚାଳନା କରୁଛନ୍ତି। ରଣନୀତିକ ମାନବସମ୍ବଳ ପରିଚାଳନା ଉପରେ ସେ ଗୁରତ୍ବ ଦେଇଥାନ୍ତି।
ଏଲ୍ଟିଆଇମାଇଣ୍ଡ୍ଟ୍ରି ପୂର୍ବରୁ ଚେତନା ଏଲ୍ ଆଣ୍ଡ୍ ଟି ଟ୍ରାନ୍ସପୋର୍ଟେସନ୍ ଇନ୍ଫ୍ରାଷ୍ଟ୍ରକଚରରେ ମାନବସମ୍ବଳ ଓ ସିଏସ୍ଆର୍ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ଏଲ୍ ଆଣ୍ଡ୍ ଟି ଗ୍ରୁପ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ମେଣ୍ଟରସିପ୍ ପ୍ରୋଗ୍ରାମ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାଇଛନ୍ତି। ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା ବୋଲି ଚେତନା ବିଶ୍ବାସ କରନ୍ତି। ସିଏଫଆଇରୁ ଏକଜିକ୍ୟୁଟିଭ କୋଚ୍ ସହିତ ବ୍ରିଟେନର ଏନ୍ଟିଏଲ୍ ଇନଷ୍ଟିଚ୍ୟୁଟ୍ରୁ ଅର୍ଗାନାଇଜେସନାଲ୍ ଡେଭଲପମେଣ୍ଟ ପ୍ରଫେସନାଲ ସାର୍ଟିଫିକେଟ୍ ହାସଲ କରିଛନ୍ତି।
ସବ୍ୟସାଚୀ ରଥ
ସହପ୍ରତିଷ୍ଠାତା ଓ ସିଇଓ, ପର୍ପଲ ଫାଇନାନ୍ସ
/filters:format(webp)/sambad/media/media_files/2026/01/31/sfhhfshfshfsxvb-2026-01-31-01-26-40.jpg)
ବ୍ୟାଙ୍କିଂ ଓ ଆର୍ଥିକ ସେବା କ୍ଷେତ୍ରରେ ସବ୍ୟସାଚୀ ରଥଙ୍କର ଦୀର୍ଘ ୨୮ ବର୍ଷର ଅଭିଜ୍ଞତା ରହିଛି। ଟାଟା ଫାଇନାନ୍ସ, ସିଟିବ୍ୟାଙ୍କ, ଫୁଲର୍ଟନ ଇଣ୍ଡିଆ, କମନୱେଲ୍ଥ ବ୍ୟାଙ୍କ ଅଫ୍ ଅଷ୍ଟ୍ରେଲିଆ, ଧନଲକ୍ଷ୍ମୀ ବ୍ୟାଙ୍କ, କ୍ରିସିଲ୍, ମେବ୍ୟାଙ୍କ ଇଣ୍ଡୋନେସିଆ ଏବଂ ଏସେଲ୍ ଫାଇନାନ୍ସ ବିଜେନସ୍ ଲୋନ୍ ଭଳି ଏକାଧିକ ସଂସ୍ଥାର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଶ୍ରୀ ରଥ କାର୍ଯ୍ୟ କରିଛନ୍ତି। ଇଞ୍ଜିନିୟରିଂରେ ଡିଗ୍ରି ଏବଂ ବିଜ୍ନେସ୍ ଆଡମିନିଷ୍ଟ୍ରେସନ୍ରେ ପିଜି ଡିପ୍ଲୋମା କରିଥିବା ଶ୍ରୀ ରଥ ବ୍ୟବସାୟକୁ ବୁଝିବାରେ ଏବଂ ତାହାକୁ ନିଖୁଣ ଭାବେ କାର୍ଯ୍ୟକାରୀ କରିବାରେ ବିଶେଷ ପରିଚିତି ହାସଲ କରିଛନ୍ତି। ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନି ପର୍ପଲ ଫାଇନାନ୍ସର ସହପ୍ରତିଷ୍ଠାତା ଶ୍ରୀ ରଥ ସଂପ୍ରତି ଏହି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରୁଛନ୍ତି। କମ୍ପାନିର ବିଭିନ୍ନ ବ୍ୟାବସାୟିକ କାର୍ଯ୍ୟ ଯଥା କଲେକ୍ସନ, ଅପରେସନ, ମାନବ ସମ୍ବଳ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଦାୟିତ୍ବ ତୁଲାଉଛନ୍ତି। ଇଡି ଓ ସିଇଓ କାର୍ଯ୍ୟକାଳରେ କମ୍ପାନି ବିଶେଷ ସଫଳତା ହାସଲ କରିଛି। ତାଙ୍କର ନିରନ୍ତର ପ୍ରଚେଷ୍ଟା ଯୋଗୁ କମ୍ପାନିର ଶାଖା ସଂଖ୍ୟା ୪୫ରେ ପହଞ୍ଚିଛି। ୪୫୦ କର୍ମଚାରୀ ତାଙ୍କ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ଦେଶର ୭ଟି ରାଜ୍ୟରେ କମ୍ପାନି ବ୍ୟବସାୟ କରୁଥିବାବେଳେ ଏନ୍ପିଏ ୧ ପ୍ରତିଶତରୁ କମ୍ ରହିଛି।
ସିଏସ୍ଆର୍
/filters:format(webp)/sambad/media/media_files/2026/01/31/fshhfsfhxbbvvb-2026-01-31-01-26-25.jpg)
ପ୍ଲାଟିନମ୍; ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍
ଅଭ୍ୟୁଦୟ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ
୧୯୭୦ରେ ଓପି ଜିନ୍ଦଲଙ୍କ ଦ୍ବାରା ପ୍ରତିଷ୍ଠିତ ଜିନ୍ଦଲ ଷ୍ଟ୍ରିପ୍ସ ଲିମିଟେଡ୍ ଓ ଓପି ଜିନ୍ଦଲ ଗ୍ରୁପ୍ ଅଫ୍ କମ୍ପାନିଜ୍ରୁ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ଉତ୍ପତ୍ତି। ୨୦୦୨ରୁ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ନାମରେ କାର୍ଯ୍ୟ କରୁଥିବା ଏହି ସଂସ୍ଥାର ୧୬ଟି କାରଖାନା ଭାରତ ସମେତ ବିଭିନ୍ନ ଦେଶରେ ରହିଛି। ବାର୍ଷିକ ୪୦ ହଜାର ୧୮୨ କୋଟି ଟଙ୍କାର କାରବାର କରୁଥିବା ଏହି କଂପାନି ବିଶ୍ବର ସର୍ବବୃହତ ରେଜର୍ ବ୍ଲେଡ୍ ଗ୍ରେଡ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନ କରିଥାଏ। ୨୦୨୭ ସୁଦ୍ଧା ୪.୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ହାସଲ କରିବାକୁ ଏହା ଲକ୍ଷ୍ୟ ରଖିଛି। ଓଡ଼ିଶାରେ କାଳିଆପାଣିଠାରେ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର କ୍ରୋମାଇଟ୍ ଖଣି ରହିଛି। ସେହିପରି ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କଂପାନିର ସମନ୍ବିତ ଷ୍ଟେନ୍ଲେସ୍ ଷ୍ଟିଲ୍ ପ୍ରକଳ୍ପ ୨୦୦୩ରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୧୧ରୁ ଏଠାରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୨୦ରେ ଏହାର ଉତ୍ପାଦନ କ୍ଷମତା ୧.୧ ନିୟୁତ ଟନ୍ରେ ପହଞ୍ଚିଛି। ସାମାଜିକ ଦାୟିତ୍ବବୋଧ କ୍ଷେତ୍ରରେ କଂପାନିର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଜିନ୍ଦଲ ଷ୍ଟେନ୍ଲେସ୍ ଫାଉଣ୍ଡେସନ ନାମକ ସ୍ବତନ୍ତ୍ର ସଂସ୍ଥା ୨୦୦୫ରୁ ବିଭିନ୍ନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟ କରୁଛି। ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ହେଉଛି ଇସ୍ପାତ ଜଗତର ଏକ ପ୍ରମୁଖ ନାମ। କମ୍ପାନି ୨୦୫୦ ସୁଦ୍ଧା କାର୍ବନ ମୁକ୍ତ ସଂସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। କାର୍ବନ ନିର୍ଗମନ କମ କରିବା ସହ ଶକ୍ତି କ୍ଷେତ୍ରରେ ବିବିଧତା ଆଣିବା ଲାଗି କମ୍ପାନି ପକ୍ଷରୁ ପବନ ଶକ୍ତି ଓ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ପ୍ରକଳ୍ପରେ ନିବେଶ କରାଯାଉଛି। କମ୍ପାନିର ପ୍ରମୁଖ ଉତ୍ପାଦଗୁଡ଼ିକ ହେଉଛି ଷ୍ଟେନଲେସ୍ ଷ୍ଟିଲ୍ ସ୍ଲାବ୍, କୋଲ୍ଡ ରୋଲ୍ଡ କଏଲ୍, ହଟ୍ ରୋଲ୍ଡ କଏଲ୍, ସ୍ଲାବ୍, ବ୍ଲୁମ୍, ପ୍ଲେଟ୍, କଏନ୍ ବ୍ଲାଙ୍କ୍, ପ୍ରେସିସନ୍ ଷ୍ଟ୍ରାଇପ୍ସ ଓ ରେଜର ବ୍ଲେଡ୍। ହରିୟାଣାର ହିସାବରେ ଥିବା କାରଖାନାରେ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ପକ୍ଷରୁ ବିଶ୍ବର ପ୍ରଥମ ଅଫ୍ ଗ୍ରିଡ୍ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ସ୍ଥାପନ କରାଯାଇଛି।
ଗୋଲ୍ଡ; ଜେଏସ୍ଡବ୍ଲ୍ୟୁ ଏନର୍ଜି (ଉତ୍କଳ) ଲିମିଟେଡ୍
ଶରଦ ମହେନ୍ଦ୍ର, ଜେଏମ୍ଡି ଓ ସିଇଓ
ଜେଏସ୍ଡବ୍ଲ୍ୟୁ ଏନର୍ଜି (ଉତ୍କଳ) ଲିମିଟେଡ୍ ହେଉଛି ଭାରତର ପ୍ରମୁଖ ଘରୋଇ କ୍ଷେତ୍ରର ବିଦ୍ୟୁତ୍ ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୨୩ ବିଲିୟନ୍ ଡଲାର ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଅଂଶ ଯାହାର ଇସ୍ପାତ, ଶକ୍ତି, ଭିତ୍ତିଭୂମି, ସିମେଣ୍ଟ୍, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଜେଏସ୍ଡବ୍ଲ୍ୟୁ ଏନର୍ଜି ଉତ୍କଳ ଲିମିଟେଡ୍ ବିଦ୍ୟୁତ୍ କ୍ଷେତ୍ରର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ସ୍ତରରେ ନିଜର ଉପସ୍ଥିତି ସ୍ଥାପନ କରିଛି ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନ ଏବଂ ଟ୍ରାନ୍ସମିସନ୍ରେ ବିବିଧତାପୂର୍ଣ୍ଣ ସମ୍ପତ୍ତି ରହିଛି। ଦୃଢ଼ ପରିଚାଳନା, ମଜଭୁତ୍ କର୍ପୋରେଟ୍ ଗଭର୍ନାନ୍ସ୍ ଏବଂ ବିଚକ୍ଷଣ ପୁଞ୍ଜି ବଣ୍ଟନ ରଣନୀତି ସହିତ ଜେଏସ୍ଡବ୍ଲ୍ୟୁ ଏନର୍ଜି ସ୍ଥାୟୀ ବୃଦ୍ଧି ପ୍ରଦାନ କରି ଚାଲିଛି ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ମୂଲ୍ୟ ସୃଷ୍ଟି କରୁଛି। ଜେଏସ୍ଡବ୍ଲ୍ୟୁ ଏନର୍ଜି ୨୦୦୦ ମସିହାରେ ବାଣିଜ୍ୟିକ ପରିଚାଳନା ଆରମ୍ଭ କରିଥିଲା। କର୍ଣ୍ଣାଟକର ବିଜୟନଗରରେ ପ୍ରଥମ ୨×୧୩୦ ମେଗାୱାଟ୍ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ କରିଥିଲା। ତା’ପରଠାରୁ କମ୍ପାନି ନିଜର ବିଦ୍ୟୁତ୍ ଉତ୍ପାଦନ କ୍ଷମତାକୁ ୨୬୦ ମେଗାୱାଟ୍ରୁ ବଢ଼ାଇ ୧୩.୩ ଗିଗାୱାଟ୍ ପର୍ଯ୍ୟନ୍ତ ପହଞ୍ଚାଇଛି ଏବଂ ଭୌଗୋଳିକ ଉପସ୍ଥିତି, ଇନ୍ଧନ ଉତ୍ସ, ଏବଂ ବିଦ୍ୟୁତ୍ ଅଫ୍-ଟେକ୍ ବ୍ୟବସ୍ଥାରେ ବିବିଧତା ନିଶ୍ଚିତ କରିଛି। ୨୦୩୦ ସୁଦ୍ଧା ମୋଟ ୩୦ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହାସଲ କରିବାର ଦୃଷ୍ଟିକୋଣ ସହିତ ଏହା ସମନ୍ବିତ ରହିଛି। ଭାରତର ଶକ୍ତି ସୁରକ୍ଷାକୁ ମଜଭୁତ୍ କରିବାରୁ ଆରମ୍ଭ କରି ଏହାର ସ୍ବଚ୍ଛ ଶକ୍ତି ପରିବର୍ତ୍ତନରେ ନେତୃତ୍ୱ ନେବା ପର୍ଯ୍ୟନ୍ତ, ଆମର ଯାତ୍ରା ନବସୃଜନ, ବିଶ୍ୱସନୀୟତା ଏବଂ ୨୦୫୦ ସୁଦ୍ଧା ନେଟ୍ ଜିରୋ କମ୍ପାନି ହେବାର ଅଟଳ ପ୍ରତିବଦ୍ଧତା ଉପରେ ଆଧାରିତ। ଜେଏସ୍ଡବ୍ଲ୍ୟୁ ଏନର୍ଜି ଉତ୍କଳ ଲିମିଟେଡ୍ର ଥର୍ମାଲ ପାୱାର ପ୍ଲାଣ୍ଟ ଝାରସୁଗୁଡ଼ା ଜିଲ୍ଲାେର ରହିଛି। ୨୦୨୨ରେ ୭୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି କାରଖାନାକୁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଅଧିଗ୍ରହଣ କରିଥିଲା। ଏହି କାରଖାନାଟି କୋଇଲା ଖଣି ପାଖାପାଖି ଅଞ୍ଚଳରେ ରହିଛି। ସ୍ଥାନୀୟ କୋଇଲାକୁ ଏହା ପାୱାର ପ୍ଲାଣ୍ଟରେ ବ୍ୟବହାର କରୁଛି। କମ୍ପାନି ୨୦୩୦ ସୁଦ୍ଧା ଏହାର ସ୍ଥାପିତ କ୍ଷମତାକୁ ୩୦ ଗିଗାୱାଟ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଛି। କମ୍ପାନି ପୋର୍ଟଫୋଲିଓରେ ଉଭୟ ଥର୍ମାଲ ପାୱାର ପ୍ଲାଣ୍ଟ୍ ଓ ଅକ୍ଷୟ ଶକ୍ତି ପ୍ରକଳ୍ପ ରହିଛି। ଏହାର କେତେକ ପ୍ରକଳ୍ପ ନିର୍ମାଣାଧୀନ ରହିଥିବା ବେଳେ ଅଧିଗ୍ରହଣ କରାଯାଇଥିବା ସମ୍ପତ୍ତିଗୁଡ଼ିକୁ ଏହା ନିଜ ସହିତ ସମନ୍ବିତ କରି ନିର୍ଧାରିତ ଉତ୍ପାଦନ କ୍ଷମତା ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି। ଅକ୍ଷୟ ଶକ୍ତି ଆଡ଼କୁ ଅଗ୍ରସର ହେବା ଉପରେ କମ୍ପାନି ବିଶେଷ ଧ୍ୟାନ ଦେଉଥିବା ବେଳେ ୨୦୫୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବାକୁ ଚାହୁଛି।
ଲାର୍ଜ
ପ୍ଲାଟିନମ୍: ମେ ଫେୟାର୍ ହୋଟେଲ୍ସ ଆଣ୍ଡ୍ ରିସର୍ଟସ୍
ପୂଜା ରାୟ, ପରିଚାଳନା ନିର୍ଦ୍ଦେଶିକା
/filters:format(webp)/sambad/media/media_files/2026/01/31/jgddgjdgjgdj-2026-01-31-01-26-14.jpg)
ହୋଟେଲ ଓ ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛି ଓଡ଼ିଶାର ମେ ଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ ଲିମିଟେଡ୍। ଚାରି ଦଶନ୍ଧି ପୂର୍ବେ ଦିଲୀପ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ହୋଟେଲ ଆଜି ଭାରତୀୟ ହୋଟେଲ ଶିଳ୍ପ ଜଗତରେ ଏକ ଚିହ୍ନା ନାମ। ସୁଉଚ୍ଚ ଅଟ୍ଟାଳିକା ପରିବର୍ତ୍ତେ ବିସ୍ତୃତ ଅଞ୍ଚଳରେ ସବୁଜିମା ବଳୟ ମଧ୍ୟରେ ଅତିଥିଙ୍କ ପାଇଁ ଅତ୍ୟାଧୁନିକ ରୁମ୍ ଓ ଆନୁଷଙ୍ଗିକ ଭିତ୍ତିଭୂମି ସୃଷ୍ଟି କରି ପର୍ଯ୍ୟଟନର ଭିନ୍ନ ସମ୍ଭାର ସୃଷ୍ଟି କରି ପାରିଛି ମେ ଫେୟାର। ଏହାର ସମସ୍ତ ୟୁନିଟ୍ଗୁଡ଼ିକରେ ସବୁଜିମା ଓ ଏତିହ୍ୟକୁ ଯଥାସମ୍ଭବ ଅଧିକ ଗୁରୁତ୍ବ ଦିଆଯାଇଥିବା ପରିଲକ୍ଷିତ ହୁଏ। ତେଣୁ ଏହି ହୋଟେଲ ପରିସର ଅତିଥିମାନଙ୍କ ପାଇଁ ଭିନ୍ନ ପରିବେଶ ସୃଷ୍ଟି କରି ପାରିଛି। ‘ଷ୍ଟେ ୱିଥ୍ ଅସ୍, ଷ୍ଟେ ୱିଥ୍ ନେଚର୍’କୁ ସଂସ୍ଥା ଏହାର ମନ୍ତ୍ର ଭାବେ ଧରି ନେଇଛି। ଦେଶର ବିଭିନ୍ନ ରାଜ୍ୟରେ ୧୯ଟି ହୋଟେଲ୍ ମାଧ୍ୟମରେ ମେ ଫେୟାର ଏବେ ଏହାର ବ୍ୟବସାୟ ଜାରି ରଖିଛି।
ଏହାର ହୋଟେଲଗୁଡ଼ିକ ପ୍ରମୁଖ ସହରଠାରୁ ଆରମ୍ଭ କରି ବେଳାଭୂମି ଏବଂ ପାର୍ବତ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅବସ୍ଥିତ। ବ୍ୟବସାୟ ଓ ସରକାରୀ କାର୍ଯ୍ୟକ୍ରମରେ ମେ ଫେୟାର ହୋଟେଲଗୁଡ଼ିକ ନିୟମିତ ସେବା ପ୍ରଦାନ କରିବା ସହିତ ପାରିବାରିକ ଛୁଟି କାଟିବା ପାଇଁ ମଧ୍ୟ ଲୋକଙ୍କର ପସନ୍ଦ ହୋଇପାରିଛି। ଓଡ଼ିଶାରେ ଭୁବନେଶ୍ବର ସମେତ ପୁରୀ, ଗୋପାଳପୁର, ରାଉରକେଲା, ଝାରସୁଗୁଡ଼ା ଓ ପାରାଦୀପରେ ମେ ଫେୟାର ହୋଟେଲ ଗୁଡ଼ିକ ରହିଛି। ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟକମାନଙ୍କୁ ଏଗୁଡ଼ିକ ବେଶ୍ ଆକର୍ଷିତ କରିପାରୁଛି। ସେହିପରି ରାଜ୍ୟ ବାହାରେ ଦାର୍ଜିଲିଂ, ଗାଂଙ୍ଗଟକ୍, ରାୟପୁର, ଗୌହାଟୀ ଓ ସିଲିଗୁଡ଼ିରେ ଏହି ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ହୋଟେଲଗୁଡ଼ିକ ରହିଛି। ମେ ଫେୟାର ହୋଟେଲ୍ସ ଆଣ୍ଡ୍ ରିସୋର୍ଟସ୍ ହେଉଛି ଦେଶର ଏକ ପ୍ରତିଷ୍ଠିତ ହୋଟେଲ୍ ପ୍ରତିଷ୍ଠାନ ଯାହା ଆତିଥେୟତା କ୍ଷେତ୍ରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଛି।
ଗୋଲ୍ଡ; ବି.ଆର୍. ଷ୍ଟିଲ୍ ଆଣ୍ଡ୍ ପାୱାର
ଅନିଲ କୁମାର କେଡ଼ିଆ ନିର୍ଦ୍ଦେଶକ
/filters:format(webp)/sambad/media/media_files/2026/01/31/fshfshfshfshfs-2026-01-31-01-26-01.jpg)
ବି.ଆର୍. ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ହେଉଛି ଓରିଓମ୍ ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏକ ଧାତବ କମ୍ପାନି। ବି.ଆର୍. ଷ୍ଟିଲ୍କୁ ଗ୍ରୁପ୍ ପକ୍ଷରୁ ୨୦୨୧ରେ ଅଧିଗ୍ରହଣ କରାଯାଇଥିଲା। ଏହା ରାଠି ଉଦ୍ୟୋଗ ଲିମିଟେଡ୍ ନାମରେ ଏକ ରୁଗ୍ଣ ୟୁନିଟ୍ ଥିଲା ଏବଂ ଓରିଓମ୍ ଗ୍ରୁପ୍ ଏହାକୁ ଆସେଟ୍ ରିକନ୍ଷ୍ଟ୍ରକ୍ସନ କମ୍ପାନିରୁୁ ଅଧିଗ୍ରହଣ କରି ପ୍ଲାଣ୍ଟ୍କୁ ପୁନର୍ଜୀବିତ କରିଛି। ପ୍ଲାଣ୍ଟ୍ରେ ୮୦୦ ଜଣ କର୍ମଚାରୀଙ୍କ ଶ୍ରମଶକ୍ତି ରହିଛି। କମ୍ପାନିର ଉତ୍ପାଦନ କ୍ଷମତା ହେଉଛି ୧,୫୦,୦୦୦ ଏମ୍ଟିପିଏ ସ୍ପଞ୍ଜ୍ ଅଇରନ, ଇଣ୍ଡକ୍ସନ୍ ଫର୍ନେସ୍ ରୁଟ୍ ମାଧ୍ୟମରେ ୧,୦୮,୦୦୦ ଏମ୍ଟିପିଏ ବିଲେଟ୍ସ୍ ଏବଂ ଇଙ୍ଗଟ୍ସ ଏବଂ ୨୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ୍ ମଧ୍ୟ ରହିଛି। ଏହି ୟୁନିଟ୍ରେ ଆହୁରି ବିସ୍ତାର ପାଇଁ କମ୍ପାନିର ଯୋଜନା ରହିଛି। ଓରିଓମ୍ ଗ୍ରୁପ୍ ୨୦୦୯ ମସିହାରେ ଏକ ଛୋଟ ଏମ୍ଏସ୍ଏମ୍ଇ ୟୁନିଟ୍ ଭାବରେ ଆରମ୍ଭ ହୋଇଥିଲା ଯେଉଁଥିରେ ମେସର୍ସ କୋଶଲ ସେରାମିକ୍ସ ଓ ଫୋର୍ଟିସ୍ କେମିକାଲ୍ସ ଥିଲା। ଅଳ୍ପ ସମୟ ମଧ୍ୟରେ ଏହି ଗ୍ରୁପ୍ ପଶ୍ଚିମ ଓଡ଼ିଶାର ଏକ ଔଦ୍ୟୋଗିକ ଶକ୍ତି ଭାବରେ ଉଭା ହୋଇପାରିଲା। ବର୍ତ୍ତମାନ ଏହା ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ସଜ୍ଜିତ ଏବଂ ବିଭିନ୍ନ କ୍ଷେତ୍ରରେ ଆଗ୍ରହ ରଖିଥିବା ଏକ ବ୍ୟବସାୟ ସାମ୍ରାଜ୍ୟ ଭାବରେ ପରିଣତ ହୋଇଛି। କମ୍ପାନି ଅନନ୍ୟ ଧାରଣା ଏବଂ ସମାଧାନ ସହିତ ଅନେକ ସଫଳତା ହାସଲ କରିଛି। କମ୍ପାନିର ନେତୃତ୍ବ ନେଉଛନ୍ତି ରାଜେଶ୍ କୁମାର ଅଗ୍ରୱାଲ୍, ଅନିଲ୍ କେଡିଆ ଓ ଦୀପକ୍ ଅଗ୍ରୱାଲ୍। ଏହି କମ୍ପାନି ଏକ ଉଦୀୟମାନ ଔଦ୍ୟୋଗିକ ଗ୍ରୁପ୍ ଯାହା ବିଭିନ୍ନ କ୍ଷେତ୍ରରେ ଦୃଢ଼ ଆଧିପତ୍ୟ ସ୍ଥାପନ କରୁଛି। ସମ୍ପୂର୍ଣ୍ଣ ଗ୍ରୁପ୍ରେ ବର୍ତ୍ତମାନ ୨୦୦୦ ଜଣ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଯୋଗ୍ୟତାପ୍ରାପ୍ତ ପ୍ରଫେସନାଲ୍, ଦକ୍ଷ ଶ୍ରମିକ ଏବଂ ଅଭିଜ୍ଞ ବ୍ୟକ୍ତି ଅନ୍ତର୍ଭୁକ୍ତ। ଗ୍ରୁପ୍ ବ୍ୟବସାୟରେ ଉତ୍କର୍ଷ ହାସଲ କରି ୨୦୨୩-୨୦୨୪ ଆର୍ଥିକ ବର୍ଷରେ ୧୫୦୦ କୋଟି କାରବାର ପହଞ୍ଚାଇଛି ଏବଂ ଏହି ଆର୍ଥିକ ବର୍ଷରେ ୨୫୦୦ କୋଟି କାରବାର ଲକ୍ଷ୍ୟ ରଖିଛି।
ସିଲ୍ଭର; ପାତ୍ର ଇଲେକ୍ଟ୍ରୋନିକ୍ସ
କୈଳାସ ଚନ୍ଦ୍ର ପାତ୍ର ପରିଚାଳନା ନିର୍ଦ୍ଦେଶକ
/filters:format(webp)/sambad/media/media_files/2026/01/31/fshfsshfhfsshf-2026-01-31-01-25-49.jpg)
ଓଡ଼ିଶାରେ ଇଲେକ୍ଟ୍ରେନିକ୍ସ ଉପକରଣ ବ୍ୟବସାୟରେ ଘରେ ଘରେ ଏକ ଚିହ୍ନା ନାମ ହେଉଛି ପାତ୍ର ଇଲେକ୍ଟ୍ରୋନିକ୍ସ। ବିଭିନ୍ନ ବ୍ରାଣ୍ଡ୍ର ଇଲେକ୍ଟ୍ରୋନିକ୍ସ ଉପକରଣ ଯୋଗାଇବାରେ ଏହା ଓଡ଼ିଶା ବଜାରରେ ଏକ ଅଗ୍ରଣୀ ସଂସ୍ଥା। ଏଲ୍ଇଡି ଟିଭିଠାରୁ ଆରମ୍ଭ କରି ଏୟାର କଣ୍ଡିସନର୍ ଓ ଗ୍ରାଇଣ୍ଡର୍ଠାରୁ ଆରମ୍ଭ କରି ଇଣ୍ଡକ୍ସନ୍ କୁକର, ରେଫ୍ରିଜରେଟର, ୱାସିଂ ମେସିନ, ମୋବାଇଲ ଫୋନ୍, ଲାପଟପ୍ ଓ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ଆସେସୋରିି ଭଳି ଉପକରଣ ପାତ୍ର ଇଲେକ୍ଟ୍ରୋନିକ୍ସର ଷ୍ଟୋର୍ଗୁଡ଼ିକରେ ଉପଲବ୍ଧ। ୫୦ଟିରୁ ଅଧିକ ବ୍ରାଣ୍ଡ୍ର ଇଳେକ୍ଟ୍ରୋନିକ ସାମଗ୍ରୀ ଓ ଗୃହ ଉପକରଣ ଏହି ଷ୍ଟୋର୍ରେ ଉପଲବ୍ଧ ହୋଇଥାଏ। ବିଭନ୍ନ ସମୟରେ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉପହାର ରଖାଯାଇଥାଏ। ରାଜଧାନୀ ଭୁବନେଶ୍ବରର ବାପୁଜୀନଗର, ବରମୁଣ୍ଡା, ସହିଦନଗର ଓ ପଟିଆ ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଏହାର ୪୫ଟି ଷ୍ଟୋର୍ ରହିଛି। କଟକ, ବାଲେଶ୍ବର, ବାରିପଦା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ ଏହି ସଂସ୍ଥାର ବଡ଼ ଷ୍ଟୋର୍ ରହିଛି। ୨୦୦୫ରେ ସ୍ଥାପିତ ହୋଇଥିବା ଏହି ସଂସ୍ଥା ରାଜ୍ୟବ୍ୟାପୀ ଗ୍ରାହକଙ୍କୁ ପସନ୍ଦଯୋଗ୍ୟ ସାମଗ୍ରୀ ଯୋଗାଇବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିପାରିଛି। ଗୁଣାତ୍ମକ ଉତ୍ପାଦ, ଠିକ୍ ସମୟରେ ଡେଲିଭରି ଓ ଗ୍ରାହକ ସନ୍ତୁଷ୍ଟି ଜରିଆରେ ଓଡ଼ିଶାର ଅଗ୍ରଣୀ ଓ ବିଶ୍ବସନୀୟ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍ସେସ୍ ରିଟେଲର୍ ହେବା ଲକ୍ଷ୍ୟ ନେଇ ପାତ୍ର ଇଲେକ୍ଟ୍ରୋନିକ୍ସ ସ୍ଥାପିତ ହୋଇଥିଲା। କମ୍ପାନି ପକ୍ଷରୁ ସାଧାରଣ ଗ୍ରାହକଙ୍କ ବ୍ୟତୀତ କର୍ପୋରେଟ୍ ସଂସ୍ଥା, ସରକାରୀ ଓ ବିଭିନ୍ନ ପ୍ରକାର ଅନୁଷ୍ଠାନର ଆବଶ୍ୟକତା ପୂରଣ କରାଯାଉଛି। ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ସୁଲଭ ମୂଲ୍ୟର ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବା ଉପରେ ପାତ୍ର ଇଲେକ୍ଟ୍ରୋନିକ୍ସ ଗୁରୁତ୍ବାରୋପ କରୁଛି। ବିଶ୍ବାସ, ସ୍ବଚ୍ଛତା ଓ ନିରନ୍ତର ସେବା ମାନ ଜରିଆରେ କମ୍ପାନି ଦୀର୍ଘକାଳୀନ ସମ୍ପର୍କ ଗଢ଼ିବା ଉପରେ ଧ୍ୟାନ ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/fjggdjgjdgj-2026-01-31-01-27-16.jpg)