ଏ ଖୁସିର ସୀମା ନାହିଁ! ୧୯ ମାସ ପରେ ବାପାମାଆଙ୍କ କୋଳକୁ ଗିଲା ଦିନ ଗଣୁଥିବା ୯ ବର୍ଷିଅ ବାଳକ ନୀରଜ

କୋଚି: କେରଳର ଜଣେ ୯ ବର୍ଷିଅ ବାଳକ ନିଜ ବାପାମାଆଙ୍କଠାରୁ ଦୀର୍ଘ ୧୯ ମାସ ଧରି ଅଲଗା ହୋଇଯିବା ପରେ ପୁଣି ଥରେ ସେମାନଙ୍କ କୋଳକୁ ଫେରିଛି। ମାସେ ନୁହେଁ କି ଦୁଇ ମାସ ନୁହେଁ, ଦେଢ଼ ବର୍ଷର ବ୍ୟବଧାନ ପରେ ବାପାମାଆଙ୍କୁ ଭେଟିବା ପରେ କୁନି ବାଳକଟିର ଖୁସିର ସୀମା ନାହିଁ।

ଗତ ବର୍ଷ ଜାନୁଆରୀରେ କୁନି ବାଳକ ନୀରଜ ଯେତେବେଳେ ନିଜ ବାପାମାଆଙ୍କ ସହ କାନ୍ନାଡାରୁ କେରଳ ଫେରି ତା’ ଜେଜେବାପା ଓ ଜେଜେମାଆଙ୍କୁ ଭେଟିଥିଲେ ସେତେବେଳେ ସେ କଳ୍ପନା ବି କରିନଥିବେ ଯେ ତାକୁ ବାପାମାଆଙ୍କୁ ‌ଛାଡ଼ି ବର୍ଷେରୁ ଊର୍ଧ୍ବ ସମୟ ଏକୁଟିଆ ରହିବାକୁ ପଡ଼ିବ ବୋଲି। ନୀରଜଙ୍କ ମାଆଙ୍କୁ କାନ୍ନାଡାରେ ଏକ ଅଧ୍ୟୟନ କରିବାକୁ ଥିବା ହେତୁ ତାଙ୍କୁ କେରଳରେ ଜେଜେବାପା ଓ ଜେଜେମାଆଙ୍କ ସହ ରହିବାକୁ ପଡ଼ିଥିଲା।

ତ୍ରିସୁରର ନୀରଜଙ୍କ ଜେଜେବାପା ଏମ ଦାମୋଦରନଙ୍କ ଅନୁଯାୟୀ, ପିଲାଟିକୁ ଗତ ବର୍ଷ ତାଙ୍କ ପାଖରେ ଛାଡ଼ି ଦିଆଯାଇଥିଲା। ଚଳିତବର୍ଷ ଜୁନ୍‌ ୧୯ ତାରିଖରେ ନିଜ ପାଖକୁ ଫେରାଇ ନେବାକୁ ତାଙ୍କ ବାପାମାଆ ଟିକେଟ୍‌ ବୁକ୍‌ କରିଥିଲେ କି କୋଭିଡ୍‌-୧୯ ହେତୁ ଉପୁଜିଥିବା ସମସ୍ୟା ପାଇଁ ସେମାନେ କେରଳ ଆସିପାରିନଥିଲେ। ତା’ପରେ ତାଙ୍କ ମାଆ ପୁଣି ଥରେ ଗର୍ଭବତୀ ହେବା କାରଣରୁ ସେମାନଙ୍କର ଆସିବା ଆହୁରି ଘୁଞ୍ଚିଗଲା। ୟ‌ା ମଧ୍ୟରେ ବାପାମାଆଙ୍କ ଫେରିବା ବାଟକୁ ଚାହିଁ ଦିନ ଗଣୁଥାନ୍ତି ନୀରଜ।

newindianexpress

ନୀରଜଙ୍କ ଜେଜେ କୁହନ୍ତି ସେ ତାଙ୍କ ବାପାମାଆଙ୍କୁ ମନେପକାଇ ଅନେକ ସମୟରେ କାନ୍ଦୁଥିଲେ। ନୀରଜଙ୍କ ସହ ଯିବା ପାଇଁ ଆଉ କେହି ନଥିବାରୁ ତାଙ୍କୁ କାନ୍ନାଡା ନେବା ପାଇଁ ତାଙ୍କ ବାପାମାଆ କରିଥିବା ବିଭିନ୍ନ ପ୍ରକାରର ଚେଷ୍ଟା ବିଫଳ ହୋଇଥିଲା।

ଶେଷରେ, ପରିବାରର ବନ୍ଧୁ ତଥା କାନାଡାର ନାଗରିକ ଥିବା ତିରୁବନନ୍ତପୁରମର ଦାମୋଦରନ୍ ଏବଂ ରାଜେଶ ରବିନ୍ଦ୍ରନ୍ ନାୟାରଙ୍କ ଏକ ଆବେଦନକୁ ଆଧାର କରି କେରଳ ହାଇକୋର୍ଟର ଜଷ୍ଟିସ୍ ଅନୁ ସିଭାରାମନ୍ ନୀରଜ ଓ ରବିନ୍ଦ୍ରନଙ୍କୁ ଯାତ୍ରା କରିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀଙ୍କ ପରାମର୍ଶଦାତା ଜର୍ଜ ମାଥ୍ୟୁ କୋର୍ଟଙ୍କୁ କହିଥିଲେ ଯେ ୧୯ ମାସରୁ ଅଧିକ ସମୟ ଧରି ନିଜ ପିତାମାତାଙ୍କଠାରୁ ଦୂରରେ ରହିବା ନାବାଳକାର ମାନସିକ ଏବଂ ଶାରୀରିକ ସୁସ୍ଥତା, ବୃଦ୍ଧି ଏବଂ ବିକାଶ ଉପରେ ଅନେକ ପ୍ରଭାବ ପକାଇଛି। ଆଗକୁ ଆଉଏପରି ନହେଉ, ସେଥିପାଇଁ ତୁରନ୍ତ ନୀରଜଙ୍କୁ ତାଙ୍କ ବାପାମାଆଙ୍କ ପାଖକୁ ପଠାଇବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର