ସ୍ତ୍ରୀ ହେଲେ ଡିସିପି, ସ୍ୱାମୀ ଆଡିସ୍‌ନାଲ ଡିସିପି ! ପିଲାଟି ବେଳୁ ଏକାଠି ଖେଳି ବୁଲି ପାଠ ପଢ଼ିଥିଲେ

ନୂଆଦିଲ୍ଲୀ: ଅନେକ ସମୟରେ ସିନେମା ହେଉ ଅବା ଧାରାବାହିକରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ଠାରୁ ଉଚ୍ଚ ପଦରେ ଥିବା ହେତୁ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ବସ୍‌ ବୋଲି ଡାକିଥିବା ଦେଖିବାକୁ ମିଳିଥାଏ। ହେଲେ ଏମିତି ଏକ ବାସ୍ତବ ଘଟଣା ନୋଏଡାରେ ଦେଖିବାକୁ ମିଳିଛି। ଏଠାରେ ଗୋଟିଏ କାର୍ଯ୍ୟାଳୟରେ ସ୍ୱାମୀ-ସ୍ତ୍ରୀ ଉଭୟ ଚାକିରି କରୁଥିବା ବେଳେ ସ୍ତ୍ରୀ ସ୍ୱାମୀଙ୍କ ବସ୍‌ ହୋଇଛନ୍ତି। ଏହି ଦମ୍ପତ୍ତିଙ୍କ ଜୀବନ କାହାଣୀ ଏବେ ଚର୍ଚ୍ଚାରେ ରହିଛି।

Image result for noida-additional-dcp-ankur-aggarwal-wife-senior-ips-dcp
News18 Hindi

ଏଠାରେ ଆମେ (ନୋଏଡା) ଗୌତମବୁଦ୍ଧ ନଗରର ଡିିସିପି ବୃନ୍ଦା ଶୁକ୍ଳା ଓ ତାଙ୍କ ସ୍ୱାମୀ ଆଡିସନାଲ ଡିସିପି ଅଙ୍କୁର ଅଗ୍ରଓ୍ଵାଲଙ୍କ ବିଷୟରେ କହିବାକୁ ଯାଉଛୁ। ଏହି ଦୁଇଜଣ ଗୋଟିଏ ହିଁ କାର୍ଯ୍ୟାଳୟରେ ନିୟୋଜିତ ହୋଇଛନ୍ତି। ଏହି ଯୋଡ଼ିଙ୍କ ଜୀବନ କାହାଣୀ କୌଣସି ସିନେମା କାହାଣୀ ଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।

ଦୁହେଁ ପିଲାଟି ବେଳୁ ଗୋଟିଏ ସ୍ଥାନରେ ଖେଳିବୁଲି ପାଠପଢ଼ି ଆଗକୁ ବଢ଼ିଛନ୍ତି। ଅମ୍ବାଲାରେ ରହୁଥିବା ବୃନ୍ଦା ଓ ଅଙ୍କୁର ଅମ୍ବାଲା କନଭେଣ୍ଟ ଜିସସ ଆଣ୍ଡ ମେରି ସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠପଢ଼ିଛନ୍ତି। ଏହାପରେ ବୃନ୍ଦା ଆମେରିକା ପଳାଇ ଯାଇଥିବା ବେଳେ ଅଙ୍କୁର ଭାରତରେ ରହି ଇଞ୍ଜିନିୟରିଂ ଡିଗ୍ରି ପାଇଁ ପାଠ ପଢ଼ିଥିଲେ। ଏହି ସମୟରେ କିଛିଦିନ ପାଇଁ ଦୁହିଁଙ୍କ ରାସ୍ତା ଭିନ୍ନ ହୋଇଯାଇଥିଲା। କିନ୍ତୁ ଅଙ୍କୁର ଭାରତରେ ଗୋଟିଏ ବର୍ଷ ଚାକିରି କରିବା ପରେ ଆମେରିକା ଚାଲି ଯାଇଥିଲେ।

Image result for noida-additional-dcp-ankur-aggarwal-wife-senior-ips-dcp
Amar Ujala

ଭାଗ୍ୟ ପୁଣି ଦୁଇଜଣଙ୍କୁ ସେଠାରେ ଏକାଠି କରିଥିଲା। ଆମେରିକାରେ ଅଙ୍କୁର ଓ ବୃନ୍ଦା ଚାକିରି କରୁଥିବା ବେଳେ ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ୨୦୧୪ରେ ବୃନ୍ଦା ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳ ହୋଇଥିବା ବେଳେ ୨୦୧୬ରେ ଅଙ୍କୁର ବି ତାଙ୍କ ପରିଶ୍ରମର ଫଳ ପାଇ ଯାଇଥିଲେ। ଏହାପରେ (ନୋଏଡା) ଗୌତମବୁଦ୍ଧ ନଗରରେ ବୃନ୍ଦାଙ୍କୁ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଅଙ୍କୁର ଅଗ୍ରଓ୍ଵାଲଙ୍କୁ ଆଡିସ୍‌ନାଲ ଡିସିପି ପଦରେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର