୯ମାସର ଅନ୍ତସତ୍ତ୍ୱା ମହିଳା କରୁଛନ୍ତି ପୋଲ ଡ୍ୟାନ୍ସ, କାରଣ ଜାଣନ୍ତୁ

ଯେତେବେଳେ କୌଣସି ମହିଳା ମା’ ହେବାକୁ ଯାଆନ୍ତି ତାଙ୍କ ପେଟରେ ବଢ଼ୁଥିବା ଶିଶୁର ଯତ୍ନ ଉପରେ ଖୁବ୍‌ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତି କେତେଟି କାମ ନକରିବାକୁ ବାରଣ କରାଯାଇଥାଏ। ସମାଜରେ ଅନ୍ତସତ୍ତ୍ୱା ମହିଳାଙ୍କୁ ଦେଖିଲାମାନେ ତାଙ୍କୁ କ’ଣ ଖାଇବା କଥା, କ’ଣ ନଖାଇବା କଥା, କେମିତି ବସିବା ଉଠିବା କଥା ଆଦି ବିଷୟରେ ବୁଝାଇ ଥାଆନ୍ତି। ତେବେ ଏହି ସବୁ ଧାରଣାକୁ ନଅମାସର ଜଣେ ଅନ୍ତସତ୍ତ୍ୱା ମହିଳା ଭୁଲ ପ୍ରମାଣିତ କରିଛନ୍ତି। ଏହି ମହିଳାଙ୍କ ନାମ ଏଲିସନ ସ୍ପାଇପ୍ସ। ଯିଏକି ପ୍ଲୋରିଡାରେ ବସବାସ କରନ୍ତି। ଏଲିସନ ପେସାରେ ଜଣେ ନୃତ୍ୟଶିଳ୍ପୀ। ଅନ୍ତସତ୍ତ୍ୱା ମହିଳାଙ୍କ ମନରେ ସକରାତ୍ମକ ବାର୍ତ୍ତା ପହଞ୍ଚାଇବା ପାଇଁ ୯ମାସର ଅନ୍ତସତ୍ତ୍ୱା ଏଲିସନ ପୋଲ ଡ୍ୟାନ୍ସ କରିଛନ୍ତି।

ଏହି ସମୟର ସେ କିଛି ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସମ୍ପ୍ରତି ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ସେୟାର କରାଯାଉଛି। ନଅମାସର ଅନ୍ତସତ୍ତ୍ୱା ହେବା ପରେ ବି ଏଲିସନ ଏତେ ସୁନ୍ଦର ନୃତ୍ୟ କିପରି କରି ପାରୁଛନ୍ତି ତାହା ଯେତିକି ଆଶ୍ଚର୍ଯ୍ୟର କଥା ସେତିକି ପ୍ରଶଂସାଯୋଗ୍ୟ ମଧ୍ୟ।

ଏଲିସନ କହିଛନ୍ତି, ‘ମୁଁ ଏବେ ୩୮ସପ୍ତାହର ଅନ୍ତସତ୍ତ୍ୱା। ଗତ ୧୩ବର୍ଷ ହେବ ପୋଲ ଡ୍ୟାନ୍ସ କରିଆସୁଛି। ମୁଁ ଜାଣିଛି ଏଭଳି ଅବସ୍ଥାରେ ନିଜ ଶିଶୁର ସୁରକ୍ଷାକୁ ଦେଖି କିଭଳି ପୋଲ ଡ୍ୟାନ୍ସ କରିବାକୁ ହେବ। ମୋର ପ୍ରସବ ସମୟ ଏପ୍ରିଲରେ ରହିଛି। ତେଣୁ ପ୍ରସବ ହେବା ପର୍ଯ୍ୟନ୍ତ ମୋର ଏହି ନୃତ୍ୟ ଅଭ୍ୟାସକୁ ଜାରି ରଖିବି। ଏହି ପୋଲ ନୃତ୍ୟ ଜାରି ରଖିବା ପାଇଁ ମୁଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇଥିଲି। ଡାକ୍ତର କହିଥିଲେ ଯଦି ତୁମକୁ ଏପରି କରିବାରେ କୌଣସି ଅସୁବିଧା ହେଉ ନାହିଁ ତେବେ ଏହାକୁ ଜାରି ରଖ।’

ସମ୍ବନ୍ଧିତ ଖବର