ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ‘ସିକ୍ସର୍ କିଙ୍ଗ’ ଭାବରେ ଜଣାଶୁଣା ଯୁବରାଜ ସିଂ କରୋନାଭାଇରସ୍ କାରଣରୁ ଘରେ ଅଛନ୍ତି ଏବଂ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ଲକଡାଉନରେ ସେ ନିଜ ପରିବାରକୁ ଯଥା ସମ୍ଭବ ଘର କାମରେ ସାହାଯ୍ୟ କରୁଛନ୍ତି ।
ସମ୍ପ୍ରତି ସେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ରୋଷେଇ ଘରେ ବାସନ ମାଜୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ତାଙ୍କ ମା ରେକର୍ଡ କରିଛନ୍ତି। ଯୁବରାଜ ଭିଡଓକୁ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ତାହା ଭାଇରାଲ ହୋଇଯାଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଯୁବରାଜଙ୍କ ମା ରୋଷେଇ ଘରେ ପ୍ରବେଶ କରି କହୁଛନ୍ତି, ହ୍ୟାଲୋ ସାଙ୍ଗମାନେ। ଆଜି ମୁଁ ଆପଣଙ୍କୁ ଏପରି କିଛି ଦେଖାଇବାକୁ ଯାଉଛି ଯାହା କେବେ ହୋଇ ନଥିଲା । ଆପଣ ଦେଖିବାକୁ ଚାହାଁନ୍ତି କି? ତା’ପରେ ସେ ରୋଷେଇ ଘର ଭିତରକୁ ଆସୁଛନ୍ତି, ଯେଉଁଠାରେ ଯୁବରାଜ ସିଂ ରୋଷେଇ ଘରେ ବାସନ ସଫା କରୁଥିବା ଦେଖୁବାକୁ ମିଳୁଛି।
ଭିଡିଓ ସେୟାର କରିବାବେଳେ ଯୁବରାଜ ସିଂ ଏକ ମଜାଦାର କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି, ‘ମା’ ହୁଅନ୍ତୁ ଅବା ଜଗା ଜାସୁସ୍? ଏହା ଭଲ ଯେ ସେ ଝାଡୁ ପୋଛା ସମୟର ଭିଡିଓ ତିଆରି କରିନାହାନ୍ତି।