ସିଦ୍ଧୁଙ୍କ ପ୍ରତି ସହାନୁଭୂତି ନାହିଁ

ପୂର୍ବତନ କ୍ରିକେଟ ତାରକା ତଥା ପଂଜାବ କଂଗ୍ରେସ କମିଟିର ପୂର୍ବତନ ସଭାପତି ନଭଜୋତ ସିଂହ ସିଦ୍ଧୁ (@sherryontopp) ଏକ ହତ୍ୟାକାଣ୍ଡରେ କାରାଦଣ୍ଡ ଭୋଗୁଛନ୍ତି। ହେଲେ ଜନରାଜ୍ୟ ଦିବସ ଦିନ ଜେଲ୍‌ରୁ ସେ ଟ୍ବିଟ୍ କରିଥିବା ଏକ ଭିଡିଓ ଚର୍ଚ୍ଚାକୁ ଆସିଛି। ତାଙ୍କ ପାତିଆଲାସ୍ଥିତ ବାସଭବନରେ ତାଙ୍କ ଅନୁପସ୍ଥିତିରେ ପିସିସିର ଦୁଇ ପୂର୍ବତନ ସଭାପତି ଶମଶେର ସିଂହ ଡୁଲ୍ଲୋ ଓ ଏମ୍‌ଏସ୍ କେପି ସଦଳବଳ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସିଦ୍ଧୁଙ୍କ ପକ୍ଷରେ କହୁଥିବା ଦେଖାଯାଉଛି।

ହେଲେ ଏହି ଭିଡିଓଟି ପୋଷ୍ଟ କରି ସିଦ୍ଧୁ ନିଜ ପାଇଁ ଅଯଥାରେ ବିପଦକୁ ଡାକିଆଣିଛନ୍ତି କହିଲେ ଚଳେ। ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ସାଂଘାତିକ ଭାବେ ଟ୍ରୋଲ୍ କରିଛନ୍ତି ସିଦ୍ଧୁଙ୍କୁ। ତୁମେ ଯୋଉପ୍ରକାର ପାପ କରିଛ ତୁମକୁ ଫାଶୀ କିମ୍ବା ଆଜୀବନ ସଜା ହେବା କଥା। ତୁମେ ଅଳ୍ପ କାରାଦଣ୍ଡ ଭୋଗିକି ବାହାରିଆସିବ ବୋଲି ଆଜିଠୁ ତୁମ ଲୋକଙ୍କ ମନ ଉଚ୍ଛନ୍ନ ହେଲାଣି। ହେଲେ ଯାହାକୁ ମାରିଲ ସେଇ ପିଲାଟିର ବାପାମା’ ଯେ ତାଙ୍କ ଛୁଆକୁ ଚାହିଁକି ରହିଥିବେ ସେ କଥା କେବେ ଭାବିଛ କି ବୋଲି ସିଦ୍ଧୁଙ୍କୁ ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର