ହିନ୍ଦୁ ଧର୍ମରେ ଗଙ୍ଗାନଦୀକୁ ପବିତ୍ର ନଦୀର ମାନ୍ୟତା ଦିଆଯାଇଛି । ଗଙ୍ଗା, ଯମୁନା, ସରସ୍ୱତୀ, ବ୍ରହ୍ମପୁତ୍ର, ଗୋଦାବରୀ ଆଦି ନଦୀ ନିଜର ପୌରାଣିକ ମହତ୍ତ୍ୱ ପାଇଁ କଳିଯୁଗରେ ମଧ୍ୟ ପୂଜା ପାଉଛନ୍ତି । ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ଗଙ୍ଗା ହେଉଛି ସ୍ୱର୍ଗର ନଦୀ, ଯାହାକୁ ରାଜା ଭାଗୀରଥ ନିଜର ତପସ୍ୟା ବଳରେ ଧରତ୍ରୀକୁ ଆଣିଥିଲେ। ସେହି ସମୟରେ ଗଙ୍ଗା ନଦୀର ବେଗ ଏତେ ପ୍ରଖର ଥିଲା ଯେ, ସ୍ୱୟଂ ଶିବ ତାଙ୍କ ଜଟାରେ ଏହାକୁ ବାନ୍ଧି ରଖିଥିଲେ । ଗଙ୍ଗା ନଦୀ ପାପ ନାଶ କରିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମୃତ ବ୍ୟକ୍ତିଙ୍କ ଅସ୍ଥି ଗଙ୍ଗାଗଳରେ ବିସର୍ଜନ କରାଯାଏ ।
ଯେତେବେଳେ କୌଣସି ବ୍ୟକ୍ତି ଗଙ୍ଗାସ୍ନାନ ପାଇଁ ହରିଦ୍ୱାର ଯାଇଥାଏ, ସେଇଠି କୌଣସି ପାତ୍ରରେ ଗଙ୍ଗା ଜଳ ଘରକୁ ଆଣି ଆସିଥାଏ । ଘରେ ବର୍ଷ ବର୍ଷ ଧରି ଗଙ୍ଗାଜଳ ସାଇତି ରଖାଯାଏ। କାରଣ ଗଙ୍ଗାଜଳ ଖରାପ ହୁଏ ନାହିଁ କି ଏଥିରୁ ଦୁର୍ଗନ୍ଧ ବାହାରେ ନାହିଁ । ଦୂଷିତ ମଧ୍ୟ ହୋଇ ନ ଥାଏ । ଏହାକୁ ଈଶ୍ୱରଙ୍କ ଚମତ୍କାର ବୋଲି କୁହାଯାଇପାରେ । କିନ୍ତୁ ବୈଜ୍ଞାନିକମାନେ ଗବେଷଣା ପରେ ଜାଣିଲେ ଯେ ଗଙ୍ଗା ପାଣି ଖରାପ ନ ହେବା ପଛରେ ରହିଛି ବୈଜ୍ଞାନିକ କାରଣ। ଗଙ୍ଗାଜଳରେ ଏକ ପ୍ରକାର ଭାଇରସ ରହିଛି ଯାହା ଜଳକୁ ନଷ୍ଟ ହେବାକୁ ଦିଏନାହିଁ। ଏହି ଭାଇରସ ପାଣିକୁ ନିର୍ମଳ ରଖିଥାଏ ।
୧୮୯୦ ମସିହାରେ ଅର୍ନେଷ୍ଟ ହକିଙ୍ଗ୍ ନାମକ ବିଶେଷଜ୍ଞ ଗଙ୍ଗା ପାଣି ଉପରେ ଅନୁସନ୍ଧାନ କରିଥିଲେ । ସେହି ସମୟରେ ଚାରିଆଡେ ହଇଜା ବ୍ୟାପିଥିଲା । ଲୋକମାନଙ୍କର ଶବକୁ ଆଣି ଗଙ୍ଗାରେ ପକାଯାଉଥିଲା । ଅର୍ନେଷ୍ଟ ହକିଙ୍ଗଙ୍କୁ ଭୟ ଲାଗିଲା କି ଗଙ୍ଗାରେ ସ୍ନାନ କରୁଥିବା ଲୋକମାନଙ୍କୁ ହଇଜା ହୋଇଯିବ । ଯେତେବେଳେ ସେ ସେହି ପାଣିକୁ ପରୀକ୍ଷା କଲେ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ। ପାଣି ସଂପୂର୍ଣ୍ଣ ଭାବରେ ଶୁଦ୍ଧ ଥିଲା ଏହାପରେ ଅର୍ନେଷ୍ଟ ହକିଙ୍ଗ୍ ୨୦ ବର୍ଷ ପର୍ଯ୍ୟନ୍ତ ଗଙ୍ଗାଜଳ ଉପରେ ରିସର୍ଚ୍ଚ କଲେ ଏବଂ ଦେଖିଲେ ଯେ ଗଙ୍ଗା ପାଣିରେ ଥିବା ଭାଇରସ ଅନ୍ୟ କୌଣସି ଭାଇରସକୁ ସୃଷ୍ଟି ହେବାକୁ ଦିଏ ନାହିଁ । ସେ ଏହି ଭାଇରସକୁ ‘ନିଂଜା ଭାଇରସ’ ବୋଲି ନାମ ଦେଇଥିଲେ ହକିଙ୍ଗ୍ । ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ଏହି ନିଂଜା ଭାଇରସର ଅସ୍ତି କୁ ସ୍ୱୀକାର କରୁଛନ୍ତି ଏବଂ ତାହା ହିଁ ଗଙ୍ଗା ଜଳ ନିର୍ମଳ ହେବାର କାରଣ ବୋଲି ମାନୁଛନ୍ତି ।