ପ୍ରତି ବର୍ଷ ଅକ୍ଟୋବର୍ ୧୮ ତାରିଖରେ ପାଳନ କରାଯାଉଛି ‘ନୋ ବିଅର୍ଡ୍ ଡେ’ ବା ‘ବିନା ଦାଢ଼ି ଦିବସ’। ଦାଢ଼ି ପୁରୁଷତ୍ବର ଏକ ପ୍ରତୀକ। ବହୁ ପୁରୁଣା କାଳରେ ଅଧିକା˚ଶ ପୁରୁଷ ଦାଢ଼ି ରଖୁଥିଲେ। ରାଜ-ରାଜୁଡ଼ାମାନେ ମଧ୍ୟ ଶ୍ମଶ୍ରୁଧାରୀ ଥିଲେ। ଆଲେକ୍ଜାଣ୍ତର୍ ଦ ଗ୍ରେଟ୍ ଦାଢ଼ି କାଟୁଥିବା ପ୍ରଥମ ସମ୍ରାଟ୍। ଆଜିକାଲି ଅନେକ ଦାଢ଼ି ନ ରଖିବାକୁ ପସନ୍ଦ କରୁଛନ୍ତି। ଆବ୍ରାହମ୍ ଲିଂକନ୍ ପ୍ରଥମ ଶ୍ମଶ୍ରୁଧାରୀ ମାର୍କିନ୍ ରାଷ୍ଟ୍ରପତି। ମଧ୍ୟ ଯୁଗୀୟ ଇଉରୋପ୍ରେ କାହାର ଦାଢ଼ିରେ ହାତ ମାରିବାକୁ ଏକ ଅପମାନ ବୋଲି ଧରାଯାଉଥିଲା। ଅପମାନିତ ବ୍ୟକ୍ତି ଏଥି ପାଇଁ ଦ୍ବନ୍ଦ୍ବ ଯୁଦ୍ଧ ବା ଡୁଏଲ୍ ନିମନ୍ତେ ଆହ୍ବାନ କରୁଥିଲେ। ସପ୍ତଦଶ ଶତାବ୍ଦୀର ରସିଆରେ ଦାଢ଼ି ରଖିବା ପାଇଁ ଟିକସ ଦେବାକୁ ପଡ଼ୁଥିଲା। ନର୍ୱେର ହାନ୍ସ ଲାନ୍ଗସେଥ୍ ନାମକ ବ୍ୟକ୍ତିଙ୍କ ଦାଢ଼ିର ଲମ୍ବ ଥିଲା ସତର ଫୁଟ୍ ଛଅ ଇନ୍ଚ। ତାଙ୍କର ପରଲୋକ ହୋଇସାରିଛି। ତେବେ, ତାଙ୍କ ଦାଢ଼ି ଏକ ସଂଗ୍ରହାଳୟରେ ଏବେ ବି ପ୍ରଦର୍ଶିତ ହେଉଛି।
ବିନା ଦାଢ଼ି ଦିବସ
/sambad/media/post_attachments/wp-content/uploads/2019/10/no-beard-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)