ନୂଆଦିଲ୍ଳୀ: ଦକ୍ଷିଣ କୋରିଆର ଜଣେ ଚାରି ବର୍ଷର ଶିଶୁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନଲାଇନ୍ରେ ଭାଇରାଲ୍ ହୋଇଥିବା ଏହି କ୍ଲିପ୍ରେ ‘ମାଇଁ ଗୋଲ୍ଡେନ୍ କିଡ୍’ ନାମକ ଏକ ରିଆଲିଟି ସୋ’ରେ ଶିଶୁ ଜଣଙ୍କୁ ଦେଖିବାକୁ ମିଳିଥିଲା। ସେ ରିଆଲିଟି ସୋ’ରେ ତାଙ୍କ ପିତାମାତାଙ୍କ ବିଷୟରେ କିଛି ପ୍ରଶ୍ନର ଉତ୍ତର ଦେଉଛନ୍ତି।
ଏହି ସୋ’ରେ ବିଶେଷଜ୍ଞମାନଙ୍କର ଏକ ପ୍ୟାନେଲ୍ ଅଛି, ଯେଉଁମାନେ ପିତାମାତାଙ୍କୁ ସେମାନଙ୍କର ପିଲାମାନଙ୍କୁ ଉଚିତ ଶିକ୍ଷା, ସଂସାର ଦେବାକୁ ପରାମର୍ଶ ଦେଇଥାନ୍ତି। ସୋ’କୁ ଉପସ୍ଥାପନା କରୁଥିବା ଉପସ୍ଥାପକଙ୍କୁ କୁନି ବାଳକ ଜୁନ୍ଙ୍କୁ ତାଙ୍କ ବାପାମାଆଙ୍କ ବିଷୟରେ ପଚାରୁଥିବାର ଦେଖାଯାଏ।
This video broke me into pieces multiple times 💔💔💔💔💔
When he tried to hold his tears 💔💔💔💔 pic.twitter.com/DHBGJBhGhv
— Anita Vams (@a__vanita) November 21, 2023
ତା’ପରେ କୁନି ପିଲା ଜଣକ ଯାହା ଉତ୍ତର ଦେଉଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। ବାପାମାଆଙ୍କ ବିଷୟରେ ପଚାରିବାକୁ କୁନି ପିଲା ସଙ୍ଗ୍ ଇୟୋ ଜୁନ୍ ଉତ୍ତର ଦେଉଛନ୍ତି, ‘‘ମୁଁ ଜାଣେ ନାହିଁ। ମୁଁ ଘରେ ଏକୁଟିଆ, ମୋ ସହିତ କେହି ଖେଳନ୍ତି ନାହିଁ।’’
ଭିଡିଓରେ କୁନି ପିଲାକୁ ଏକ ରୁମ୍ରେ ଏକୁଟିଆ କିଛି ଖେଳନା ଧରି ଖେଳୁଥିବାର ଦେଖିବାକୁ ମିଳୁଛି। ତାପରେ ବାପାଙ୍କଠାରୁ ତୁମେ କ’ଣ ଚାହଁ ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହନ୍ତି, ‘‘ମୁଁ ଚାହେଁ ସେ ମୋ ସହ ଭଲରେ କଥା ହୁଅନ୍ତୁ।’’ ମାଆଙ୍କ ବିଷୟରେ ପଚାରା ଯାଇଥିବା ପ୍ରଶ୍ନରେ ଇୟୋ କହନ୍ତି, ‘‘ସେ ମୋତେ ପସନ୍ଦ କରନ୍ତି ନାହିଁ। ସେ ମୋ କଥା କେବେ ଶୁଣନ୍ତି ନାହିଁ। ମୁଁ ଚାହେଁ ସେ ମୋ ସହ ଖେଳନ୍ତୁ।’’ ଏପରି କହିବା ପରେ ତାଙ୍କ ଆଖିରୁ ଲୁହ ଝରିପଡୁଛି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ଭାବପ୍ରବଣ କରିଛି।