ଅନେକ ସମୟରେ ଟ୍ରେନ୍ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଯୋଗୁଁ ଲମ୍ବା ଲାଇନ୍ରେ ଛିଡା ହୋଇ ଅନେକ ଲୋକ ଟ୍ରେନ୍ ଟିକେଟ କାଟିବାରେ ଅସମର୍ଥ ହୋଇଥାନ୍ତି। ଏପରିକି ଜରୁରୀ କାମ ସମୟରେ ଟ୍ରେନ୍ ଟିକେଟ ନ ପାଇଁ ଟ୍ରେନ୍ରେ ଯାତ୍ରା କରିପାରି ନଥାନ୍ତି। ଏବେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଏକ ଖୁସି ଖବର। ଏଣିକି ଟ୍ରେନର ଟିକେଟ କରିବା ପାଇଁ ଆପଣଙ୍କୁ ଆଉ ଲମ୍ବା ଧାଡିରେ ଛିଡାହେବାକୁ ପଡିବନାହିଁ। ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବ୍ୟସ୍ତରେ ଅଛନ୍ତି ଏବଂ ଟିକେଟ କାଉଣ୍ଟରରେ ଭିଡ ଲାଗିଛି ତେବେ ଚିନ୍ତା କରିବାର ଆଉ ଆବଶ୍ୟକତା ନାହିଁ । ଲାଇନରେ ଛିଡା ନ ହୋଇ ମଧ୍ୟ ଷ୍ଟେସନରେ ଉପସ୍ଥିତ ଥିବା ଟିଟିଇଙ୍କ ଠାରୁ ଟିକେଟ ପାଇପାରିବେ। ଏହି ବ୍ୟବସ୍ଥା କେବଳ ଜେନେରାଲ କ୍ଲାସ ଟିକେଟ ପାଇଁ ଉପଲବ୍ଧ ରହିଛି। ତେବେ ଯାତ୍ରୀମାନେ ଏହି ଟିକେଟ ଟ୍ରେନ ଷ୍ଟେସନ ଛାଡିବା ପୂର୍ବରୁ ହିଁ ଟିଟିଇଙ୍କ ଠାରୁ ଆଣିପାରିବେ। ଟ୍ରେନରେ ବସିବା ପରେ ଏହି ସୁବିଧାର ଲାଭ ଉଠାଇପାରିବେ ନାହିଁ । ଏହି ବ୍ୟବସ୍ଥା କେବଳ ରାଞ୍ଚି ରେଳ ଷ୍ଟେସନ ସହିତ ଦକ୍ଷିଣ ପୂର୍ବ ରେଳବାଇର କେତେକ ଏ-ୱାନ ଷ୍ଟେସନରେ ଉପଲବ୍ଧ ରହିବ।
/sambad/media/post_attachments/wp-content/uploads/2018/05/tec-300x173.jpg)
ରେଳବାଇ ତରଫରୁ ଆଉ ଏକ ସୁବିଧା ମଧ୍ୟ ଖୁବ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଯାତ୍ରୀମାନେ ମୋବାଇଲ ଆପ ସାହାଯ୍ୟରେ ମଧ୍ୟ ଟିକେଟ ବୁକ କରିପାରିବେ। କେତେକ ସମୟରେ ଏପରି ମଧ୍ୟ ଦେଖାଦେଇଛି ଟିକେଟ କାଉଣ୍ଟରରେ ଭିଡ ଲାଗିବା କାରଣରୁ ଯାତ୍ରୀମାନେ ଟିକେଟ କାଟିବାରେ ବେଳେ ବେଳେ ଅସମର୍ଥ ହୋଇଥାନ୍ତି। ଏମିତିକି ଅନ୍ୟ କୌଣସି କାରଣରୁ ମଧ୍ୟ ଟିକେଟ କରିପାରି ନଥାନ୍ତି। ସେଭଳି ପରିସ୍ଥିତିରେ ଯାତ୍ରୀମାନେ ମୋବାଇଲ ଆପ ଦ୍ୱାରା କିମ୍ବା ଟିଟିଇଙ୍କ ଠାରୁ ଟିକେଟ ଗ୍ରହଣ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/train-3.jpg)