ଅନେକ ଗୁଡ଼ିଏ ବାଣିଜ୍ୟ ପ୍ରତିଷ୍ଠାନ ଅଛି ତୁର୍କୀର କାରାକୋନାନ୍‌ ସହରରେ। ସେମାନଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଥିବା ପ୍ରତିଷ୍ଠାନଟି ହେଉଛି ମର୍କେଜ୍‌ ରେସ୍ତୋରାଁ। ସେଠାରେ ଅନଟନରେ ପଡ଼ିଥିବା ଲୋକମାନଙ୍କୁ ମାଗଣା ଖାଇବାକୁ ନିମନ୍ତ୍ରଣ କରାଯାଇଥାଏ। ଅଭାବୀମାନଙ୍କ ପାଇଁ ସେଠାରେ ଅତି କମ୍‌ରେ ତିନୋଟି ଟେବୁଲ୍‌ ସଂରକ୍ଷିତ ହୋଇ ରହିଥାଏ। ରେସ୍ତୋରାଁରେ ଗହଳି ହୋଇ ସାଧାରଣ ଲୋକଙ୍କ ପାଇଁ ବସିବାକୁ ସ୍ଥାନ ନ ଥିଲେ ମଧ୍ୟ ଟେବୁଲ୍‌ ତିନୋଟିରୁ ସଂରକ୍ଷଣ ହଟେ ନାହିଁ। ଦଶନ୍ଧି ଦଶନ୍ଧି ଧରି ପୁରୁଷାନୁକ୍ରମିକ ଭାବେ ସେ ରେସ୍ତୋରାଁରେ ଏ ଭଳି ପ୍ରଥା ଚାଲି ଆସୁଛି।

Advertisment

ମର୍କେଜ୍‌ର ମାଲିକ ୫୫ ବର୍ଷିୟ ମେହମେଟ୍‌ ଓଜ୍‌ତୁର୍କ କହନ୍ତି ମାଗାଣା ଭୋଜନ ଖାଇବାକୁ ଦୈନିକ ରେସ୍ତୋରାଁକୁ ଅତି କମ୍‌ରେ ୧୫ ଜଣ ଲୋକ ଆସନ୍ତି। ମାନସିକ ଅସୁସ୍ଥତାର ସରବ୍ୟ ହୋଇଥିବା ଗାଲିପ୍‌ ସେ ରେସ୍ତୋରାଁର ଚିହ୍ନା ମୁହଁମାନଙ୍କ ମଧ୍ୟରେ ଅନ୍ୟତମ। ସେ ଗତ ୧୦ ବର୍ଷ ହେବ ଦୈନିକ ସେଠାରେ ମାଗଣା ଭୋଜନ ପକାଉଛି।

ସେ କହେ: ଆହାର ଭଲ ହୋଇଥିବାରୁ ସହର ମଧ୍ୟରେ ମର୍କେଜ୍‌ ହେଉଛି ମୋର ପ୍ରିୟତମ ସ୍ଥାନ।

ସହରର ପ୍ରଥମ ଭୋଜନାଳୟମାନଙ୍କ ମଧ୍ୟରେ ଅନ୍ୟତମ ମର୍କେଜ୍‌ ରେସ୍ତୋରାଁରେ ଅଭାବୀମାନଙ୍କୁ ମାଗଣା ଖୋଇବା ପ୍ରଥା ଆରମ୍ଭ ହେଲା ୧୯୪୦ ଦଶକରୁ। ସେତେବେଳେ ଏହାର ପୂର୍ବତନ ମାଲିକମାନେ ଦୈନିକ ଅଭାବୀମାନଙ୍କୁ ମାଗଣାରେ ଭୋଜନ ଦେବା ଆରମ୍ଭ କରିଥିଲେ। ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ରେସ୍ତୋରାଁ ସବୁ ଏହି ବ୍ୟବସ୍ଥାକୁ ଆପଣାଇ ନେଇଥିଲେ। ଏବେ ୨୮୦୦୦ ବାସିନ୍ଦା ଥିବା ସେ ସହରର ବିଭିନ୍ନ ରେସ୍ତୋରାଁରେ ଦୈନିକ ୧୦୦ ସରିକି ଲୋକ ମାଗଣାରେ ଖାଉଛନ୍ତି।

ଜଣେ ଓଜ୍‌ତୁର୍କୀ କହନ୍ତି: ମୋର ମନେପଡୁଛି ରେସ୍ତୋରାଁର ପୂର୍ବତନ ମାଲିକ ହାକି ହୁସେନ୍‌ଙ୍କ କଥା: ଅତି ସାନବେଳେ ଟେବୁଲ ପାଖରେ ବସିଥିବାବେଳେ ତାଙ୍କର ଉତ୍ସାହ ମଧ୍ୟ ମୁଁ ଦେଖିଛି। ସେ ରାସ୍ତାରୁ ଦଳ ଦଳ ଅଭାବୀ ଲୋକଙ୍କୁ ରେସ୍ତୋରାଁକୁ ଡାକିଆଣି ମାଗଣାରେ ଖୁଆଉ ଥିଲେ। କେବେ କେବେ ଦିନକୁ ତିନି ଥର ପୁଣି କେବେ ଦିନକୁ ପାଞ୍ଚ ଥର।