ଝିଅର ସଂଗୀତ ଉତ୍ସବ ସହ ଶୋଭା ବଢ଼ାଇଲା ନୀତା ଅମ୍ବାନୀଙ୍କ ସ୍ୱଦେଶୀ ବଜାର

ଜୟପୁର: ଉଦୟପୁରରେ ଅନୁଷ୍ଠିତ ହେଉଥିବା ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ ବିବାହ ପୂର୍ବ ସମାରୋହରେ ଅନ୍ୟତମ ଆକର୍ଷଣ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଭାରତର ୧୦୮ଟି ପ୍ରମୁଖ ହସ୍ତଶିଳ୍ପ ସମ୍ଭାରର ଅନନ୍ୟ ପ୍ରଦର୍ଶନ ସ୍ୱଦେଶ ବଜାର ଦେଶ ବିଦେଶରୁ ଆସିଥିବା ଅତିଥିଙ୍କୁ ଭାରତୀୟ ହସ୍ତଶିଳ୍ପ ଓ ହସ୍ତକଳାର ଅଭୂତପୂର୍ବ ଅନୁଭୂତି ଆଣିଦେଇଛି । ଆଜି ରିଲାଏନ୍ସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ଓ ଇଶା ଅମ୍ବାନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ପତ୍ନୀ ତଥା ପୂର୍ବ ବିଦେଶ ମନ୍ତ୍ରୀ ଶ୍ରୀମତୀ ହିଲାରୀ କ୍ଲିଣ୍ଟନଙ୍କ ସମେତ ଗଣ୍ୟମାନ୍ୟ ଅତିଥିଙ୍କୁ ନେଇ ଏହି ସ୍ୱଦେଶ ବଜ଼ାର ପରିଦର୍ଶନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଞ୍ଜଳି ତେନ୍ଦୁଲକର ନୀତା ଅମ୍ବାନୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ଉଦ୍ୟମରେ ଭାରତର ୧୦୮ ପାରମ୍ପରିକ ହସ୍ତଶିଳ୍ପର ପ୍ରଦର୍ଶନ କରାଯାଇଥିବା ଏହି ସ୍ୱଦେଶ ବଜ଼ାର ପରିଦର୍ଶନ କରିବା ସହିତ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ପାରମ୍ପରିକ ଭାରତୀୟ ହସ୍ତଶିଳ୍ପୀଙ୍କୁ ପ୍ରୋତ୍ସାହିତ ଓ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ସ୍ୱଦେଶ ବଜ଼ାରରେ ଅଭିଜ୍ଞ ତଥା ସୁଦକ୍ଷ ଶିଳ୍ପକାରମାନେ ନିଜ ନିଜ ଅନନ୍ୟ କଳା ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରୁଛନ୍ତି ।

India.com

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତୀୟ କଳା ଓ ହସ୍ତଶିଳ୍ପକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ କିଛି ବର୍ଷ ଧରି ସହଯୋଗ ଉପଲବ୍ଧ କରାଯାଇଛି ଏବଂ ଆଗାମୀ ଦିନରେ ଏହି ସ୍ୱଦେଶ ବଜାର ଲକ୍ଷକୁ ସମ୍ପ୍ରସାରିତ କରି ଦୀର୍ଘସ୍ଥାୟୀ କରାଯିବାର ଯୋଜନା ରହିଛି । ଶିଳ୍ପକାରମାନେ ପ୍ରଦର୍ଶନ କରୁଥିବା ନିଜ ହସ୍ତଶିଳ୍ପ ପ୍ରସ୍ତୁତି କୌଶଳ ମଧ୍ୟରେ ରହିଛି ପଶ୍ଚିମବଙ୍ଗ ର ଜାମଦାନୀ, ଗୁଜରାଟର ପଟୋଲା, କାଶ୍ମୀରର ପଶମିନା କାନି, ମଧ୍ୟପ୍ରଦେଶର କୋଟା, ଚନ୍ଦେରି ହସ୍ତତନ୍ତ ଓ ମହେଶ୍ୱରୀ, ଆସାମର ମେଖଳା ଚାଦର ଇତ୍ୟାଦି । ବିଶ୍ୱ ପ୍ରସିଦ୍ଧ କାଞ୍ଜିଭରମ, ଚକନକରି, ବନ୍ଧେଜ, ଲେହରୀଆ ସମେତ ଲୋକପ୍ରିୟ ହେଉଥିବା ବାଗରୁ ଡ଼ାବୁ, ବାଘ, କଲମକରି ଓ ଅଜରକ ଭଳି ପ୍ରିଣ୍ଟଡ଼ ଫାବ୍ରିକ ରହିଛି ।

ସମ୍ବନ୍ଧିତ ଖବର