ହୁଇଲ୍ଚ୍ୟାୟାର୍ରେ ବସି ମଧ୍ୟ ଦିବ୍ୟାଙ୍ଗ୍ ନୁହଁନ୍ତି: ସଫଳତାର ଏହି ୧୦ ମନ୍ତ୍ର ଦିଅନ୍ତି ହାତଗୋଡ଼ ନଥିବା ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତିତ୍ୱ ନିକ୍ ବୁଜିସିକ୍
: ଯଦି ତୁମେ ଚାଲିବା ଆରମ୍ଭ କରିବ ତାହାଲେ କ୍ଷତି ଜଲ୍ଦି ଶୁଖିବାକୁ ଲାଗିବ। ବସି ରହିଲେ କ୍ଷତ ବଢ଼େ, ଶାରୀରିକ ଭାବେ ବି ମାନସିକ ଭାବେ ବି।
: ନିଜକୁ ନିଜେ ଖରାପ ବୋଲି ଭାବିବା ଏକ ମିଥ୍ୟା; ତୁମେ କେଉଁ କାମ ପାଇଁ ଯୋଗ୍ୟ ନୁହେଁ ବୋଲି ଭାବିବା ଏକ ପାପ।
: ଭଗବାନ ତୁମକୁ ମାତ୍ର ଗୋଟିଏ ପାଟି ଦେଇଛନ୍ତି କିନ୍ତୁ ଦୁଇଟି କାନ ଦେଇଛନ୍ତି। ସେଥିପାଇଁ ଥରେ କହିବା ପୂର୍ବରୁ ଦୁଇ ଥର ଶୁଣିନେବା ଉଚିତ।
: ମୁଁ ଏମିତି କେହି ରୁକ୍ଷ ଲୋକଙ୍କୁ ଭେଟିନାହିଁ ଯିଏକି ଜଣେ ସାହାଯ୍ୟକାରୀ ଏବଂ ଏପରି କୌଣସି ସାହାଜ୍ୟକାରୀଙ୍କୁ ଭେଟିନାହିଁ ଯିଏ ରୁକ୍ଷ।
: କୌଣସି ଦ୍ରବ୍ୟରେ ଯଦି ତୁମେ ଖୁସି ଖୋଜିବାକୁ ଚାହୁଁଛ, ତେବେ ସେ ଖୁସି ତୁମକୁ କେବେ ବି ମିଳିବ ନାହିଁ।
: ଭଗବାନଙ୍କ ଉପରେ ଭରସା ରଖୁଥିବା ବ୍ୟକ୍ତି କଠିନରୁ କଠିନ ପରିସ୍ଥିତିରେ ବି ଖୁସି ରହିପାରେ।
: ହୁଇଲ୍ଚ୍ୟାୟାର୍ରେ ବସୁଥିବା ଲୋକ ଦିବ୍ୟାଙ୍ଗ ନୁହଁନ୍ତି; ଭୟ କରୁଥିବା ବ୍ୟକ୍ତି ବାସ୍ତବିକ ଦିବ୍ୟାଙ୍ଗ, ମାନସିକ ଭାବେ।
: ଭଗବାନ ମୋତେ ଏକ ଉଦାହାରଣ ଭାବେ ବ୍ୟବହାର କରିଛନ୍ତି ଯେ କିପରି ସେ ଜଣେ ବ୍ୟକ୍ତିକୁ ହାତଗୋଡ଼ ନଦେଇ ନିଜ ହାତଗୋଡ଼ ଦେଇଛନ୍ତି ବ୍ୟବହାର କରିବାକୁ।
: ଈଶ୍ୱର କାହା ଜୀବନରେ ଏମିତି କିଛି କରନ୍ତି ନାହିଁ; ଯାହା ସେ ବ୍ୟକ୍ତି ପାଇଁ ଖରାପ ହୋଇଥାଏ।
: ଯଦି ଆପଣଙ୍କ ସହ କିଛି ଚମତ୍କାର ହେଉ ନାହିଁ; ତେବେ ନିଜେ ଏକ ଚମତ୍କାର ବନିଯାଆନ୍ତୁ।