ମୁକେଶଙ୍କୁ ବିବାହ କରିବା ପାଇଁ ନିତା ରଖିଥିଲେ ଏହି ସର୍ତ୍ତ, ଦୁହିଁଙ୍କ ପ୍ରେମ ସିନେମାର କାହାଣୀଠାରୁ କିଛି କମ୍‌ ନୁହେଁ

ମୁମ୍ବାଇ: ଧୀରୁ ଭାଇ ଅମ୍ବାନୀ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ଭାରତର ପ୍ରଥମ ଧନୀ ବ୍ୟକ୍ତି ଭାବରେ ବେଶ୍‌ ଜଣାଶୁଣା। ଧୀରୁ ଭାଇ ଆମ୍ବାନୀଙ୍କ ପରେ ତାଙ୍କ ପୁଅ ମୁକେଶ ଅମ୍ବାନୀ ବାପାଙ୍କ ବ୍ୟବସାୟ ରିଲାଏନ୍ସ ତଥା ରିଲାଏନ୍ସ ଜିଓକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟ ପଟରେ ବୋହୁ ନିତା ଅମ୍ବାନୀ କ୍ରିକେଟ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଖୁବ୍‌ ଚର୍ଚ୍ଚାର ପରିସରରେ ରହି ଥାଆନ୍ତି।

ତେବେ ନିକଟରେ ମୁକେଶ ଆମ୍ବାନୀ ଓ ତାଙ୍କ ପତ୍ନୀ ନିତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମୁକେଶ ନିତାଙ୍କୁ ପ୍ରେମ ବିବାହ କରିଥିଲେ। ଏ ଦୁହିଁ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ ମଧ୍ୟ କମ ନୁହେଁ । ବାସ୍ତବରେ ନିତାଙ୍କୁ ମୁକେଶଙ୍କ ମାଆ କୋକିଲାବେନ ଏକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବାର ଦେଖିବା ପାଇଥିଲା। ଏହିଠାରୁ ହିଁ କୋକିଲାବେନ୍‌ଙ୍କୁ ନିତା ଖୁବ୍‌ ପସନ୍ଦ ଆସିଯାଇଥିଲେ। ସେ ନିତାଙ୍କୁ ପୁଅ ମୁକେଶଙ୍କ ପାଇଁ ଚୟନ କରିଥିଲେ କିନ୍ତୁ ବିବାହ ପୂର୍ବରୁ ନିତା କିଛି ସର୍ତ୍ତ ରଖିଥିଲେ, ତେବେ ସେ ସର୍ତ୍ତଟି କ’ଣ ଆସନ୍ତୁ ଜାଣିବା ।

ଏକ ମଧ୍ୟବିତ୍ତ ପରିବାରରେ ନିତାଙ୍କର ଜନ୍ମ । ନିତା ନିଜର ଖର୍ଚ୍ଚ ପାଇଁ ୮୦୦ ଟଙ୍କା ଦରମାରେ ଏକ ସ୍କୁଲରେ ପାଠ ପଢାଉଥିଲେ ।ଖାଲି ଟଙ୍କା ଯେ ନିତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାହା ନୁହେଁ ବରଂ ସେ ଛୋଟ ପିଲାଙ୍କୁ ପାଠ ପଢାଇବାକୁ ଖୁବ ଭଲ ପାଉଥିଲେ ।

ଏକ ସାକ୍ଷାତକାରରେ ନିତା କହିଥିଲେ ଯେ, ସେ ବିବାହ ପୂର୍ବରୁ ମୁକେଶଙ୍କ ସହିତ ସର୍ତ୍ତ ରଖିଥିଲେ କି ଯଦି ବିବାହ ପରେ ପିଲାଙ୍କୁ ପାଠ ପଢାଇବାକୁ ତାଙ୍କୁ ଅନୁମତି ଦିଆଗଲେ ଯାଏ ତେବେ ଯାଇ ସେ ବିବାହ କରିବେ । ଆଉ ତାଙ୍କ କଥାକୁ ମଧ୍ୟ ମୁକେଶ ସମ୍ମାନ ଜଣାଇଥିଲେ ଏବଂ ନିତାଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ଧନୀ ଘରର ବୋହୂ ହୋଇଥିଲେ ସୁଦ୍ଧା ନିତା ଏକ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିଲେ ।

ନିତା ଅନ୍ୟପକ୍ଷରେ କହନ୍ତି କି, ‘୧୯୮୭ ୱାର୍ଲଡ କପ ମ୍ୟାଚ ସମୟରେ ଜଣେ ଛାତ୍ରଙ୍କର ବାପା ଓ ମାଆ ମୋତେ ମ୍ୟାଚର ଏକ ଟିକେଟ ଆଣି ଦେଇଥିଲେ । କିନ୍ତୁ ମୁଁ ମ୍ୟାଚ ଦେଖି ଯିବି ନାହିଁ ବୋଲି ମନା କରି ଦେଇଥିଲି। ଏହାପରେ ସେହି ମ୍ୟାଚରେ ମୁଁ ପ୍ରେସିଡେଂଟ ବକ୍ସ ଅଫିସରେ ଭିଆଇପି ସିଟରେ ବସିଥିଲି। ଯାହାକୁ ଦେଖି ଛାତ୍ରଙ୍କ ବାପା ଓ ମାଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।’

ଏହାପରେ ସେମାନେ ନିତାଙ୍କୁ ସେଠାରେ ବସିଥିବାର କାରଣ ପଚାରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କ ପିଲାକୁ ପାଠ ପଢାଉଥିବା ଶିକ୍ଷୟିତ୍ରୀ କୌଣସି ସାଧାରଣ ମହିଳା ନୁହଁନ୍ତି ବରଂ ଅମ୍ବାନୀ ପରିବାରର ବଡ ବୋହୂ । ଭାରତରେ ହେଉଥିବା ଏହି ୱାର୍ଲଡ କପକୁ ରିଲାଏନ୍ସ ଗ୍ରୁପ ସ୍ପନ୍‌ସର କରୁଥିଲା ।

ସମ୍ବନ୍ଧିତ ଖବର