୪ଶହ ବର୍ଷ ହେବ ଏହି ଗାଁରେ କୌଣସି ଶିଶୁ ଜନ୍ମ ହୋଇ ନାହାଁନ୍ତି

ରାଜଗଡ଼( ମଧ୍ରପ୍ରଦେଶ) ବର୍ଷେ ନୁହେଁ କିମ୍ବ ଦୁଇ ବର୍ଷ ନୁହେଁ, ଗତ ୪ଶହ ବର୍ଷ ମଧ୍ୟରେ କୌଣସି ମହିଳା ଗାଁରେ କୌଣସି ଶିଶୁଙ୍କୁ ଜନ୍ମ ଦେଇ ନାହାଁନ୍ତି। ଠାକୁରାଣୀଙ୍କ ଅଭିଶାପ ଭୟରେ କୌଣସି ଆସନ୍ନ ପ୍ରସବା ଗାଁରେ ଶିଶୁ ଜନ୍ମ ଦେଇ ନ ଥାନ୍ତି। ଆଉ ଲୋକଙ୍କ ଅନ୍ଧବିଶ୍ୱାସ ସହିତ କାକତାଳିକ ନ୍ୟାୟରେ ଯଦି କୌଣସି ଶିଶୁ ଗାଁରେ ଜନ୍ମ ହୋଇଛି ତେବେ ସେ ବିକଳାଙ୍ଗ ଭାବେ ଜନ୍ମ ହୋଇଛି ଅଥବା ଜନ୍ମ ପରେ ମୃତ୍ୟୁ ବରଣ କରିଛି। ତେଣୁ ପରିସ୍ଥିତି ଏମିତି ହୋଇଛି ଯେ ଗାଁ ବାହାରେ ଗାଁ ଲୋକେ ଏକ ଘର ତିଆରି କରିଛନ୍ତି। ଗ୍ରାମର ୯୦ ପ୍ରତିଶତ ମହିଳାଙ୍କର ଡେଲିଭର ଡାକ୍ତରଖାନାରେ ହୋଇଥାଏ। ମାତ୍ର ଯଦି କୌଣସି ଜରୁରି ପରିସ୍ଥିତି ଯୋଗୁଁ କୌଣସି ମହିଳାଙ୍କୁ ଡାକ୍ତରଖାନା ନିଆଯାଇ ପାରିଲା ନାହିଁ, ତେବେ ଗାଁ ବାହାରେ ଥିବା ଏହିତ ସ୍ୱତନ୍ତ୍ର ଗୃହକୁ ତାଙ୍କୁ ନିଆଯାଏ ଓ ସେଠାରେ ସେ ଅନ୍ୟ ମହିଳା ଓସେବିକାଙ୍କ ସହାୟତାରେ ଶିଶୁ ଜନ୍ମ ଦେଇଥାନ୍ତି। ଏପରି ଏକ ଗାଁ ହେଉଛି ମଧ୍ୟପ୍ରଦେଶରର ରାଜଧାନୀ ଭୋପାଳ ଠାରୁ ୧୩୦ କିଲୋମିଟର ଦୂର ଶଙ୍କଶ୍ୟାମଜୀ ଗାଁ। ତେବେ ଏ ପ୍ରକାର ପରମ୍ପରା ବା ଚଳଣି ନେଇ କୌଣସି ଲିଖିତ ନିୟମ ନ ଥିବା ବେଳେ ବିଗତ ୪ଶହ ବର୍ଷ ଧରି ଏପରି ହୋଇ ଆସୁଥିବା ଗାଁ ସରପଞ୍ଚ ଓ ବୟସ୍କ ଲୋକେ କହିଛନ୍ତି।
ଗାଁର ସରପଞ୍ଚ ନରେନ୍ଦ୍ର ଗୁର୍ଜରଙ୍କ କହିବା ଅନୁଯାୟୀ, ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଡାକ୍ତରଖାନାରେ ଶିିଶୁ ଜନ୍ମ ଦେଇଥାନ୍ତି।ତେବେ ଜରୁରି କାଳୀନ ସ୍ଥିତି ଯଥା ବର୍ଷା ,ବାତ୍ୟା ପରି ଦୈବ ଦୁର୍ବିପାକ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଗାଁ ବାହାରେ ଗାଁ ଲୋକେ କେତୋଟି ଘର ଘର ତିଆରି କରିଛନ୍ତି। ଯେଉଁଠାକୁ ଆସନ୍ନ ପ୍ରସବାଙ୍କୁ ନିଆଯାଏ ଓ ସେ ସେଠାରେ ଶିଶୁ ଜନ୍ମ ଦେଇଥାନ୍ତି। ଏ ପ୍ରକାର ଏକ ଅଜବ କାର୍ଯ୍ୟ ସମ୍ପର୍କରେ ଶ୍ରୀ ଗୁର୍ଜର କହିଛନ୍ତି, ଯେ ପ୍ରାୟ ୪ଶହ ବର୍ଷ ତଳେ ଗାଁରେ ଦେବୀ ମାଆଙ୍କ ମନ୍ଦିର ତୋଳାଯାଉଥିବା ବେଳେ ଜଣେ ମହିଳା ଏଥିରେ ବାଧା ସୃଷ୍ଟି କରିଥିଲେ। ଏଥିପାଇଁ ଦେବୀ ମାଆଙ୍କ ଅଭିଶାପ ଯୋଗୁଁ ଗାଁରେ ଜନ୍ମଲାଭ କରୁଥିବା ଶୁଶୁ ବିକଳାଙ୍ଗ ହେଉଥିବାରୁ ର୍ଗାଁ ଲୋକେ ଗାଁ ବାହାରେ ସେମାନଙ୍କ ସନ୍ତାନ ଜନ୍ମର ବ୍ୟବସ୍ଥା କରିଥାନ୍ତି। ସେହିପରି ଗାଁର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ ଗାଁ ପ୍ରତି ଦେବୀମାଆଙ୍କ ଆର୍ଶିବାଦ ମଧ୍ୟ ରହିଛି। ଗାଁର କେହି ମଦ୍ୟପାନ କରନ୍ତିି ନାହିଁ କିମ୍ବା ଆମିଷ ଭକ୍ଷଣ କରନ୍ତି ନାହିଁ।

ସମ୍ବନ୍ଧିତ ଖବର