କ୍ରିକେଟ୍‌ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବଲିଉଡ୍‌ରେ ପଦାର୍ପଣ କରିପାରନ୍ତି ବୋଲି କିଛି ଦିନରୁ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ସାରା ନିଜେ ଏ ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି। ଭଗ୍‌ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସାରା ପ୍ରକାଶ କରିଛନ୍ତି ଯେ ଅଭିନୟ ଜଗତରେ ପ୍ରବେଶ କରିବାର ତାଙ୍କର କୌଣସି ଆଗ୍ରହ ନାହିଁ। ତାଙ୍କ ସ୍ବଭାବ ‘ଇଣ୍ଟ୍ରୋଭର୍ଟ’ ବା ଅନ୍ତର୍ମୁଖୀ ହୋଇଥିବାରୁ ସେ କ୍ୟାମେରା ଦେଖିଲେ ଭୟ କରନ୍ତି।

Advertisment

ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଅଭିନୟର ସବୁତକ ପ୍ରସ୍ତାବକୁ ଖାରଜ କରିଆସିଛନ୍ତି କାରଣ ସେ ଭାବନ୍ତି ଯେ ସେ ଉକ୍ତ କାର୍ଯ୍ୟକୁ ନ୍ୟାୟ ଦେଇପାରିବେ ନାହିଁ। ଅଭିନୟ ତାଙ୍କୁ ଆତ୍ମସନ୍ତୋଷ ଦେବା ବଦଳରେ ଅଧିକ ଉଦ୍‌ବେଗ ପ୍ରଦାନ କରିବ। ୨୭ ବର୍ଷୀୟା ସାରା କ୍ରୀଡ଼ାର ପରିବେଶରେ ବଡ଼ ହୋଇଥିଲେ ହେଁ ସାରାଙ୍କ ପ୍ରକୃତ ଆଗ୍ରହ ରହିଛି ବିଜ୍ଞାନ କ୍ଷେତ୍ରରେ। ସେଥିପାଇଁ ସେ ବାୟୋମେଡିକାଲ୍‌ ସାଇନ୍‌ସରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି ଏବଂ କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ ଆଣ୍ଡ୍‌ ପବ୍ଲିକ୍ ହେଲ୍‌ଥ ବିଷୟରେ ସ୍ନାତକୋତ୍ତର ହାସଲ କରିସାରିଛନ୍ତି। ସେ ଏବେ ସଚିନ ତେନ୍ଦୁଲକର ଫାଉଣ୍ଡେସନ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରି ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।