ମହିଳାଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ରିଭଲଭର, ନାମ ଓ ଦାମ୍‌ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ଘଟଣା ପରଠାରୁ କାନପୁରର ଅର୍ଡନାନ୍‌ସ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ଏକ ସ୍ୱତନ୍ତ୍ର ଲାଇଟ୍‌ ୱେଟ୍‌ ରିଭଲଭର ଡିଜାଇନ୍‌ କରିବା ଆରମ୍ଭ କରିଥିଲା। ଯାହାକି ଲୋକଙ୍କୁ ଏବେ ବେଶ ପସନ୍ଦ ଆସିଛି। ଏହି ରିଭଲଭର ସହଜରେ ୧୦ ମିଟର ଯାଏ ଲକ୍ଷ୍ୟଭେଦ କରିପାରିବ। କିନ୍ତୁ ଫ୍ୟାକ୍ଟ୍ରି ୧୫ ମିଟର ଯାଏ ଏହା ଲକ୍ଷ୍ୟ ଭେଦ କରିପାରିବ ବୋଲି ଦାବି କରିଛି। ନିର୍ଭୀକର ମେଣ୍ଟେନାନ୍‌ସ ଖର୍ଚ୍ଚ ବହୁତ କମ୍‌ ରହିଛି। ଏହା ଟିଟାନିୟମ ଆଲଏ ମେଟାଲ୍‌ରେ ତିଆରି ହୋଇଥିବାରୁ ଆଦୌ କଳଙ୍କି ଲାଗିବ ନାହିଁ।

ସୂଚନାଯୋଗ୍ୟ, ପାଞ୍ଚ ବର୍ଷ ପୂର୍ବେ ଏଭଳି ରିଭଲଭରକୁ ଲଞ୍ଚ କରି କମ୍ପାନି ଏହାର ନାମ ନିର୍ଭୀକ ରଖିଥିଲା। ଏବେ ସୁଦ୍ଧା ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ୨,୫୦୦ଟି ରିଭଲଭର ବିିକ୍ରି ହୋଇଛି। ଏହାର ଓଜନ ୫୦୦ଗ୍ରାମ୍‌ ଓ ଏହାକୁ ମହିଳାମାନେ ପର୍ସରେ ରଖିପାରିବେ । ଏହାକୁ କମ୍ପାନି ଲଞ୍ଚ କଲାବେଳେ ରିଭଲଭର ଦାମ୍‌ ଥିଲା .୨୦ ଲକ୍ଷ , ଏବେ ଜିଏସ୍‌ଟି ସହ ଦାମ୍‌ ରହିଛି ୧.୪୦ ଲକ୍ଷ ହୋଇଛି।

ସମ୍ବନ୍ଧିତ ଖବର