ବିଳମ୍ବିତ ରାତ୍ରୀରେ ଅନିଦ୍ରା ରହୁଥିବା ବ୍ୟକ୍ତି ଅପେକ୍ଷାକୃତ ସୃଜନଶୀଳ

‘ନାଇଟ୍‌ ଆଓ୍ଵଲ୍‌’ ବା ରାତ୍ରୀଚରମାନେ ଅନ୍ୟମାନଙ୍କ ଅପେକ୍ଷା ସୃଜନଶୀଳ ଏବଂ ସେମାନଙ୍କ ସାମାଜିକ ନେଟ୍‌ଓ୍ଵାର୍କ ସାଧାରଣ ଲୋକମାନଙ୍କ ତୁଳନାରେ ଖୁବ୍‌ ବେଶି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି। ରାତିରେ ଶୀଘ୍ର ଶୋଉ ନଥିବା ବ୍ୟକ୍ତିମାନେ ଅଧିକାଂଶ ସମୟ ସୋସିଆଲ୍‌ ମିଡିଆରେ କାଟିଥାନ୍ତି। ଫଳରେ ସେମାନେ ସୋସିଆଲ୍‌ ମିଡିଆରେ ଅଧିକରୁ ଅଧିକ ଲୋକଙ୍କ ସଂଯୋଗରେ ରହନ୍ତି। ବିଜ୍ଞାନୀମାନେ ଏକଥା ବି କହିଛନ୍ତି ଯେ ରାତିରେ ଲୋକଙ୍କ ସହ ସଂଯୋଗରେ ରହୁଥିବା ବ୍ୟକ୍ତି ମଧୁର ବାର୍ତ୍ତା କରିଥାନ୍ତି। ଫଳରେ ସେମାନଙ୍କ ସମାଜିକ ସଂପର୍କ ଖୁବ୍‌ ଉତ୍ତମ ହୋଇଥାଏ।

ଫିନ୍‌ଲାଣ୍ଡ୍‌ର ଆଲ୍‌ଟୋ ୟୁନିଭରସିଟିର ଗବେଷକ ତଲ୍‌ହେ ଆଲିଦାଭୁଦ୍‌ କହିଛନ୍ତି, ‘ବ୍ୟକ୍ତିର ଫୋନ୍‌ ବ୍ୟବହରରୁ ତା’ର ପ୍ରକୃତି ବିଷୟରେ ଅନୁମାନ ଲଗାଯାଇପାରେ। ଫୋନ୍‌ ସହ ବ୍ୟକ୍ତି ଦିନକୁ କେତେ ସମୟ କାଟୁଛନ୍ତି, କେଉଁମାନଙ୍କ ସହ ବେଶି ଗପୁଛନ୍ତି ଏବଂ କେଉଁ ଭଳି ଆଚରଣ କରୁଛନ୍ତି ତାହାକୁ ଲକ୍ଷ୍ୟ କଲେ ଜଣାପଡ଼ିଯିବ ଫୋନ୍‌ ବ୍ୟବହାରକାରୀ ଜଣକ କେଉଁ ସ୍ୱଭାବର।’

ଲୋକମାନଙ୍କ ସ୍ୱଭାବ ସଂପର୍କରେ ଜାଣିବା ପାଇଁ ଗବେଷକ ଆଲିଦାଭୁଦ୍‌ କିଛି ମୋବାଇଲ୍‌ ଡାଟା ନେଇ ଗବେଷଣା କରିଥିଲେ ଏବଂ ସେ ଗବେଷଣାରେ ସେ ସଫଳ ମଧ୍ୟ ହୋଇଥିଲେ। ଏକଥା ବି ଜାଣିବାକୁ ମିଳିଛି ଯେ ସ୍ମାର୍ଟଫୋନ୍‌ ବାହାରିବା ପରଠାରୁ ଲୋକମାନଙ୍କର ଶୋଇବା ସମୟ ପ୍ରାୟ ବଦଳି ଯାଇଛି। କଲ୍‌ କରିବାର ସମୟ, ମେସେଜ୍‌ ଏବଂ ଅନ୍ୟ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଗବେଷକ ଗବେଷଣା କରିଥିଲେ ବୋଲି ଜାଣିବାକୁ ମିଳିିଛି। ଫୋନ୍‌ ବ୍ୟବହାରରୁ ବ୍ୟକ୍ତିର ମାନସିକ ସ୍ଥିତି ଜାଣିବା ମଧ୍ୟ ସମ୍ଭବ ବୋଲି ଗବେଷକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର