ଭାରତରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି, ଯେଉଁ ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ବୁଲିବାକୁ ଯାଆନ୍ତି | କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି କିଛି ସ୍ଥାନ ଅଛି ଯେଉଁଠାକୁ ଦେଶର ନାଗରିକମାନେ ଯାଇପାରିବେ ନାହିଁ | ସେହି ସ୍ଥାନକୁ ଯିବାକୁ ଭାରତୀୟଙ୍କ ପାଇଁ ନୋ ଏଣ୍ଟ୍ରି ଥିବାବେଳେ କେବଳ ବିଦେଶୀ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡିକୁ ଯାଇପାରିବେ |
ବାଙ୍ଗାଲୋର ସହରରେ ଏପରି ଏକ ସ୍ଥାନ ଅଛି ଯେଉଁଠାକୁ ଭାରତୀୟ ଯାଇପାରିବେ ନାହିଁ | ୟୁନୋ-ଇନ୍ ନାମକ ଏହି ହୋଟେଲକୁ ୨୦୧୨ ମସିହାରେ ନିର୍ମାଣ କରାଯାଇଥିଲା | ଏହି ହୋଟେଲକୁ କେବଳ ଜାପାନୀ ଲୋକମାନେ ଯାଇପାରିବେ |
ହିମାଚଳ ପ୍ରଦେଶର କାସୋଲରେ ଥିବା କାସୋଲ କାଫେରେ ଭାରତୀୟଙ୍କ ପ୍ରବେଶ ନିଷେଧ ରହିଛି । ଏହି କାଫେ ଇସ୍ରାଏଲର ମୂଳ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ୨୦୧୫ ମସିହାରେ, କାଫେରେ ଜଣେ ଭାରତୀୟ ମହିଳାଙ୍କୁ ଖାଦ୍ୟ ଦେବାକୁ ମନା କରାଯାଇଥିଲା | କାଫେ ପକ୍ଷରୁ କୁହାଯାଇଥିଲା ଯେ ସେମାନେ କେବଳ ସେମାନଙ୍କର ସଦସ୍ୟମାନଙ୍କୁ ସର୍ଭିସ ଯୋଗାଇବେ ।
ଚେନ୍ନାଇର ରେଡ୍ ଲଲିପପ୍ ହଷ୍ଟେଲକୁ ମଧ୍ୟ ଅନେକ ଥର ଏହାର ନୀତି ପାଇଁ ସମାଲୋଚନା କରାଯାଇଛି | କାରଣ ଏହି ହଷ୍ଟେଲରେ ପ୍ରବେଶ ପାଇଁ ପାସପୋର୍ଟ ଆବଶ୍ୟକ ହୁଏ | ଏଭଳି ପରିସ୍ଥିତିରେ ଏହି ହଷ୍ଟେଲ ଭାରତର ସାଧାରଣ ନାଗରିକଙ୍କୁ ଏହାର ସେବା ଯୋଗାଉ ନାହିଁ। ହୋଟେଲ ଦାବି କରିଛି ଯେ ଏହା ପ୍ରଥମ ଥର ପାଇଁ ଭାରତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ସେବା ଯୋଗାଇଥାଏ।
ସେହିପରି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନର୍ଥ ସେଣ୍ଟିନେଲ ଦ୍ୱୀପ ରହିଛି | ଯେଉଁଠାରେ କେବଳ ଆଦିବାସୀମାନେ ବାସ କରନ୍ତି | ଏହି ଦ୍ୱୀପର ବାହ୍ୟ ଜଗତ ସହିତ ସମ୍ପର୍କ ନାହିଁ | ୨୦୧୮ରେ ଜଣେ ଆମେରିକୀୟ ଖ୍ରୀଷ୍ଟିଆନ ମିଶନାରୀଙ୍କ ମୃତ୍ୟୁ ପରେ ଏହି ଦ୍ୱୀପ ଚର୍ଚ୍ଚାକୁ ଆସିଥିଲା | ନର୍ଥ ସେଣ୍ଟିନେଲ ଦ୍ୱୀପ ୨୩ ବର୍ଗ କିଲୋମିଟର ଅଂଚଳରେ ବ୍ୟାପିଛି | ଏଠାରେ ବାସ କରୁଥିବା ଆଦିବାସୀଙ୍କ ସଂଖ୍ୟା ମାତ୍ର ୧୦୦ | ଏହି ଦ୍ୱୀପରେ ବାହାରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ନିଷେଧ କରାଯାଇଛି |