ନୂଆଦିଲ୍ଳୀ: ମୋବାଇଲ୍ ମାଧ୍ୟମରେ ତୁରନ୍ତ ଟଙ୍କା ସ୍ଥାନାନ୍ତର ପାଇଁ ବ୍ୟବହୃତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଦେଶରେ ଦ୍ରୁତତମ ଗତିରେ ବୃଦ୍ଧି ପାଉଛି। ଏହି ସୁବିଧା ବାହାରିବା ପରଠାରୁ ଭାରତରେ ଡିଜିଟାଲ କାରବାରର ପରିମାଣ ବେଶ୍‌ ବଢ଼ିଯାଇଛି। ଅନେକ ଲୋକ ସେମାନଙ୍କ ପାଖରେ ନଗଦ ଟଙ୍କା ରଖନ୍ତି ନାହିଁ, ଡିଜିଟାଲ୍ ଦେୟ ଉପରେ ନିର୍ଭର କରନ୍ତି। ଅନେକ ଅନେକ ଅଟୋ ଚାଳକ ଏବଂ ଦୋକାନୀ ଏବେ ବି ଏହାକୁ ବ୍ୟବହାର କରିବା ଆରମ୍ଭ କରିନାହାଁନ୍ତି।

Advertisment

ନିକଟରେ ଚେନ୍ନାଇରେ ଅଟୋରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ମହିଳା ଜଣକ ଜଣେ ଅଟୋ ଡ୍ରାଇଭର ତାଙ୍କ ଅଟୋରେ ଲଗାଇଥିବା ଏକ ସୂଚନାର ଫଟୋ ନିଜ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଯାହାକି ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଚାଳକ ଜଣକ ଏକ କାଗଜରେ ଲେଖିଛନ୍ତି ‘‘ ଜିପେ ଉପଲବ୍ଧ ନାହିଁ। ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ କୌଣସି ଷ୍ଟପ୍ ନାହିଁ"। ଏହି ପୋଷ୍ଟ୍‌ଟି ଭାଇରାଲ୍‌ ହେବା ପରେ ଏଥିରେ ସବୁ ମଜାଦାର୍‌ କମେଣ୍ଟ୍‌ ଦେଖିବାକୁ ମିଳୁଛି।

ଫଟୋଟି ମାଇକ୍ରୋ ବ୍ଲଗିଂ ସାଇଟ୍‌ ‘ଏକ୍ସ’ରେ ସେୟାର ହେବା ପରଠାରୁ ଏଥିରେ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ଏବଂ ସାତ ହଜାର ଲାଇକ୍ ହୋଇଛି। ଜଣେ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘‘ଏଇଟା ଅଟୋ ବାହାରେ ଲଗାଇବା ଉଚିତ’’। ଅନ୍ୟ ଜଣେ ଲେଖିଛନ୍ତି, ‘‘ଗ୍ରାହକ ବସିବା ପୂର୍ବରୁ ପଚାରିଦେବା ଭଲ।’’