ଏଣିକି ପେଟ୍ରୋଲ ପମ୍ପରେ କେବଳ ଟିପ ଦେଇ ତେଲ ଭରିପାରିବେ ଗ୍ରାହକ। ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ପେଟ୍ରୋଲ-ଡିଜେଲ ଭରିବା ପାଇଁ ପେଟ୍ରୋଲ ପମ୍ପକୁ ଆଉ ନଗଦ ଟଙ୍କା କିମ୍ବା ଡେବିଟ ବା କ୍ରେଡିଟ କାର୍ଡ ଧରି ଯିବାକୁ ପଡିବ ନାହିଁ। କାରଣ ଏହି କାମ ଆପଣ କେବଳ ଟିପ ଦେଇ ହିଁ କରିପାରିବେ। ଅର୍ଥାତ୍ ଟିପ ଦେଇ ଆପଣ ପେଟ୍ରୋଲ ପମ୍ପମାନଙ୍କରେ ପେମେଣ୍ଟ କରିପାରିବେ। ଆଗାମୀ ଦୁଇ ମାସ ଭିତରେ ଏହି ବ୍ୟବସ୍ଥା ଆରମ୍ଭ କରିଦିଆଯିବ। ତେବେ ଏହାସବୁ ସମ୍ଭବ କେବଳ ମାଇକ୍ରୋ ଏଟିଏମ ଅକ୍ସିଜେନ ମେସିନ ଜରିଆରେ।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆନ ଅଏଲ କର୍ପୋରେସନ ତଥା ଆଇଓସିଏଲ ଏଥିପାଇଁ ଅକ୍ସିଜେନ ମାଇକ୍ରୋ ଏଜେନ୍ସି ଏବଂ ଆଇଡିଏଫସି ବ୍ୟାଙ୍କ ସହ ଆଲୋଚନା କରିଛି। ମଧ୍ୟପ୍ରଦେଶର ଭୋପାଳର ୨ଟି ପେଟ୍ରୋଲ ପମ୍ପରେ ଏହି ମେସିନ ଇନଷ୍ଟଲ ହୋଇସାରିଛି। ଏଠାରେ ଆମେ କହି ରଖୁଛୁ କି, ଡିଜିଟାଲ ଇଣ୍ଡିଆ ପ୍ରୋଜେକ୍ଟ ଆଧାରରେ ଭୋପାଳକୁ କ୍ୟାସଲେସରେ ନମ୍ବର ୱାନ କରିବା ପାଇଁ ବୁଧବାର ଦିନ ସ୍ମାର୍ଟ ସିଟି କର୍ପୋରେସନ ଲିମିଟେଡ ତରଫରୁ ସମସ୍ତ ପେଟ୍ରୋଲ ପମ୍ପମାନଙ୍କ ସହିତ ଅନ୍ୟ ଏଜେନ୍ସିମାନଙ୍କର ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ। ଆଇଓସିଏଲର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଭୋପାଳର ପେଟ୍ରୋଲ ପମ୍ପମାନଙ୍କୁ ଆଗାମୀ ୨ ମାସ ମଧ୍ୟରେ ଏଭଳି ପ୍ରକାରର ସର୍ଭିସ ଯୋଗାଇ ଦେବାପାଇଁ ପ୍ରସ୍ତୁତ କରାଯିବ।
ମାଇକ୍ରୋ ଏଟିଏମ ଅକ୍ସିଜେନ ମେସିନ କଣ
ମାଇକ୍ରୋ ଏଟିଏମ ଅକ୍ସିଜେନ ମେସିନ ଏକ ପ୍ରକାରର ପଏଣ୍ଟ ଅଫ ସେଲ ମେସିନ। ଯାହାକି ରିଟେଲ ନେଟୱର୍କ ଜରିଆରେ ଟଙ୍କା ଟ୍ରାନ୍ସଫର କରିଥାଏ। ଏହି ମେସିନ ଡେବିଟ, କ୍ରିଡେଟି, କ୍ୟୁଆର କୋଡ, ଭୀମ, ଆଧାର-ପେ ଏବଂ ୟୁନିଫାଇଡ ପେମେଂଟ ଇଂଟରଫ୍ରେସର ସେବା ଏକାସାଥୀରେ ଉପଲବ୍ଧ କରାଇଥାଏ। ଏଥିପାଇଁ ମେସିନରେ ଥରେ ମାତ୍ର କେୱାଇସିର ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପଡିବ। ଏହାପରେ କୌଣସି ବି ପେଟ୍ରୋଲ ପମ୍ପରେ ଆପଣ ଟିପ ଦେଇ ପେମେଣ୍ଟ କରିପାରିବେ।
ଆରମ୍ଭ ହେବ ସେଲ୍ଫ ସର୍ଭିସ
ପେଟ୍ରୋଲିୟମ କଂପାନୀମାନେ ୬ରୁ ୮ ମାସ ମଧ୍ୟରେ ଭୋପାଳରେ ଏଭଳି ଧରଣର ମେସିନ ଲାଗଇବାକୁ ଯାଉଛନ୍ତି, ଯାହାକି ସେଲ୍ଫ ସର୍ଭିସ ବିଶିଷ୍ଟ। ଏହି ମେସିନରୁ ଉପଭୋକ୍ତା ନିଜ ଗାଡିରେ ସେଲ୍ଫ ସର୍ଭିସରୁ ପେଟ୍ରୋଲ-ଡିଜେଲ ଭରିପାରିବେ ଏବଂ ପେମେଣ୍ଟ ମଧ୍ୟ ଅନଲାଇନ କରିପାରିବେ। ଏଥିପାଇଁ ପେଟ୍ରୋଲିୟମ କଂପାନୀମାନେ ବିଦେଶରୁ ମେସିନ ମଗାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ଫ୍ୟୁଏଲ ଚୋରିକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ପେଟ୍ରୋଲ ପମ୍ପମାନଙ୍କରେ ଦୁଇ ପ୍ରକାରର ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମଟି ହେଲା ସେଲ୍ଫ ସର୍ଭିସ ମେସିନ, ଯେଉଁଥିରେ ଉପଭୋକ୍ତା କ୍ରେଡିଟ କାର୍ଡ ଜରିଆରେ ପେଟ୍ରୋଲ ଭରି ପାରିବେ। ଅନ୍ୟଟି ହେଲା ପେଟ୍ରୋଲ ପମ୍ପରେ ମାଇକ୍ରୋ ଏଟିଏମ ଅକ୍ସିଜେନ ମେସିନ ଲଗାଯିବ, ଯାହାକି ଆଧାର ସହିତ ଲିଙ୍କ ହେବ।
ନିଜେ ଗାଡିରେ ପେଟ୍ରୋଲ ଭରିପାରିବେ
ସେଲ୍ଫ ସର୍ଭିସ ସିଷ୍ଟମ ଜରିଆରେ ଉପଭୋକ୍ତା ନିଜେ ଗାଡିରେ ପେଟ୍ରୋଲ-ଡିଜେଲ ଭରିପାରିବେ। ଉପଭୋକ୍ତାଙ୍କୁ ମେସିନ ଜରିଆରେ ପେମେଣ୍ଟ କରିବାକୁ ପଡିବ। ପେଟ୍ରୋଲିୟମ କଂପାନୀମାନେ ପମ୍ପ ସଂଚାଳକମାନଙ୍କ ଜରିଆରେ ସୂଚନା ଦେଇସାରିଛନ୍ତି କି ଖୁବ ଶୀଘ୍ର ଏହି ବ୍ୟବସ୍ଥାକୁ ବିଭିନ୍ନ ପେଟ୍ରୋଲ ପମ୍ପମାନଙ୍କରେ ଲାଗୁ କରିଦିଆଯିବ।