ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଡ ଚର୍ଚ୍ଚାରେ ରହିଛି। ନିକଟରେ କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚି ନୀତା ଭଗବାନଙ୍କ ପାଦଚରଣରେ ବିବାହ କାର୍ଡ ଅର୍ପଣ କରି ଫେରିଛନ୍ତି।

Advertisment

ଏଥିସହିତ ଖବର ମିଳିଛି କି ବନାରସରୁ ନୀତା ଅମ୍ବାନୀ ପୁଅ ବିବାହ ପାଇଁ ୧ଲକ୍ଷ ୮୦ହଜାର ଟଙ୍କାର ବୁଟି ଶାଢ଼ି କିଣିଛନ୍ତି। ଏଥିସହିତ ଏଭଳି ସେ ୬୦ଟି ଶାଢ଼ି ପସନ୍ଦ କରି ଯାଇଥିବା ଶାଢ଼ି ବ୍ୟବସାୟୀମାନେ କହିଛନ୍ତି।

ପୁଅ ବାହାଘର ପାଇଁ କାଶୀ ବିଶ୍ବନାଥ ମନ୍ଦିରକୁ ନୀତା ନିମନ୍ତ୍ରଣ କାର୍ଡ ଅର୍ପଣ କରିବାକୁ ଯାଇ ବନାରସ ବୁଲିଥିଲେ। ଏହି ସମୟ‌ରେ ବିଳମ୍ବିତ ରାତିରେ  ନୀତା ବନାରସର ଏକ ହୋ‌ଟେଲରେ ବନାରସ ବୁଣାକାରଙ୍କ ଦ୍ବାରା ଶାଢ଼ିର ଷ୍ଟଲ ଲଗାଇଥିଲେ। ଏହାପରେ ସେ ‌ସେଠାରେ ବିଭିନ୍ନ ପ୍ରକାର ଶାଢ଼ି ଦେଖିଥିଲେ। ସେଠାରୁ ସେ ୧ଲକ୍ଷ ୮୦ହଜାର ଟଙ୍କାର ଏକ ବୁଟି ଶାଢ଼ି ଅର୍ଡର କରିବା ସହିତ ଆହୁରି ୬୦ଟି ଶାଢ଼ି ପସନ୍ଦ କରି ଆସିଥିବା କଥା ଚର୍ଚ୍ଚାରେ ରହିଛି।

ଶାଢ଼ି ବ୍ୟବସାୟୀ ଉମରେଶ କୁଶବାହାଙ୍କୁ ନୀତା ଅମ୍ବାନୀଙ୍କ ଟିମ ଦ୍ବାରା ସମ୍ପର୍କ କରାଯାଇଥିଲା।  ଏହାପରେ ବନାରସର ହୋଟେଲରେ ଉମରେଶ ଭିନ୍ନଭିନ୍ନ ରକମର ଅନେକ ଶାଢ଼ିର ଷ୍ଟଲ ଲଗାଇ ନୀତା ଅମ୍ବାନୀଙ୍କୁ ଦେଖାଇଥିଲେ।  ସମସ୍ତ ଶାଢ଼ି ମଧ୍ୟରୁ ନୀତା ଅମ୍ବାନୀଙ୍କୁ ନିଜ ପାଇଁ କୋନିୟା ଟ୍ରେଣ୍ଡର ଲକ୍ଷାଧିକ ଟଙ୍କାର ବୁଟି ଶାଢ଼ି ପସନ୍ଦ ଆସିଛି। ଯାହାକୁ ସେ ନିଜ ପାଇଁ କ୍ରୟ କରିଛନ୍ତି।  ଏହି ଶାଢ଼ି ଉଭୟ ସୁନା ଓ ରୁପାରେ ତିଆରି ଲାଲ ରଙ୍ଗର ରହିଥିଲା। ଏହି ଶାଢ଼ି ତିଆରି କରିବା ପାଇଁ ୬୦ରୁ ୬୨ଦିନର ସମୟ ଲାଗିଥିଲା।

ଶାଢ଼ି ତିଆରି କରିଥିବା କାରିଗର ଛୋଟ ଲାଲ ପାଲ କହିଛନ୍ତି, ‘ନୀତା ଅମ୍ବାନୀ ମୋ ଦ୍ବାରା ପ୍ରସ୍ତୁତ ଶାଢ଼ି ପିନ୍ଧିବେ ତେଣୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଯେତେବେଳେ ବି ନୀତା ମୁଁ ତିଆରି କରିଥିବା ଶାଢ଼ି ପିନ୍ଧି କାର୍ଯ୍ୟକ୍ରମକୁ ଯିବେ ବା ଟେଲିଭିଜନରେ ତାଙ୍କୁ ସେହି ଶାଢ଼ିରେ ଦେଖିବି ନିଜକୁ ଗର୍ବିତ ଅନୁଭବ କରିବି। ସମସ୍ତଙ୍କୁ କହିବି ଦେଖ ନୀତା ମ୍ୟାଡମ ପିନ୍ଧିଥିବା ଶାଢ଼ିକୁ ମୁଁ ମୋ ନିଜ ହାତ‌ରେ ତିଆରି କରିଛି।’