ବର୍ଷ ସାରା ସୌଭାଗ୍ୟପ୍ରାପ୍ତି ଲାଗି କ’ଣ କରନ୍ତି ବିଭିନ୍ନ ଦେଶର ଲୋକେ ?

ନୂଆ ବର୍ଷର ସେଲିବ୍ରେସନ୍‌ ଆଜି ବି ଜାରି ରହିବ । କେତେକ ଦେଶରେ ଲୋକେ ସୌଭାଗ୍ୟପ୍ରାପ୍ତି ଲାଗି ଭିନ୍ନ ଭିନ୍ନ କାମ କରିଥାନ୍ତି ଏହି ଦିନ । ଆସନ୍ତୁ ଜାଣିବା କେଉଁ ଦେଶରେ ଏହାକୁ ନେଇ କିଭଳି ବିଶ୍ୱାସ ରହିଛି….

ସ୍ପେନରେ ଖିଆଯାଏ ୧୨ଟି ଅଙ୍ଗୁର: ସ୍ପେନରେ ନୂଆ ବର୍ଷର ବିଶେଷ ମହତ୍ୱ ରହିଛି । ଏଠାରେ ବିଶ୍ୱାସ ରହିଛି ଯେ ନୂଆ ବର୍ଷ ସେଲିବ୍ରେସନ୍‌ ରାତିରେ ୧୨ଟି ଅଙ୍ଗୁର ଏକା ସଙ୍ଗେ ଖାଇଲେ, ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଓ ବର୍ଷସାରା ସୁଖ ସମୃଦ୍ଧି ମିଳିଥାଏ ।
ଡେନ୍‌ମାର୍କରେ ଭଙ୍ଗା ଯାଇଥାଏ ପ୍ଲେଟ୍‌ : ନୂଆ ବର୍ଷ ସ୍ରେଲିବ୍ରେସନ୍‌ ସମୟରେ ନିଜର ଅନ୍ତରଙ୍ଗ ବନ୍ଧୁ ବା ସଂପର୍କୀୟଙ୍କ ଘର କବାଟରେ ବଡେଇ ପ୍ଲେଟ୍‌ ଭାଙ୍ଗିଲେ ସୌଭାଗ୍ୟ ଆସିଥାଏ ବୋଲି ଡେନ୍‌ମାର୍କରେ ବିଶ୍ୱାସ ରହିଛି ।
ଦକ୍ଷିଣ ଆମେରିକାରେ ରଙ୍ଗୀନ ଅନ୍ତଃବସ୍ତ୍ର ପରିଧାନ: କେତେକ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରେ ଲୋକେ ନୂଆବର୍ଷରେ ରଙ୍ଗୀନ୍‌ ଅନ୍ତଃବସ୍ତ୍ର ଧାନ କରିଥାଆନ୍ତି । ସେମାନଙ୍କର ବିଶ୍ୱାସ ଯେ ଏଭଳି ରଙ୍ଗୀନ୍‌ ଅଣ୍ଡରଓୟାର୍‌ ପିନ୍ଧିଲେ, ବର୍ଷସାରା ସୌଭାଗ୍ୟ ମିଳିବ । ସୁନେଲି ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିବାର ଅର୍ଥ ହେଲା ବର୍ଷ ସାରା ପଇସା ମିଳିବ ।

navbharattimes

କଲମ୍ବିଆର ସୁଟକେସ୍‌ କନେକସନ୍‌: କଲମ୍ବିଆର ଅଧିବାସୀମାନଙ୍କର ବିଶ୍ୱାସ ଅନୁଯାୟୀ ସେମାନେ ନୂଆ ବର୍ଷ ଦିନ ନିଜର ସୁଟକେସ୍‌ ନେଇ ବୁଲନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏପରି କରିଲେ, ବର୍ଷ ସାରା ସେମାନଙ୍କୁ ଭ୍ରମଣର ଆନନ୍ଦ ମିଳିବ ।

photo-navbharattimes

ସୁଇଜରଲାଣ୍ଡ୍‌ରେ ଆଇସକ୍ରିମ୍‌ ତଳେ ପକାନ୍ତି: ସୁଇଜରଲାଣ୍ଡର ପରମ୍ପରା ରହିଛି ଯେ ନୂଆ ବର୍ଷ ସେଲିବ୍ରେସନ୍‌ ସମୟରେ ତଳେ ଆଇସକ୍ରିମ୍‌ ପକାଇବା । ଏହାକୁ ଲୋକେ ଗୁଡ୍‌ଲକ୍‌ ସହିତ ଯୋଡି ଦେଖନ୍ତି ।

ଡେନମାର୍କରେ ଏପରି: ଡେନମାର୍କର ଲୋକଙ୍କର ବିଶ୍ୱାସ ଯେ ବର୍ଷସାରା ସୌଭାଗ୍ୟ ପ୍ରାପ୍ତି ଲାଗି ଚଉକି ଉପରେ ଠିଆ ହୋଇ ତଳକୁ ଡେଇଁବା ଆବଶ୍ୟକ ।

ସମ୍ବନ୍ଧିତ ଖବର