ଛାତ୍ରଛାତ୍ରୀମାନେ ପରୀକ୍ଷା ପୂର୍ବରୁ ଅନେକ ସମୟରେ ଚିନ୍ତା ଏବଂ ଟେନସନ୍ରେ ରହିଥାନ୍ତି । ସେମାନେ ଆଗାମୀ ପରୀକ୍ଷାକୁ ନେଇ ଆଶଙ୍କାରେ ରହିଥାନ୍ତି। ତେବେ କେତେକ କଥାପ୍ରତି ସତର୍କ ଦୃଷ୍ଟି ଦେଲେ ସେଭଳି ସ୍ଥିତି ଉପୁଜି ନ ଥାଏ।
ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ମିଳିବା ଏକାନ୍ତ ଆବଶ୍ୟକ। ସର୍ବପ୍ରଥମେ ବିଦ୍ୟାର୍ଥୀ ନିଜର ଯୋଗ୍ୟତା,କ୍ଷମତା ଓ ଦୁର୍ବଳତାକୁ ଠିକ୍ଭାବେ ମାପିନେବା ଉଚିତ୍। ନିଜପାଠ ପଢ଼ାରେ ଥିବା ପ୍ଲସ୍ ଓ ମାଇନସ୍ ପଏଣ୍ଟ୍କୁ ଠିକ୍ ଭାବେ ଜାଣିବା ଉଚିତ୍।
ଯଦି ଆପଣଙ୍କ ଭିତରେ ଗଭୀର ଆତ୍ମବିଶ୍ୱାସ ଅଛି ଯେ,ଆପଣ ପରୀକ୍ଷା ଖୁବ୍ ଭଲ କରିପାରିବେ,ଭଲ ମାର୍କ ଆଣି ପାରିବେ,ତେବେ ସେଥିନେଇ ସବୁବେଳେ ପଜିଟିଭ୍ ଭାବନା ରଖନ୍ତୁ। ମନରେ ଆଦୌ ନେଗେଟିଭ୍ ଭାବନାକୁ ପ୍ରବେଶ କରାଇ ଦିଅନ୍ତୁ ନାହିଁ। ମନକୁ ପ୍ରସନ୍ନ କରି ପଢ଼ାପଢ଼ି କରନ୍ତୁ। ପରୀକ୍ଷା ସମୟରେ ବିଦ୍ୟାର୍ଥୀ ଦୈନିକ ରାତିରେ ଅନ୍ୟୁନ୍ୟ ଛଅ ଘଣ୍ଟା ଶୟନ କରିବା ଉଚିତ୍। ହାଲୁକା ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ।
ପରୀକ୍ଷାରେ ଆରମ୍ଭ ହେବାର ଦିନେ କି ଦୁଇ ଦିନ ପୂର୍ବରୁ କଦାଚିତ୍ କୌଣସି ନୂଆ ବିଷୟକୁ ଆରମ୍ଭ କରି ସେଥିରେ ବେଶି ସମୟ ଦେବା ଉଚିତ୍ ନୁହେଁ।ଏହାଦ୍ୱାରା ଉକ୍ତ ବିଷୟଟି ଜଟିଳ ଥିଲେ ମନେ ରଖିବା ଆଦୌ ସହଜସାଧ୍ୟ ହେବନାହିଁ। ପରିବାରରେ ଯଦି କୌଣସି ପ୍ରକାରର ଦ୍ୱନ୍ଦ୍ୱ କିମ୍ବା କଳହ ଚାଲିଥିବ,ତେବେ ସେଥିରୁ ନିଜକୁ ନିବୃତ୍ତ ରଖି କେବଳ ପାଠପଢ଼ାରେ ମନୋନିବେଶ କରିବା ଉଚିତ୍।
photo-.hindustantimes.comଯଦି ପରୀକ୍ଷା ପୋଷ୍ଟପୋନ୍ ହୋଇଯିବ କିମ୍ବା ପ୍ରଶ୍ନ ପତ୍ର ଲିକ୍ ହେବା ଭଳି ଘଟଣାକୁ ନେଇ ଗୁଜବ ଉଠିଥାଏ,ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ କିମ୍ବା ସେଥି ନେଇ ଆଦୌ ବିଚଳିତ ହୁଅନ୍ତୁ ନାହିଁ।ଏପରି ଘଟିଲେ ନିଷ୍ଠାର ସହିତ ଅବିଚଳିତ ଭାବେ ପାଠପଢ଼ାରେ ମନୋନିବେଶ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/exam7.jpg)