‌େଷ୍ଟ୍ରଚ୍‌ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି କମିବାପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍‌ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍‌ ମିଳୁଛି। ଏହାବାଦ୍‌ ଆମେ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହାକୁ ଦୂର କରିପାରିବା। 

Advertisment

ଚନ୍ଦନ ପ୍ୟାକ୍‌: ଚନ୍ଦନର ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦୀୟ ପ୍ରସାଧନ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍‌ମାର୍କ ଦୂର କରିବା ପାଇଁ ଏହା ବେଶ୍‌ ଉପକାରୀ। ଏଥିପାଇଁ ଘରେ ଚନ୍ଦନ ପେଡ଼ିରେ ଏହାକୁ ଘୋରି କିମ୍ବା ମାର୍କେଟ୍‌ରେ ମିଳୁଥିବା ସ୍ୟାଣ୍ଡେଲ୍‌ ପାଉଡର୍‌ରେ କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୩-୪ ଥର ଏପରି କରନ୍ତୁ।

ଘିକୁଆଁରୀ: ଘିକୁଆଁରୀ ରସକୁ ଦିନରେ ଦୁଇଥର ପେଟରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପେଟର ତ୍ୱଚା କୋମଳ ରହିବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହେବ।
ଆଳୁ ରସ: କଳା ଦାଗ ଦୂର କରିବା ପାଇଁ ଆଳୁ ରସ ଖୁବ୍‌ ଉପକାରୀ। ଏହାକୁ ପେଟରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଆଳୁରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍‌-ସି ଅଛି, ଯାହା କଳାଦାଗ ଦୂର କରି ତ୍ୱଚା ଉଜ୍ଜ୍ୱଳ କରେ ଏବଂ ଷ୍ଟ୍ରେଚ୍‌ମାର୍କ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ଲଗାଇଲେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇପାରିବ।

କାକୁଡ଼ି ରସ: କାକୁଡ଼ି ରସରେ ଭିଟାମିନ୍‌ ଏ, ବି ଓ ପୋଟାସିୟମ୍‌ ବହୁ ପରିମାଣରେ ଅଛି। ଏହାକୁ ଲଗାଇଲେ ପେଟରେ ହୋଇଥିବା କଳାଦାଗ ଓ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ।

ନଡ଼ିଆ ତେଲ: ନଡ଼ିଆ ତେଲ ନିୟମିତ ପେଟରେ ମାଲିସ୍‌ କରିବା ଦ୍ୱାରା ପେଟର ତ୍ୱଚା ନରମ ହେବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ।
ବାଦାମ: ବାଦାମ ପାଉଡର୍‌ କ୍ଷୀରରେ ମିଶାଇ ପେଟରେ ଲଗାନ୍ତୁ। ବାଦାମରେ ଥିବା ଭିଟାମିନ୍‌-ଇ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବା ସହ ଷ୍ଟ୍ରେଚ୍‌ମାର୍କ ଦୂର କରିବାରେ ସାହାଯ୍ୟ କରେ।